Anubhav ଙ୍କ ସହ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଖୁଲାସା କଲେ ବାନ୍ଧବୀ Jagrati Shukla, କହିଲେ ଆମେ ବହୁତ ଆଗକୁ ବଢିଯାଇଛୁ…

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା ଅନୁଭବଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଜାଗ୍ରତି କହିଛନ୍ତି କି, ଆମ ଦୁହିଁଙ୍କ ସମ୍ପର୍କ କେବଳ ବନ୍ଧୁତାରେ ସୀମିତ ନାହିଁ ବରଂ ଆମେ ବହୁତ ଆଗକୁ ବଢିଯାଇଛୁ । ଆଜ୍ଞା ହଁ, ଅନୁଭବଙ୍କ ସହ ସଂପର୍କକୁ ନେଇ ବାନ୍ଧବୀ ଜାଗ୍ରତି ଗଣମାଧ୍ୟମରେ ଏଭଳି କିଛି ଖୁଲାସା କରିଛନ୍ତି । ସେମାନଙ୍କ ସମ୍ପର୍କ କେତେ ଦିନର ଏବଂ ବନ୍ଧୁତାରୁ କିଭଳି ଏହା ବହୁ ଆଗକୁ ବଢିଯାଇଛି ସେନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ନିଜେ ଖୁଲାସା କରିଛନ୍ତି ଜାଗ୍ରତି ।

ତିନିଦିନ ତଳେ ଫିଲ୍ମ ନିର୍ମାତା ବସନ୍ତ ନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁଭବଙ୍କ ସମେତ ଅନେକ ବଡ ବଡ ଓଲିଉଡ କଳାକାରମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଭବଙ୍କ ଡାକରାରେ ଦିଲ୍ଲୀରୁ ଦୌଡି ଆସିଥିଲେ ବାନ୍ଧବୀ ଜାଗ୍ରତି ଶୁକ୍ଲା । ଅନୁଭବ ସେଠାରେ ଜାଗ୍ରତିଙ୍କୁ ସର୍ବ ସମୁଖରେ ହାତ ମିଶାଇ ୱେଲକମ୍ ମଧ୍ୟ କରିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।

ଅନ୍ୟପଟେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଅନୁଭବଙ୍କର ବିବାହ ବିଚ୍ଛେଦ ମାମଲା ଲାଗି ରହିଛି । ଯେଉଁଥି ପାଇଁ ଅତ୍ୟନ୍ତ ବ୍ୟସ୍ତବିବ୍ରତ ହୋଇ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରୁଥିଲେ । ଜାଗ୍ରତି ମଧ୍ୟ ଏନେଇ ଏକ ଭିଡିଓ କରିଥିଲେ । ତେବେ ଅନୁଭବ ଓ ଜାଗ୍ରତିଙ୍କ ପ୍ରେମ ସମ୍ପର୍କ କଥା ଆରମ୍ଭରୁ ଚର୍ଚ୍ଚା ହୋଇ ଆସୁଛି ।

ହେଲେ ଏହାକୁ ନେଇ ଅନୁଭବ କି ଜାଗ୍ରତି କେବେ ପ୍ରତିକ୍ରିୟା ରଖି ନଥିଲେ । ଜାଗ୍ରତି ତାଙ୍କର କେବଳ ଜଣେ ଭଲ ବନ୍ଧୁ ବୋଲି ଅନୁଭବ ଥରେ କହିଥିଲେ । ଆଉ ଏବେ ଅନୁଭବ ଡାକିବା ମାତ୍ରେ ଜାଗ୍ରତି ଦିଲ୍ଲୀରୁ ଦୌଡି ଆସିବା ପରେ ଏହାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯାହାପରେ ଜାଗ୍ରତି ଏକ ଗଣମାଧ୍ୟମ ସାକ୍ଷାତକାରରେ ଉଭୟଙ୍କ ସମ୍ପର୍କକୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି । ଦୁହିଁଙ୍କ ସମ୍ପର୍କ ବନ୍ଧୁତାରୁ ଆରମ୍ଭ ହୋଇ ଏବେ ବହୁ ଆଗକୁ ଚାଲି ଯାଇଥିବା ଜାଗ୍ରତି ନିଜେ କହିଛନ୍ତି ।

ଏପରିକି ଅନୁଭବ ଓ ଜାଗ୍ରତିଙ୍କ ପରିବାର ମଧ୍ୟରେ ବି ସମ୍ପର୍କ ବଢିଯାଇଛି । ହେଲେ ସିଧାସଳଖ ପ୍ରେମ ସମ୍ପର୍କ ବିଷୟରେ ଜାଗ୍ରତି କିଛି କହିନାହାନ୍ତି । ତେବେ ଆଗକୁ ସମୟ କହିବ ଅନୁଭବ ଓ ଜାଗ୍ରତିଙ୍କ ମଧ୍ୟରେ ସମ୍ପର୍କ ପ୍ରକୃତରେ କେତେ ବାଟ ଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।