ଓଡିଶାର ଏକାଧିକ ସ୍ଥାନରୁ ମିଳିଲା ସୁନାଖଣିର ସନ୍ଧାନ, ବିଧାନସଭାରେ ବଡ ଖୁଲାସା କରି ସମସ୍ତଙ୍କୁ ଚମକାଇ ଦେଲେ ମନ୍ତ୍ରୀ Prafulla Malik 

ଓଡିଶା ମାଟିତଳୁ ମିଳିଲା ସୁନାଖଣିର ସନ୍ଧାନ । ରାଜ୍ୟର ତିନୋଟି ଜିଲ୍ଲାର ମାଟିତଳେ ସୁନା ଗଚ୍ଛିତ ରହିଥିବା ସନ୍ଧାନ ମିଳିଲା । ଆଜ୍ଞା ହଁ, ଦେଓଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ମାଟିତଳେ ସୁନା ପଥର ଗଚ୍ଛିତ ରହିଥିବା ସୂଚନା ରହିଛି । ଦେଓଗଡ ଜିଲ୍ଲାର ଅଡସ, କେନ୍ଦୁଝର ଜିଲ୍ଲାର ଗୋପପୁର, ଗାଜିପୁର, କୁଶକଳା, ଅଡାଳ, ସଳେଇକନା, ଡିମିରିମୁଣ୍ଡା ଓ କରଡଙ୍ଗ ରେ ସୁନା ଗଚ୍ଛିତ ରହିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶୀପୁର।

ସୁରିଆଗୁଡା, ରୁଆଁସି, ଇଡେଲକୁଟା, ମାରେଡ଼ିହି, ସୁଲେଇପାଟ ଓ ବାଦାମ ପାହାଡ ଅଞ୍ଚଳରେ ସୁନାଖଣିର ସନ୍ଧାନ ମିଳିଛି । ବିଧାନସଭାରେ ରାଜ୍ୟରେ ଚାଲିଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ଚର୍ଚ୍ଚା ଚାଲିଥିବା ବେଳେ ବିଧାୟକ ସୁଧୀର ସାମଲଙ୍କ ପ୍ରଶ୍ନର ଯେଉଁ ଉତ୍ତର ଆସିଛି ତାହା ସରଗରମ ଚର୍ଚ୍ଚାକୁ ଅନେକ ମାତ୍ରାରେ ଶାନ୍ତ କରି ଦେଇଥିଲା । ରାଜ୍ୟରେ କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି ନାହିଁ ଏବଂ ଯଦି ମିଳିଛି ତା’ର ବିବରଣୀ ପ୍ରଦାନ କରିବେ କି ବୋଲି ପ୍ରଶ୍ନ କରିଥିଲେ ସୁଧୀର ସାମଲ ।

ଏହାର ଉତ୍ତର ଦେଇ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, ରାଜ୍ୟ ଖଣି ଭୂତତ୍ଵ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥାର ଅନୁସନ୍ଧାନରୁ ଜଣାପଡିଛି କି, ରାଜ୍ୟର ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନାପଥର ଥିବା ସୂଚନା ମିଳିଛି । ଏନେଇ ଭୂତତ୍ତ୍ଵବିତ୍ କହିଛନ୍ତି କି, ଦେବଗଡର ଅଡସ ଏସବୁ ସ୍ଥାନ ଭିତରୁ ସବୁଠୁ ଭଲ ସ୍ଥାନ । ସେଠାରେ ଯେଉଁ ସୁନା ଅନୁସନ୍ଧାନ ମିଳିଛି ତାହାର ଆହୁରି ପରୀକ୍ଷା ନିରୀକ୍ଷା କରାଯିବ । ଆମ ରାଜ୍ୟ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ ସଫଳତା ।

ଏହାକୁ ନେଇ ଆହୁରି ପୁଙ୍ଖାନୁପୁଙ୍ଖ ଭାବେ ପରୀକ୍ଷା କରାଯାଉଛି । ତେବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେଇଥିବା ସୂଚନା ଅନୁସାରେ, ଦେବଗଡ ଜିଲ୍ଲାର ଅଡସ ଅଞ୍ଚଳରେ ତମ୍ବାପଥର ସହ 1685 କିଲୋଗ୍ରାମର ସୁନା ଥିବା ସୂଚନା ମିଳିଛି । ସେହିପରି କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ ସୁନା ଥିବା ଜଣାପଡିଥିବା ବେଳେ ସେଠାରେ 1 ଟନ୍ ପଥରରେ 1 ଗ୍ରାମ ସୁନା ରହିଛି । ସେହିପରି ମୟୂରଭଞ୍ଜର ବାଦାମ ପାହାଡ ଅଞ୍ଚଳରେ ଥିବା ସୁନାବାହୀ ପଥରରେ ସୁନା ଥିବା ଆକଳନ କରାଯାଇଛି ।

କେନ୍ଦୁଝର ଓ ମୟୂରଭଞ୍ଜର ଏକାଧିକ ସ୍ଥାନରେ ସୁନା ରହିଥିବା ସୂଚନା ମିଳିଛି ବୋଲି ସେ କହିଛନ୍ତି । ତେବେ ରାଜ୍ୟବାସୀଙ୍କୁ ସୁନାର ସନ୍ଧାନ ଉତ୍ସାହିତ କରୁଥିବା ବେଳେ ମିଳିଥିବା ସୁନାର ପରିମାଣ ଓ ତାକୁ ଉତ୍ତୋଳନ କରିବା ପାଇଁ ଆବଶ୍ୟକ ହେଉଥିବା ସମ୍ବଳ ଦେଖିଲେ ଆୟ ତୁଳନାରେ ବ୍ୟୟ ଅଧିକ ପଡିବ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।