ସାମ୍ନାକୁ ଆସିଲା ନୂଆ ଆଶ୍ଚର୍ଯ୍ୟ କଲାଭଳି ଘଟଣା, ପୁରୁଷ ପେଟରେ ରହିଛି ପିଲା! କେମିତି ହେଲା ସମ୍ଭବ? ସତ ଜାଣି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ଭଗବାନଙ୍କ ଏହି ସଂସାରର ନିୟମ ହେଉଛି କି କେବଳ ମହିଳା ପାଖରେ ହିଁ ଗର୍ଭଧାରଣ କରିବାର କ୍ଷମତା ରହିଛି । କିନ୍ତୁ ଆଜିର ଏହି ଆଧୁନିକ ଯୁଗରେ ଆପଣଙ୍କୁ ଚମକାଇ ଦେବା ଭଳି କଥା ସାମ୍ନାକୁ ଆସୁଛି । ତେବେ ସୂଚନା ଅନୁଯାୟୀ କେରଳରେ ଏକ ବିରଳ ଦୃଶ୍ୟ ଦେଖିବା ପାଇଁ ମିଳିଛି । ପୁରୁଷ ପେଟରେ ରହିଛି ସନ୍ତାନ । ଏହା ଆପଣଙ୍କୁ ଚକିତ କରିଦେଉଥିବ ନିହାତି । ତେବେ ଏହି କଥା ସହ ଜଡିତ ଥିବା ପ୍ରକୃତ ଖବର ଉପରେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ।

କେରଳର କୋଚିପଡାରେ ଏକ ଅଦ୍ଭୁତ ଘଟଣା ଘଟିଛି । ଯାହା ଶୁଣିବା ପାଇଁ ଅଜବ ଲାଗୁଥିଲେ ମଧ୍ୟ ସତ୍ୟ । ସେଠାରେ ଜଣେ ମହିଳାଙ୍କ ବଦଳରେ ଜଣେ ପୁରୁଷ ଗର୍ଭବତୀ ହୋଇଛନ୍ତି । କେରଳର କୋଚିପଡାରେ ରହୁଥିବା ଟ୍ରାନ୍ସ ଜେଣ୍ଡର ଦମ୍ପତ୍ତି ଜିୟା ଏବଂ ଜହାନ ଖୁବ ଶୀଘ୍ର ନିଜ ଘରକୁ ଏକ ନୂଆ ଅତିଥିଙ୍କ ଆଗମନ ନେଇ ପ୍ରସ୍ତୁତ କରାଉଛନ୍ତି । ସେହି ନୂଆ ଅତିଥି ଜଣଙ୍କ ହେଉଛି ତାଙ୍କର ପ୍ରଥମ ସନ୍ତାନ ।

ସୋସିଆଲ ମିଡିଆରେ ଉଭୟ ବାପା ଏବଂ ମାଆ ଏହି କଥାର ଖୁଲସା କରିଛନ୍ତି । ଏହି କଥା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟି ସାରିଛି । ମାର୍ଚ୍ଚ ମାସରେ ସେମାନଙ୍କ ସନ୍ତାନ ଜନ୍ମ ନେଇ ଧରାପୃଷ୍ଠକୁ ଆସିବାକୁ ଯାଉଛି ବୋଲି ସେମାନେ ଆଶା ରଖିଛନ୍ତି । ଗତ ତିନି ବର୍ଷ ହେବ ଉଭୟ ଏକାଠି ରହୁଛନ୍ତି ।

ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜିୟା ଲେଖିଛନ୍ତି କି ସେ ଜନ୍ମରୁ ମହିଳା ନଥିଲେ । ତାଙ୍କୁ ଭୁଲରେ ଗୋଟିଏ ଛୋଟ ପିଲା ମା ବୋଲି ଡ଼ାକିଥିଲା । ଏହାପରେ ତାଙ୍କ ଭିତରେ ମାତୃତ୍ୟ ଆଣିବାର ଭାବନା ଜାଗ୍ରତ ହେଲା । ତାଙ୍କର ଜେଭଳି ମା ହେବାର ସ୍ଵପ୍ନ ଥିଲା ସେହିଭଳି ଜୋହାନଙ୍କର ମଧ୍ୟ ବାପା ହେବାର ସ୍ଵପ୍ନ ଥିଲା ।

ସୂଚନା ଅନୁଯାୟୀ ଏହି ଟ୍ରାନ୍ସ ଜେଣ୍ଡର କପଲ ନିଜର ଲି-ଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀର ସହାୟତା ନେଇଥିଲେ । ଜୋହାନ ଝିଅରୁ ପୁଅ ହୋଇଛନ୍ତି । କୁହାଯାଉଛି ସର୍ଜରୀ ବେଳେ ତାଙ୍କ ଗର୍ଭାଶୟ ଏବଂ ଅନ୍ୟକିଛି ଅଙ୍ଗକୁ ଫଟା ଯାଇନଥିଲା । ଯାହାଫଳରେ ସେ ଆଜି ପୁଅ ହୋଇ ମଧ୍ୟ ନିଜ ଗର୍ଭରେ ସନ୍ତାନ ଧାରଣ କରି ଗର୍ଭବତୀ ହୋଇଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।