ଉଚ୍ଚ ସରକାରୀ ପଦବୀରେ ଥିବା 8 ମହାନ କ୍ରିକେଟର, କ୍ରିକେଟ ସହ ଦେଶ ପାଇଁ ବି କରନ୍ତି କାମ, ଦେଖନ୍ତୁ ଲିଷ୍ଟ

ନମସ୍କାର ବନ୍ଧୁଗଣ, କ୍ରିକେଟର ମାନେ ଷ୍ଟାରର ପରିଚୟ ସହଜରେ ପାଇନଥାନ୍ତି । ଏଥିପାଇଁ ସେମାନେ ପିଲାବେଳୁ ଅନେକ କଷ୍ଟ କରି ଆଗକୁ ବଢିଥାନ୍ତି । ଯାହାର ଫଳ ସ୍ୱରୂପ ସେମାନେ ଜଣେ ଜଣେ ନାମୀ ଦାମୀ ଖେଲାଳିର ପରିଚୟ ପାଆନ୍ତି । ଟାଣୁଆ ଦେଖିବା ପାଇଁ ଲୋକା ଧାଡି ଲଗାନ୍ତି । ସେମାନେ ଜଣେ ଜଣେ ସେଲିବ୍ରେଟି ପାଲଟି ଯାନ୍ତି । ତେବେ କଣ ଆପଣ ଜାଣନ୍ତି ଦଳରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳି ମାନଙ୍କୁ ସରକାରୀ ପଦବୀ ମିଳିଥାଏ ସରକାରଙ୍କ ତରଫରୁ ।

ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ ଭାରତୀୟ ଦଳର 8 କ୍ରିକେଟରଙ୍କ ସମ୍ପର୍କରେ ଯେଉଁମାନେ ସରକାରୀ ପଦବୀ ହାସଲ କରିଛନ୍ତି । କପିଲ ଦେବ: ପୂର୍ବତନ କ୍ୟାପଟେନ କପିଲ ଦେବ ଭାରତୀୟ କ୍ରିକେଟ ଦଳର ଏକ ମହାନ କ୍ରିକେଟର ଥିଲେ । ଯାହାଙ୍କ ପାଇଁ ଆଜି କ୍ରିକେଟ ଆଗକୁ ବଢିପାରିଛି । ତେବେ ତାଙ୍କୁ ସରକାରଙ୍କ ତରଫରୁ ହନରାରୀ ଲେଉଟାଣ୍ଟ କୋଲୋନେଲ ପଦବୀ ପ୍ରଦାନ କରାଯାଇଥିଲା ।

ଯୋଗେନ୍ଦର ଶର୍ମା: ଭାରତକୁ ପ୍ରଥମ t20 ବିଶ୍ଵକପ ଜିତାଇବା ପାଇଁ ଯୋଗେନ୍ଦରଙ୍କ ପ୍ରମୁଖ ଭୂମିକା ରହିଥିଲା । ଯାହାଫଳରେ ସରକାର ତାଙ୍କୁ ସମ୍ମାନିତ କରିବାକୁ ଯାଇ ହରିୟଣା ପୋଲିସ ତାଙ୍କ ଡିପାର୍ଟମେଣ୍ଟରେ ଏକ ପଦବି ପ୍ରଦାନ କରିଥିଲେ । ଏବଂ ସେ ସେହିଦିନ ଠାରୁ ସେ DSP ପଦବୀରେ ଚାକିରି କରୁଛନ୍ତି ।

ସଚିନ ତେନ୍ଦୁଲକର: 2010  ମସିହାରେ ଭାରତୀୟ ଏୟାର ଫୋର୍ସ ତରଫରୁ ତାଙ୍କୁ ଗୃପ କ୍ୟାପଟେନର ପଦବୀ ପ୍ରଦାନ କରାଯାଇ ସମ୍ମାନିତ କରଯାଇଥିଲା । ସଚିନକୁ 2012ରେ ରାଜ୍ୟସଭା ପାଇଁ ମଧ୍ୟ ନୋମିନେଟ କରଯାଇଥିଲା । ମହେନ୍ଦ୍ର ସିଂ ଧୋନୀ: ଇଣ୍ଡିଆନ ଆର୍ମୀ ତରଫରୁ ଧୋନୀଙ୍କୁ 2011 ମସିହାରେ ହନରାରୀ ଲାଫ୍ଟନାଣ୍ଟ କର୍ନଲର ପୋଷ୍ଟ ପ୍ରଦାନ କରଯାଇଥିଲା ।

ହରବଜନ ସିଂ: ପଞ୍ଜାବ ସରକାରଙ୍କ ଦ୍ଵାରା ତାଙ୍କୁ DSP ପଦବୀ ପ୍ରଦାନ କରାଯାଇଛି । ଏହି ପଦବୀକୁ ସେ ପୁରା ସମ୍ମାନ ଏବଂ ଗୌରବର ସହ ସ୍ଵୀକାର କରିଥିଲେ । ଉମେଶ ଯାଦବ: 2017 ମସିହାରେ ତାଙ୍କୁ ରିଜର୍ଭ ବ୍ୟାଙ୍କରେ ଆସିଷ୍ଟାନ୍ତ ମ୍ୟାନେଜରର ପଦବୀ ଦିଆଯାଇଛି । ୟୁଜବେନ୍ଦର ଚେହଲ: ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତରଫରୁ ଇନ୍ସପେକ୍ଟର ପଦବୀରେ ସମ୍ମାନିତ କରାଯାଇଛି ।

KL ରାହୁଲ: ରିଜର୍ଭ ବ୍ୟାଙ୍କ ତରଫରୁ ଉମେଶ ଯାଦବଙ୍କ ଭଳି kl ରାହୁଲଙ୍କୁ ମଧ୍ୟ ଆସିଟାଣ୍ଟ ମ୍ୟାନେଜରର ପଦବୀ ପ୍ରଦାନ କରାଯାଇଛି । ଏହି କାରଣ ହେତୁ ଉଭୟ RBI ର କିଛି ବିଜ୍ଞାପନରେ ନଜର ମଧ୍ୟ ଆସିଥାନ୍ତି । ତେବେ ଏମାନେ ଥିଲେ ସେହି ଭାରତୀୟ କ୍ରିକେଟର ଯେଉଁମାନେ କ୍ରିକେଟ ସହ ସରକାରୀ ପଦବୀକୁ ମଧ୍ୟ ହାସଲ କାରିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।