ସମୁଦ୍ର ମଝିରେ ରହିଛି ବିଶ୍ଵର ସବୁଠୁ ଛୋଟ ଦେଶ । ଯେଉଁ ଦେଶରେ ମାତ୍ର 27 ଜଣ ଲୋକ ଅଛନ୍ତି । ଦିନକୁ ଦିନ ଭାରତର ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅଳ୍ପ ଦିନ ମଧ୍ୟରେ ବିଶ୍ଵର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର ଚୀନକୁ ମଧ୍ୟ ପଛରେ ପକାଇବାକୁ ଯାଉଛି ଭାରତ । ଅନ୍ୟପଟେ ବିଶ୍ବରେ ଏପରି ଏକ ଦେଶ ଅଛି ଯାହାକୁ ସବୁଠୁ ଛୋଟ ରାଷ୍ଟ୍ର ବୋଲି କୁହାଯାଏ । କାରଣ ଏହି ଦେଶରେ ମାତ୍ର 27 ଜଣ ଲୋକ ବାସ କରନ୍ତି ।

ତେବେ ଏହି କ୍ଷୁଦ୍ରତମ ଦେଶର ନାମ ହେଉଛି “ସି-ଲ୍ୟାଣ୍ଡ”, ଯାହାକୁ ଏକ ମାଇକ୍ରୋ ନେସନ ମଧ୍ୟ କୁହାଯାଏ । ଇଂଲଣ୍ଡର ସଫଲ୍କ ବିଚ୍ ଠାରୁ ମାତ୍ର 10 କିମି ଦୃଆରେ ଅବସ୍ଥିତ ଏହି ଦେଶ । ତେବେ ଏହି ଦେଶ କୌଣସି ଟାପୁ ଉପରେ ନୁହେଁ ବରଂ ସମୁଦ୍ର ମଝିରେ ଥିବା ଦୁଇଟି ପିଲାର ଉପରେ ଗଢି ଉଠିଛି । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ବ୍ରିଟେନ ଏହି ଦେଶକୁ ଗଢିଥିଲା ଓ ପରେ ଏହାକୁ ଖାଲି କରି ଦେଇଥିଲା ।
ସେବେ ଠାରୁ ବର୍ତ୍ତମାନ ଯାଏଁ ଏହି ଦେଶ ଉପରେ ଅଲଗା ଅଲଗା ଦେଶର ଲୋକମାନେ କବଜା କରି ଆସିଛନ୍ତି । 9 ଅକ୍ଟୋବର 2012 ମସିହାରେ ରୟ ବ୍ରିଟସ ନାମକ ଜଣେ ବ୍ୟକ୍ତି ନିଜକୁ ଏହି ଦେଶର ପ୍ରିନ୍ସ ଭାବେ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ ପରେ ଏହି ଦେଶରେ ତାଙ୍କ ପୁଅ ମାଇକେଲଙ୍କ ଶାସନ ଚାଲିଆସିଛି ।

ହେଲେ ଏବେବି ଏହି ଦେଶ ଅନ୍ୟ ଏକ ଦେଶର ଅଂଶ ଭାବେ ମାନାଯାଏ ଅର୍ଥାତ ଏହାକୁ ଏପର୍ଯ୍ୟନ୍ତ ସ୍ଵତନ୍ତ୍ର ଦେଶର ମାନ୍ୟତା ମିଳିନାହିଁ । ଏହି ଦେଶଟିର ଆକାର ମାତ୍ର 250 ମିଟର ମଧ୍ୟରେ ଅବସ୍ଥିତ । ତେଣୁ ଏଠାରେ ବସବାସ କରୁଥିବା ଲୋକଙ୍କ ଜୀବିକା ନିର୍ବାହ ପାଇଁ କୌଣସି ବିଶେଷ ସଂଶାଧନ ନାହିଁ । ସୋସିଆଲ ମିଡିଆରେ ଏହି ଦେଶ ସମ୍ପର୍କରେ ଭାଇରାଲ ହେବା ପରେ ଏହା ଲୋକଙ୍କ ନଜରକୁ ଆସିଥିଲା । ପରେ ଆପେ ଆପେ ଏହି ଦେଶକୁ ଫଣ୍ଡ ମିଳିବା ଆରମ୍ଭ ହୋଇ ଯାଇଥିଲା ।
ଯାହାଦ୍ୱାରା ସେଠାରେ ବାସ କରୁଥିବା ଲୋକଙ୍କ ସ୍ଥିତିରେ ସୁଧାର ଆସିଥିଲା । ଏଠାକାର କିଛି ଭିଡିଓ ଭାଇରାଲ ହେବା ପରେ ଅନ୍ୟ ଦେଶର ପର୍ଯ୍ୟଟକ ମଧ୍ୟ ଏଠାକୁ ଆସିବାକୁ ଲାଗିଲେ । ଯାହାଫଳରେ ଏଠାରେ ରୋଜଗାର ପନ୍ଥା ବୃଦ୍ଧି ପାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।