ରାତିରେ ମ-ଦ ପିଇ ଆସି ମୋ ସହ ଜବରଦସ୍ତ ଶା-ରୀ-ରି-କ ସ-ମ୍ପ-ର୍କ ରଖେ ମୋ ସ୍ଵାମୀ । ରାତି ସାରା ମୋ ସହ ସମ୍ପର୍କ ରଖେ ତେଣିକି ମୁଁ ଇଚ୍ଛା କରେ କି ନକରେ । ମୁଁ ଯଦି ବାରଣ କରୁଛି ତେବେ ମୋତେ ମାଡ ମା-ରୁଛି । ମୋ ଶରୀର ବହୁତ ଦୁର୍ବଳ କେତେ ଆଉ ସହିବି । ଯେତେ ଯାହା କହିଲେ ବି ମୋ ସ୍ଵାମୀ ଶୁଣୁନି । ତାକୁ ଖାଲି ଦେହସୁଖ ଦରକାର । ମୋ ସ୍ଵାମୀ ଟିକେ ଟିକେ କଥାରେ ମୋତେ ସନ୍ଦେହ କରୁଛି । ମୁଁ ବାରଣ କଲେ ମୋତେ କହୁଛି ତୁ ପରପୁରୁଷ ପକାହେ ଶୋଉଛୁ ।

ମୋ ସ୍ଵାମୀ ମୋତେ ଅକଥନୀୟ ଅ-ତ୍ୟା-ଚା-ର ଦେଉଛି । ଆଉ ତା’ ଅ-ତ୍ୟା-ଚା-ର ସହି ନପାରି ମୁଁ ଜୀବନ ହାରିବାକୁ ଆସିଥିଲି । ଏଭଳି କିଛି କହିଛନ୍ତି ଓଭରବ୍ରିଜ ଉପରୁ ଡେଇଁ ଜୀବନ ହାରିବାକୁ ଚାହୁଁଥିବା ମହିଳାଜଣକ । ଗତ ମଙ୍ଗଳବାର ଦିନ ଦିନ ଦ୍ଵିପ୍ରହରେ କଟକ ମଧୁପାଟଣା ଲିଙ୍କରୋଡ ବ୍ରିଜ ଉପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଓଭରବ୍ରିଜ ଉପରେ ଚଢି ସେଠାରୁ ତଳକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ଏହି ମହିଳାଜଣକ ।
ଏତିକି ବେଳେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଉକ୍ତ ମହିଳାଙ୍କ ଜୀବନ ବଞ୍ଚିଥିଲେ ଟ୍ରାଫିକ ଡ୍ଯୁଟିରେ ଥିବା କନେଷ୍ଟବଳ ତପନ ଦାସ । ପ୍ରଣତି ସାହାଣୀ ନାମକ ଏହି ମହିଳା କଟକ ମଧୁପାଟଣା ସ୍ଥିତ ଓଭରବ୍ରିଜ ଉପରୁ ଡେଇଁବାକୁ ଉଦ୍ୟମ କରିଥିଲେ । ପାଖେ ଗୋଟିଏ ସାନ ଛୁଆଟି ମଧ୍ୟ ଠିଆ ହୋଇ କାନ୍ଦୁଥିଲା । ଏତିକି ବେଳେ ତାଙ୍କ ପାଇଁ ଦେବଦୂତ ସାଜିଥିଲେ ଟ୍ରାଫିକ ପୋଲିସ ।

କିଛି ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ନେଇ ମଧୁପାଟଣା ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ ଟ୍ରାଫିକ ପୋଲିସଜଣକ । ତେବେ ଉକ୍ତ ମହିଳା ତଥା ପ୍ରଣତି ସାହାଣୀଙ୍କ ଘର ହେଉଛି ତିଗିରିଆ ନୀଚିଗଡରେ । ଆଠ ବର୍ଷ ତଳେ ସ୍ଵାମୀ କୈଳାସଙ୍କ ହାତ ଧରିଥିଲେ ପ୍ରଣତି । ତାଙ୍କର 6 ବର୍ଷର ଝିଅ ଓ 4 ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି । ହେଲେ କିଛିଦିନ ହେବ ତାଙ୍କ ସ୍ଵାମୀ ତାଙ୍କୁ ଶାରୀରିକ ଓ ମାନସିକ ତଥା ଯୌନ ନିର୍ଯ୍ୟାତନା ଦେଉଛନ୍ତି ।
ପ୍ରଣତି ଏହାକୁ ବିରୋଧ କଲେ ସ୍ଵାମୀ ମାଡ ମା-ରନ୍ତି । ଏହା ପୂର୍ବରୁ ପ୍ରଣତି ଥାନାର ଦ୍ଵାରସ୍ଥ ହେବାସହ ଘରଲୋକଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ବୁଝି ନଥିଲେ । ତେଣୁ ବାଧ୍ୟ ହୋଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ପ୍ରଣତି । ଯାହା ସେ ନିହେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।