ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ସୁନ୍ଦରଗଡର ଯୁବ ସାମ୍ବାଦିକ ଖଗେଶ୍ଵର ତରାଇଙ୍କର ମୃ-ତ୍ୟୁ ହୋଇଛି । ଅଚାନକ ଏଭଳି ଏକ ଖବର ପରିବାର ଲୋକେ ପାଇବା ପରେ ଘର ମାଆ ଭଉଣୀ ସ୍ତ୍ରୀ ଛାତି ଫଟାଇ କାନ୍ଦୁଛନ୍ତି । ସେହି କାନ୍ଦ ଦେଖି କାହା ଆଖିରେ ମଧ୍ୟ ଲୁହ ରହିବ ନାହିଁ । ପରିବାର ଲୋକ ନିଜର ଯବାନ ପୁଅକୁ ହରାଇ ଆତ୍ମହରା ହୋଇପଡିଛନ୍ତି । ତେବେ କିଭଳି ତାଙ୍କର ମୃ-ତ୍ୟୁ ଘଟିଲା କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।
ଦୁର୍ଘଟଣାରେ ସୁନ୍ଦରଗଡର ସାମ୍ବାଦିକ ଖଗେଶ୍ଵର ତରାଇ ନିଜର ପ୍ରାଣ ହରାଇଛନ୍ତି । ଖଗେଶ୍ଵର ନିଜ ବନ୍ଧୁଙ୍କ ସହ ବାଇକରେ କୋଇଡା ରୁ ଯାଜପୁର ଏକ ବିବାହ ଭୋଜି ପାଇଁ ଯାଉଥିଲେ କିନ୍ତୁ କିଏ ଜାଣିଥିଲା ବାଟରେ ତାଙ୍କୁ ମୃ-ତ୍ୟୁ ଅନାଇ ବସିଥିଲା । କେନ୍ଦୁଝର ଦମକଳ କେନ୍ଦ୍ର ସାମ୍ନାରେ ତାଙ୍କୁ ଏକ ହାଇୱା ଧକ୍କା ଦେବାରୁ ସେହି ଘଟଣା ସ୍ଥଳରେ ହିଁ ତାଙ୍କର ମୃ-ତ୍ୟୁ ଘଟିଥିଲା ।
ମୃ-ତ୍ୟୁ ହେବା ପରେ ଯେତେବଳେ ଖଗେଶ୍ଵରଙ୍କ ସାବା ଯାଇ ଘରେ ପହଞ୍ଚିଲା ସେତେବେଳେ ଘର ଲୋକ ନିଜ ଉପରେ ଆୟତ୍ତ ହରାଇ ବସିଥିଲେ । ଭୋ ଭୋ ହୋଇ କାନ୍ଦୁଥିଲେ ପରିବାର ଲୋକେ । କେହି ମଧ୍ୟ ନିଜକୁ ଅଟକାଇ ପାରୁନଥିଲେ । ସମସ୍ତଙ୍କ ଛାତି ଫାଟି ଯାଉଥିଲା ଖଗେଶ୍ଵରକୁ ଏହିଭଳି କମ ବୟସରେ ଯୁବା ଅବସ୍ତାରେ ହରାଇ । ଏପଟେ ସ୍ତ୍ରୀ ନିଜ ସ୍ଵାମୀକୁ ହରାଇ ପାଗେଳି ହୋଇ କାନ୍ଦୁଛି ତ ସେପଟେ ମାଆ ଠାଆ ଜନ୍ମ କଲା ପୁଅକୁ ହରାଇ କାନ୍ଦି ଗଡିଯାଉଛି ।
ଭଉଣୀ ତା ଭାଇକୁ ହରାଇ ମଧ୍ୟ ଛାତି ଫଟାଇ କାନ୍ଦୁଛି । ଏପରି ଦୃଶ୍ୟ ଆପଣଙ୍କ ଛାତିକୁ ମଧ୍ୟ ଦୋହଲାଇ ଦେବ । ଖଗେଶ୍ଵର ଯେତିକି ରୋଜଗାର କରନ୍ତି ସେତିକିରେ ସେ ତାଙ୍କ ମାଆ ବାପା, ସ୍ତ୍ରୀ ଏବଂ ଦେଢ ବର୍ଷର ଝିଅ ଏବଂ ଭାଇକୁ ବି ପୋଶନ୍ତି । ତାଙ୍କ ପରିବାର ଲୋକଙ୍କ ପାଇଁ ତାଙ୍କ ରୋଜଗାରିଆ ପୁଅ ଚାଲିଗଲା ।
ଦୁର୍ଘଟଣାରେ ତାଙ୍କର ବିୟୋଗ ବର୍ତ୍ତମାନ ପୁରା ଅଞ୍ଚଳରେ ସୃଷ୍ଟି କରି ଶୋକର ଛାୟା । ତାଙ୍କର ବିୟୋଗ ସମସ୍ତଙ୍କ ମନରେ ଆଣିଦେଇଛି ଦୁଃଖ । ଏହି କଷ୍ଟ ତାଙ୍କ ପରିବାର ଲୋକଙ୍କ ପାଇଁ କେତେ ଯେ ବିଦାରକ ତାହା କଳନା କରାଯାଇ ପାରିବ ନାହିଁ । ଆଶା କରୁଛୁ ଭଗବାନ ତାଙ୍କ ପରିବାର ଲୋକଙ୍କୁ ସାହା ହେବେ ।