ଧରମ ପୁତୁରା କହି Pintu Nandaଙ୍କୁ ଠକିଲେ ପ୍ରୋଯାଜକ, ପୋଲ ଖୋଲିଦେଲେ Bobby Mishra… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କ ଦେହ ଖରାପ ଥିବା ବେଳେ ବର୍ତ୍ତମାନ ଆମ ଓଡିଶାରେ ଏକ ତାମସା ଚାଲିଲାଣି ତାଙ୍କ ଦେହ ଖରାପର ଆଳରେ । ସମସ୍ତେ ନିଜର ପବ୍ଲିସିଟି ପାଇଁ ଆଗକୁ ବାହାରି ଆସୁଛନ୍ତି ତାଙ୍କ ସାହାର୍ଯ୍ୟର ହାତ ବଢାଇ ମିଡିଆ ଆଗରେ ବାଇଟ ଦେବା ପାଇଁ । କିନ୍ତୁ ଖବର ଅନୁଯାୟୀ ଜଣେ ଯୁବ ପ୍ରଯୋଜକ ଠକିଛନ୍ତି ପିଣ୍ଟୁ ନନ୍ଦଙ୍କୁ । ପିଣ୍ଟୁ ନନ୍ଦଙ୍କୁ ଦାଦା କହି ସହାୟତା ପାଇଁ ଦେଇଥିବା ଚେକ ହୋଇଛି ବାଉଁଶ । ଏହା ସମ୍ପର୍କରେ କଣ କହିଛନ୍ତି ବବି ମିଶ୍ର ଏବଂ ପ୍ରଯୋଜକ ଆସନ୍ତୁ ଜାଣିବା ।

ବବି ମିଶ୍ରଙ୍କର କହିବା ଅନୁଯାୟୀ ଯୁବ ପ୍ରଯୋଜକ ଜଣଙ୍କ ପିଣ୍ଟୁ ନନ୍ଦଙ୍କ ହାତକୁ ୫୦ ହଜାର ଟଙ୍କାର ଚେକ ବଢାଇ ଦେଲେ ଦାଦା କହି । ସମସ୍ତଙ୍କ ସାମ୍ନାରେ ସେ ସ୍ଵଇଛାରେ ଖୁସିରେ ତାଙ୍କୁ ସହାୟତା ପାଇଁ ହାତ ବଢାଇଲେ । ଆଉ ସେହି ଚେକଟିକୁ ଯେତେବେଳେ ବବି ମିଶ୍ର ବ୍ୟାଙ୍କ ନେଲେ ସେହି ଚେକ ଟି ବାଉଁଶ ହୋଇଗଲା । ସେହି ପ୍ରଯୋଜକଙ୍କ ଆକାଉଣ୍ଟରେ ନଥିଲା ଟଙ୍କା ।

ତେବେ ଏହି ମିଛ ସହାୟତାର ଡ୍ରାମା ସିଏ ପବ୍ଲିସିଟି ପାଇଁ କରିଥିବାର କଥା କହିଛନ୍ତି । କିନ୍ତୁ ପ୍ରଯୋଜକ ଜଣଙ୍କ କହିଛନ୍ତି ମୁଁ କୌଣସି ପବ୍ଲିସିଟି ପାଇଁ ଏହା କରୁନାହିଁ ମୁଁ ତାଙ୍କୁ ଦାଦା ଡାକେ ତାଙ୍କର ପୁତୁରା ହେବି ତେଣୁ ତାଙ୍କର ଅସୁସ୍ଥତା ସମୟରେ ଜଣେ ଭଲ ମଣିଷ ହିସାବରେ ମୁଁ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଚାହିଁଥିଲି । ଏହା ମଧ୍ୟ କହିଲେ ସେ ଖୁବ ଶୀଘ୍ର ଭଲ ହୋଇ ଘରକୁ ଫେରି ଆସନ୍ତୁ ।

ତାଙ୍କ ଦେହ ଖରାପ ଥିବା ସମୟରେ ଅନ୍ୟ ମାନେ ଯେଉଁ ପ୍ରହସନ କରି ତାଙ୍କ ପାଇଁ ଟଙ୍କା ଯୋଗାଡ କରିବାର ଦୃଶ୍ୟ ସବୁ ସାମ୍ନାକୁ ଆସୁଛି ସେହି ସବୁ ବନ୍ଦ କରାଯାଉ ବୋଲି ସେ କହିଛନ୍ତି । ପ୍ରଯୋଜକଙ୍କ ଚେକ ବାଉଁଶ ହେବା ପଛର କାରଣ କଣ ତାହା ତାଙ୍କ ଠାରୁ ସ୍ପଷ୍ଟ ଜାଣିବାକୁ ମିଳୁନାହିଁ । ପ୍ରଯୋଜକ ଜଣଙ୍କ କହିଲେ ଆନ୍ତରିକ ଭାବରେ ଭଲ ପାଇବା ଦେଇ ତାଙ୍କୁ ସାହାର୍ଯ୍ୟ କରିବା ଦରକାର ।

ପ୍ରଯୋଜକ ଜଣଙ୍କ ଏଭଳି କରିବାର କାରଣ ସେ ମିଡିଆ ସାମ୍ନାରେ ରଖି ନାହାନ୍ତି । କିନ୍ତୁ ବବି ମିଶ୍ରଙ୍କ କହିବା ଅନୁଯାୟୀ ସେ ଦେଇଥିବା ଚେକ ବାଉଁଶ ହୋଇଯାଇଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।