MS Dhoni ଙ୍କ ଅବସର ସଙ୍କେତ ! ପୂର୍ବରୁ ସୂଚନା ପାଇଥିବା ନେଇ ପ୍ରକାଶ କଲେ ଏହି ପୂର୍ବତନ କୋଚ୍, ଆଖିରେ ଲୁହ ଆସିଯିବ

କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ସଂପୂର୍ଣ୍ଣ ଅବସର ନେଇ ସାରିଥିଲେ ବି ଏବେବି ତାଙ୍କୁ ନେଇ ଚର୍ଚ୍ଚା ଲାଗ ରୁହେ । ଧୋନୀ 15 ଅଗଷ୍ଟ 2020 ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଅଚାନକ ତାଙ୍କ ଅବସର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଧୋନୀ ଏତେ ଶୀଘ୍ର ଅବସର ନେବେ ବୋଲି କେହି ସ୍ଵପ୍ନରେ ମଧ୍ୟ ଭବାଇ ନଥିଲେ । ଆଉ ଏବେ ପୁଣି ଥରେ ଧୋନୀଙ୍କ ଅବସରକୁ ନେଇ ଏକ ବଡ ଖୁଲାସା ହୋଇଛି ।

ଧୋନୀଙ୍କ ଅବସର ସମ୍ବନ୍ଧରେ କୁଆଡେ କ୍ରିକେଟର ରିଷଭ ପନ୍ତ ଓ ପୂର୍ବତନ କୋଚ୍ ଆର. ଶ୍ରୀଧର ପୂର୍ବରୁ ଜାଣିଥିଲେ । ବର୍ତ୍ତମାନ ଏନେଇ ଆର. ଶ୍ରୀଧର ନିଜେ ସ୍ପଷ୍ଟ କରିଛନ୍ତି । ଧୋନୀ ଭାରତୀୟ କ୍ରିକେଟ ର ଏମିତି ଏକମାତ୍ର ଅଧିନାୟକ ଯିଏ କି, ସମସ୍ତ ଆଇସିସି ଟ୍ରଫି ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଧୋନୀଙ୍କ ନେତୃତ୍ବରେ 2007 ରେ ଟି20 ବିଶ୍ଵକପ, 2011 ରେ ଦିନିକିଆ ବିଶ୍ଵକପ ସହ ଚାମ୍ପିୟାନସ୍ ଟ୍ରଫି ମଧ୍ୟ ଜିତିଥିଲା ଟିମ୍ ଇଣ୍ଡିଆ ।

2019 ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ସହ ଧୋନୀ ନିଜର ଶେଷ ଦିନିକିଆ ଆନ୍ତର୍ଜାତୀୟ ମ୍ଯାଚ ଖେଳିଥିଲେ । ଏହି ମ୍ଯାଚ ବେଳଠୁ ହିଁ ଧୋନୀ ଅବସର ନିଷ୍ପତ୍ତି ନେଇ ସାରିଥିଲେ । ରିଷଭ ପନ୍ତ ଓ ପୂର୍ବତନ ଫିଲଡିଙ୍ଗ କୋଚ୍ ଆର. ଶ୍ରୀଧର ଏନେଇ ପୂର୍ବରୁ ସଙ୍କେତ ପାଇ ସାରିଥିଲେ । ଶ୍ରୀଧର ନିଜ ପୁସ୍ତକରେ ଧୋନୀଙ୍କ ଅବସରକୁ ନେଇ ଉଲ୍ଲେଖ କରିଛନ୍ତି । ଶ୍ରୀଧର ସଂକେତ ପାଇ ସାରିଥିଲେ ମଧ୍ୟ ଏନେଇ କାହାକୁ ଜଣାଇ ନଥିଲେ ।

ଏନେଇ ସେ ନିଜ ପୁସ୍ତକରେ ଲେଖିଛନ୍ତି କି, ରିଜର୍ଭ ଡେ’ ସକାଳୁ ସକାଳୁ ମାଞ୍ଚେଷ୍ଟରରେ ବ୍ରେକଫାଷ୍ଟ ପାଇଁ ପହଞ୍ଚିଥିଲି । ଏହି ସମୟରେ ଧୋନୀ ଏବଂ ପନ୍ତ ଭିତରକୁ ଆସିଥିଲେ ଓ ମୋ ସହ କଫି ପିଇବାକୁ ବସିଥିଲେ । ଏତିକି ବେଳେ ଧୋନୀ ପନ୍ତଙ୍କୁ କହିଥିଲେ କି, ଟିମ୍ ର କିଛି ଖେଳାଳି ଲଣ୍ଡନ ଯିବାକୁ ଯୋଜନା କରୁଛନ୍ତି । ଧୋନୀ ଯିବେ କି ନାହିଁ ପଚରା ଯିବାରୁ ସେ ଉତ୍ତର ଦେଇଥିଲେ, ଆଦୌ ନୁହେଁ । ମୁଁ ମୋ ଟିମ୍ ସହ ଶେଷ ବସ୍ ଯାତ୍ରା କରିବାର ସୁଯୋଗ ହାତଛଡା କରିବାକୁ ଚାହେଁନି ।

ଏଭଳି କହି ଧୋନୀ ଅବସର ନେବାକୁ ଚିନ୍ତା କରିବାର ସଂକେତ ଦେଇ ସାରିଥିଲେ । ଏହା ଶୁଣିବା ପରେ ମଧ୍ୟ ଏ ବାବଦରେ କାହା ସହ କୌଣସି ଆଲୋଚନା କରି ନଥିବା ନିଜ ପୁସ୍ତକରେ ଲେଖିଛନ୍ତି ଶ୍ରୀଧର । ଧୋନୀଙ୍କ ସମ୍ମାନକୁ ଦୃଷ୍ଟିରେ ରଖି କାହାକୁ କିଛି ନ କହିବାକୁ ସେ ଉଚିତ ମଣି ନଥିଲେ । ଆଉ ନିଜ କହିବା ମୁତାବକ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଧୋନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।