ଓଟ୍ସ ଖାଉଛନ୍ତି କି ? ଏହା ନେଇପାରେ ଆପଣଙ୍କ ଜୀବନ ! ଓଟ୍ସ ଖାଇଲେ ଆମ ଶରୀରରେ କଣ ହୋଇଥାଏ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ !

ଆଜିକାଲି ଅନେକ ପ୍ରକାରର ସାଘାଂତିକ ରୋଗ ଦେଖା ଯାଉଥିବା ବେଳେ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆରମ୍ଭ କରୁଛନ୍ତି । ଓଜନ କମ୍ କରିବା ସହ ସୁସ୍ଥ ରହିବା ପାଇଁ ଲୋକେ ମାଣ୍ଡିଆ, ଛତୁଆ ଓ ଓଟ୍ସ ଆଦି ନିଜ ଡାଏଟରେ ସାମିଲ କରୁଛନ୍ତି । ତେବେ ଆପଣ ଯଦି ନିୟମିତ ଓଟ୍ସ ସେବନ କରୁଛନ୍ତି ତେବେ ଏହା ସେବନ କରିବାର ପ୍ରକୃତ ପ୍ରଣାଳୀ ଜାଣି ରଖିବା ଉଚିତ । ନଚେତ ଏହା ମଧ୍ୟ ଆପଣଙ୍କ ପାଇଁ ଘା-ତ-କ ସାଜିପରେ । ତେବେ ଆସନ୍ତୁ ଅଧିକ ଜାଣିବା ।

ଆଜିକାଲି ବଜାରରେ ମିଳୁଥିବା ଅନେକ ଓଟ୍ସ ପ୍ଯାକେଟରେ ଚିନି ମିଶିକରି ଆସୁଛି । ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ଏକ ବିଷ ଭଳି ହୋଇପାରେ । ଏହା ଆପଣ ଯାଞ୍ଚ କରି ଓଟ୍ସ ଆଣିବା ଆବଶ୍ୟକ । ଓଟ୍ସରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଏଥିପାଇଁ ଏହା ଆମ ଶରୀର ପାଇଁ ଭଲ ହୋଇଥାଏ ଏବଂ ଆମ ପେଟସଫା ରଖିଥାଏ ।

କିନ୍ତୁ ଆପଣ ଯଦି ପ୍ରତିଦିନ ଓଟ୍ସ ଖାଉଛନ୍ତି ତେବେ ଏହା ଆପଣଙ୍କ ପାଚନତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇପାରେ । ଆମେ କହୁନୁ କି ଆପଣ ଓଟ୍ସ ଖାଇବା ବନ୍ଦ କରିଦେବା ଉଚିତ । କିନ୍ତୁ ଓଟ୍ସ କେତେ ପରିମାଣରେ ଓ କେମିତି ଖାଇବେ ତାହା ଜାଣିବା ନିହାତି ଆବଶ୍ୟକ ।

ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ ରୋଗୀମାନେ ଓଟ୍ସ ନିହାତି ଖାଇବା ଉଚିତ । ହେଲେ ଏହାକୁ ଚିନି ସହ ଖାଆନ୍ତୁ ନାହିଁ । ହୃଦରୋଗୀ ମାନେ ମଧ୍ୟ ସକାଳ ଜଳଖିଆରେ ଓଟ୍ସ ଖାଇବା ଅତ୍ୟନ୍ତ ଉପକାରୀ । କିନ୍ତୁ ଓଟ୍ସ ଭଲଭାବେ ରନ୍ଧା ହୋଇଥିବା ଦରକାର । ନିୟମିତ ଓଟ୍ସ ଖାଇଲେ ଚର୍ମରୋଗ ମଧ୍ୟ ହୁଏନି ଏବଂ ଓଟ୍ସ ଖାଇବା ଦ୍ଵାରା ଆଦୌ ମୋଟା ମଧ୍ୟ ହେବେନି । ହେଲେ ଅଧିକ ଓଟ୍ସ ଖାଉଥିଲେ ଏହା ଆପଣଙ୍କ ପାଇଁ ସମସ୍ଯା ଆଣିପାରେ ।

କେହି କେହି ଓଟ୍ସକୁ ଚୂଡା ଭଳି ଖାଇଦିଅନ୍ତି । କିନ୍ତୁ ଜାଣିରଖନ୍ତୁ ଯେ ଏହାକୁ ଗ୍ରାଇଣ୍ଡିଂ ନକରି କିମ୍ବା ଭଲଭାବେ ନରାନ୍ଧି ସେବନ କଲେ ଏହା ଆପଣଙ୍କ ପେଟରେ ଷ୍ଟୋନ ସୃଷ୍ଟି କରିପାରେ । କିଛିଲୋକ ଓଟ୍ସକୁ ରାତିସାରା ଭିଜେଇକି ସକାଳେ ଖାଇଥାନ୍ତି, କିନ୍ତୁ ଏପରି ଭୁଲରେ ବି କରନ୍ତୁ ନାହିଁ ।

ଅଧିକ ଓଟ୍ସ ଖାଉଥିଲେ ମୋତିଆବିନ୍ଦୁ ଭଳି ସମସ୍ଯା ହେବାର ଆଶଙ୍କା ରହିଥାଏ । ମାଇଗ୍ରେନ ପେନ୍, ମୂତ୍ରାଶୟରେ ଷ୍ଟୋନ, ନିଦ କମ୍ ହେବା, ହାଡଜନିତ ସମସ୍ଯା, ମାଂସପେଶୀ ଦରଜ ହେବା ଭଳି ସମସ୍ଯା ମଧ୍ୟ ଦେଖାଦେବ । ଏହାସହ ଆପଣଙ୍କ ନଖ ଭାଙ୍ଗିବା ଓ ଉଦାସୀନତା ବଢିବ ଏବଂ ଆପଣ ଖୁବ ଶୀଘ୍ର ହାଲିଆ ହୋଇଯିବେ ।

ଅଧିକ ଓଟ୍ସ ଖାଉଥିବା ଓ ଏହାକୁ ଭଲଭାବେ ନରାନ୍ଧି ଖାଉଥିବା ବ୍ୟକ୍ତିଙ୍କ ଠାରେ ଏହିସବୁ ସମସ୍ଯା ଦେଖା ଦେଇଥାଏ । ଆପଣ ଓଟ୍ସକୁ ଭଲଭାବେ ରାନ୍ଧି ସେଥିରେ ଗୁଡ କିମ୍ବା ମହୁ ମିଶାଇ ଖାଇପାରିବେ । ଏହାସହ କିଛି ଫଳ ମଧ୍ୟ ସାମିଲ କରିପାରିବେ । କିନ୍ତୁ ଚିନି ମିଶାଇ ଖାଆନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।