ଏଣିକି ଘରେ ବସି କରିପାରିବେ ଆଧାରକାର୍ଡ ଠିକଣା ଅପଡେଟ, ଆଉ ଦୌଡିବାକୁ ପଡିବନି ସରକାରୀ ଅଫିସ, ଦେଖନ୍ତୁ କଣ ରହିଛି ପୁରା ପ୍ରକ୍ରିୟା

ଏଥର ଘରେ ବସି ଆଧାରକାର୍ଡରେ ଠିକଣା ଅପଡେଟ କରିପାରିବେ । ଏଥିପାଇଁ ଦରକାର ହେବନି କୌଣସି ଡକ୍ୟୁମେଣ୍ଟ । ଆଧାରକାର୍ଡରେ ଠିକଣା ଅପଡେଟ କରିବାକୁ ନେଇ ଅନେକ ଚିନ୍ତାରେ ପଡିଥାନ୍ତି । ଏଥିପାଇଁ ଅଫିସରୁ ଅଫିସକୁ ଘୁରି ବୁଲିଥାନ୍ତି ଲୋକେ । ତେବେ ଏସବୁ ସମସ୍ଯା ଏବେ ଦୂର ହେଲା । ବର୍ତ୍ତମାନ ଆପଣ ନିଜ ଘରେ ବସି ଆଧାରକାର୍ଡରେ ଠିକଣା ଅପଡେଟ କରିପାରିବେ । କେବଳ ଘରର ମୁରବି ରାଜି ହୋଇଗଲେ ଆପଣଙ୍କ ଘରର ଠିକଣା ଅପଡେଟ ହୋଇଯିବ ।

ପୂର୍ବରୁ ଆଧାରକାର୍ଡରେ ଠିକଣା ଅପଡେଟ ପାଇଁ ରାସନକାର୍ଡ, ପାସପୋର୍ଟ ଓ ମ୍ୟାରେଜ ସାର୍ଟିଫିକେଟ ଭଳି ଡକ୍ୟୁମେଣ୍ଟ ଦରକାର ପଡୁଥିଲା । ଏସବୁ ନଥିଲେ ନିଜ ଅଞ୍ଚଳର ସରପଞ୍ଚ କିମ୍ବା MLA ଙ୍କ ଚିଠି ଦରକାର ପଡିଥାଏ । ହେଲେ ବର୍ତ୍ତମାନ ଆପଣ କେବଳ ନିଜ ଘରର ମୁରବିଙ୍କ ଡକ୍ୟୁମେଣ୍ଟ ଦେଇ ନିଜ ଠିକଣା ଅପଡେଟ କରିପାରିବେ । ତେବେ ମୁରବିଙ୍କ ଡକ୍ୟୁମେଣ୍ଟରେ ତାଙ୍କ ସହ ଆପଣଙ୍କ ସମ୍ପର୍କ ସ୍ପଷ୍ଟ ଜଣାପଡିବା ଆବଶ୍ୟକ ।

UIDAI ର ନିୟମାନୁସାରେ, 18 ବର୍ଷରୁ ଉର୍ଦ୍ଧ୍ଵ ଯେକୌଣସି ବ୍ୟକ୍ତି ନିଜ ଘରର ମୁରବି ଭୂମିକା ନିଭାଇ ପାରିବେ । ଏହି ଡକ୍ୟୁମେଣ୍ଟ ସାହାଯ୍ୟରେ ଆପଣ ଘରେ ବସି ସହଜରେ ନିଜ ଠିକଣା ଅପଡେଟ କରିପାରିବେ । ତେବେ ଆସନ୍ତୁ ଜାଣିବା ଅନଲାଇନରେ ଆପଣ ନିଜ ଠିକଣା କେମିତି ଅପଡେଟ କରିବେ ।

ଏଥିପାଇଁ ପ୍ରଥମେ UIDAI ର ଅଫିସିଆଲ ୱେବସାଇଟ http://www.myaadhaar.uidai.gov.in ରେ ଯାଇ ଲଗଇନ କରି “ଅପଡେଟ ଆଧାର” ବିକଳ୍ପ ଉପରେ କ୍ଲିକ କରିବାକୁ ହେବ । ଏହାପରେ ସେଠାରେ ଆପଣଙ୍କୁ ଆପଣଙ୍କ ମୁରବିଙ୍କ ଆଧାର ନମ୍ବର ଦେବାକୁ ହେବ । ଏହାପରେ ମୁରବିଙ୍କ ସହ ଆପଣଙ୍କ ସମ୍ପର୍କ କଣ ଏହାର ଏକ ଡକ୍ୟୁମେଣ୍ଟ ଦେବାକୁ ହେବ । ତା’ପରେ 50 ଟଙ୍କାର ଏକ ପେମେଣ୍ଟ କରିବାକୁ ପଡିବ । ପେମେଣ୍ଟ ପରେ ମୁରବିଙ୍କ ପାଖକୁ ଏକ ମେସେଜ ଯିବ ଯେଉଁଥିରେ ଆଡ୍ରେସ ରିକ୍ୟୁଏଷ୍ଟ ଥିବ ।

ମୁରବିଙ୍କ ଅନୁମତି ମିଳିବା ପରେ ଆପଣଙ୍କ ଆଧାର ଠିକଣା ଅପଡେଟ ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ 30 ଦିନ ଭିତରେ ଏହା ଶେଷ ହେବ । ଏହିଭଳି ଭାବେ ଆପଣ ଘରେ ବସି ସହଜରେ ନିଜ ଆଧାର ଠିକଣା ଅପଡେଟ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।