ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁ ନନ୍ଦଙ୍କର ଦେହ ଖରାପ ଥିବା ବେଳେ ଲୋକେ ବର୍ତ୍ତମାନ ଏହି ବାହାନରେ ପବ୍ଲିସିଟି ପାଇବା ପାଇଁ ଅନେକ ପ୍ରହସନ କରୁଛନ୍ତି । କୁମାରଙ୍କ କହିବା ଅନୁଯାୟୀ ଜଣେ ପ୍ରଡ୍ୟୁସର ପିଣ୍ଟୁ ନନ୍ଦଙ୍କୁ ୫୦ ହଜାର ଟଙ୍କାର ସହାୟତା ପାଇଁ ଚେକ ସାଇନ କରିଥିଲେ କିନ୍ତୁ ପରେ ସେହି ଚେକଟି ବାଉନ୍ସ ହୋଇଗଲା । ପ୍ରଡ୍ୟୁସର ଜଣଙ୍କ ଜାଣିଶୁଣି ଚେକକୁ କଲେ ବାଉନ୍ସ । ତେବେ ପ୍ରଡ୍ୟୁସର ଜଣଙ୍କ ଏଭଳି କାହିଁକି କରିଲେ ଆସନ୍ତୁ ଜାଣିବା କଣ କହିଛନ୍ତି ଏହା ସମ୍ପର୍କରେ କୁମାର ।
ପିଣ୍ଟୁ ନନ୍ଦଙ୍କୁ ସହାୟତା କରିବା ପାଇଁ ଜଣେ ଯୁବ ପ୍ରଡ୍ୟୁସର କୁମାରଙ୍କୁ ଫୋନ କଲେ ଏବଂ କହିଲେ ମୁଁ ପିଣ୍ଟୁ ନନ୍ଦଙ୍କୁ ସହାୟତା କରିବା ପାଇଁ ୧୦ ହଜାର ଦେବାକୁ ଚାହୁଁଛି । ତେଣୁ ଆପଣ ମତେ ତାଙ୍କ ଘରକୁ ଟିକେ ନେଇ ଯାଆନ୍ତୁ ସେଠାରୁ ମୁଁ ତାଙ୍କୁ ଚେକ ଦେବି । ଏହାପରେ କୁମାର କହିଲେ ସେ ତାଙ୍କ ଗାଁରେ ଅଛନ୍ତି ଆପଣ ସେହିଠାକୁ ଯାଆନ୍ତୁ । ପ୍ରଡ୍ୟୁସର ଜଣଙ୍କ ପିଣ୍ଟୁ ନନ୍ଦନଅଙ୍କ ଘରକୁ ଗଲେ ୧୦ ହଜାର ବଦଳରେ ୫୦ ହଜାର ଟଙ୍କା ଦେବେ କହି ଚେକରେ ସାଇନ କଲେ ।
ସେହିଠାରେ ବବି ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ବବି ମିଶ୍ର ସେହି ପ୍ରଯୋଜକଙ୍କୁ ଆଗରୁ ଚିହ୍ନିଥିଲେ । କିନ୍ତୁ କୁମାର ତାଙ୍କୁ ଜାଣିନଥିଲେ । ଏହାପରେ ବବି ମିଶ୍ର ଯେତେବେଳେ ଚେକ ନେଇ ଟଙ୍କା ଉଠାଇବା ପାଇଁ ଗଲେ ଚେକଟି ବାଉନ୍ସ ହୋଇଗଲା । ଏହାପରେ ବବି ମିଶ୍ର ରାଗିଜାଇ କୁମାରଙ୍କୁ ଫୋନ କରି କହିଲେ ସେ ଟୋକାକୁ ମୁଁ ମରିବି ଚେକ ବାଉନ୍ସ ହେଉଛି ।
ଏହାପରେ କୁମାର ସେହି ପ୍ରଯୋଜକଙ୍କୁ ଫୋନ ଲଗାଇ ପଚାରିବାରୁ ସେ କହିଥିଲେ କି ସମସ୍ତଙ୍କ ନ୍ୟୁଜ ସକାଳୁ ବାହାରି ସରିଲାଣି କିଏ ହଜାରେ ଦେଇଛି ତ କିଏ ୫୦୦୦ ହେଲେ ମୁଁ ପଚାଶ ହଜାର ଦେଇ ମଧ୍ୟ ଦିନ ଗୋଟାଏ ହେଲାଣି ମୋର କୌଣସି ବି ଖବର ଆସିନାହିଁ ମିଡିଆରେ । ଏହାପରେ କୁମାର ତାଙ୍କୁ କହିଲେ ତମେ କଣ ପବ୍ଲିସିଟି ପାଇବାକୁ ଦାନ କରିଥିଲା ।
ପ୍ରଡ୍ୟୁସର ଜଣଙ୍କ କହିଲେ ମୁଁ ଚାହୁଁଥିଲି କି ମୋ ଖବର ଦେଖି ବାକି ପ୍ରଡ୍ୟୁସର ମାନେ ମଧ୍ୟ ସାହାର୍ଯ୍ୟ କରିବା ପାଇଁ ହାତ ବଢାଇବେ । ତେଣୁ ସେ ନିଜେ କହିଲେ କି ରାଗିଜାଇ ସେ ଦେଇଥିବା ଚେକକୁ ବାଉନ୍ସ କରିଦେଇଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।