ନୂଆବର୍ଷ ଦିନ ଘରକୁ ନିଶ୍ଚୟ ନେଇ ଆସନ୍ତୁ ଏହି 1 ଗୁପ୍ତ ଜିନିଷ, ବର୍ଷସାରା ସୁଖଶାନ୍ତି, ଆରୋଗ୍ଯ, ଧନ ସମ୍ପତ୍ତି, ଆକର୍ଷଣ ଶକ୍ତି କେଉଁଥିରେ ବି ଅଭାବ ହେବନି, 100% ପ୍ରଭାବଶାଳୀ

ଏଥର 1 ଜାନୁୟାରୀ 2023 ପୌଷ ମାସ ଶୁକ୍ଲପକ୍ଷ ରବିବାରରେ ପଡୁଛି । ଦଶମୀ ତିଥିରେ ଏହା ପଡୁଥିବା ବେଳେ ନକ୍ଷତ୍ରର ସ୍ଵାମୀ ଅଟନ୍ତି ଶୁକ୍ରଦେବ । ଯମରାଜ ଦଶମୀ ତିଥିର ସ୍ଵାମୀ ହୋଇଥିବାରୁ ଏହିଦିନ ତାଙ୍କୁ ପୂଜା କରିବା ଦ୍ଵାରା ଦୀର୍ଘାୟୁ ଓ ଆରୋଗ୍ଯ ପ୍ରପାତ ହୋଇଥାଏ । ନୂଆବର୍ଷ ଦିନ ଯମରାଜ ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗୋଟିଏ ଦୀପ ନିହାତି ଭାବେ ଦାନ କରିବା ଉଚିତ । ନୂଆବର୍ଷ ରବିବାର ଅର୍ଥାତ ସୂର୍ଯ୍ୟଦେବଙ୍କ ବାରରେ ପଡୁଥିବାରୁ ଏହିଦିନ ସୂର୍ଯ୍ୟଦେବଙ୍କ ସହ ସମ୍ବନ୍ଧିତ କୌଣସି ବସ୍ତୁ ଘରକୁ କିଣି ଆଣିବା ଶୁଭ ହୋଇଥାଏ ।

ସେହିପରି ନକ୍ଷତ୍ରର ସ୍ଵାମୀ ଶୁକ୍ରଦେବ ଆମକୁ ସବୁ ପ୍ରକାରର ଭୌତିକ ସୁଖ ପ୍ରଦାନ କରନ୍ତି । ତେଣୁ ଆପଣ ଏହିଦିନ ଏସବୁକୁ ଦୃଷ୍ଟିରେ ରଖି ଘରକୁ କିଛି କଣ ସବୁ କିଣି ଆଣିପାରିବେ ଆସନ୍ତୁ ଜାଣିବା । ପ୍ରଥମରେ ଆପଣ ତମ୍ବା, ଦ୍ଵିତୀୟ ସାମଗ୍ରୀ ଗୁଡ, ତା’ପରେ ଗହମ, ମଶୁର ଡାଲି ଓ ଘିଅ ଆଦି କିଣି ଆଣିପାରିବେ । ତମ୍ବା ପାତ୍ର ସୂର୍ଯ୍ୟଙ୍କ ସହ ଜଡିତ ।

ତେଣୁ ଏହିଦିନ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଅର୍ଘ୍ୟ ପ୍ରଦାନ କରିବା ଦ୍ଵାରା ନିଃସନ୍ଦେହ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ସେହିପରି ଗୁଡ ହେଉଛି ଧନର ପ୍ରତୀକ । ତେଣୁ ନୂଆବର୍ଷ ଦିନ ଗୁଡ କିଣି ପିମ୍ପୁଡି ଓ ଜନ୍ଦାମାନଙ୍କୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ମଙ୍ଗଳ ଓ ଉନ୍ନତି ହେବ । ଗହମ ଦ୍ଵାରା ବହୁ ପ୍ରକାରର ଭୌତିକ ସୁଖ ପ୍ରାପ୍ତି ହୁଏ ।

ଏହିଦିନ ଗହମ କିଣି ଆଣିବା ପରେ ଆପଣ କେବେବି ଏହାକୁ ପେଷିବେ ଓ ଏଥିରେ ପ୍ରଥମ ରୁଟି ବନାଇବେ ସେହି ରୁଟିକୁ ଗୋମାତାକୁ ନିଶ୍ଚୟ ଖାଇବାକୁ ଦେବେ । ଏପରି କରିବା ଦ୍ଵାରା ସମସ୍ତ ଦେବୀଦେବତା ପ୍ରସନ୍ନ ହୋଇଥାନ୍ତି ଓ ପୁରା ବର୍ଷ ଆପଣଙ୍କ ଉପରେ କୃପା ବର୍ଷିବ । ଜୀବନରେ ଆଗକୁ ବଢିବା ପାଇଁ ଏହିଦିନ ମଶୁର ଡାଲି କିଣି ଏହାକୁ ଦାନ କରନ୍ତୁ ।

ଆପଣ ନିଜେ ମଧ୍ୟ ଏହାକୁ ଖାଆନ୍ତୁ । ସେହିପରି ସବୁ ପ୍ରକାରର ଭୌତିକ ସୁଖ ସୁବିଧା ପାଇବାକୁ ହେଲେ ଏହିଦିନ ଘିଅ ମଧ୍ୟ କିଣି ଆଣନ୍ତୁ ଓ ଗୋବର ଘଷି ଜଳାଇ ଆପଣଙ୍କ ପ୍ରିୟ ଦେବାଦେବୀଙ୍କ ନାଁରେ ଢାଳନ୍ତୁ । ଜାଣି ରଖନ୍ତୁ ଯେ ସଫଳତା ପାଇବାକୁ ହେଲେ ପରିଶ୍ରମ କରିବା ନିହାତି ଜରୁରୀ ।

କିନ୍ତୁ କେବେ କେବେ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ଉଚିତ ଫଳ ମିଳେନାହିଁ । ତେଣୁ ଶାସ୍ତ୍ରଜନିତ ଏହି ଛୋଟ ଛୋଟ ଉପାୟ ଅବଲମ୍ବନ କରିବା ଦ୍ଵାରା ଭାଗ୍ୟ ଖୋଲିଥାଏ । ତେବେ ଉପର ଲିଖିତ ସାମଗ୍ରୀ ବ୍ଯତୀତ ଆପଣ ନୂଆବର୍ଷ ଦିନ ଏକ ମୟୂରପଙ୍ଖ ନିଶ୍ଚିତ ଭାବେ ଘରକୁ କିଣି ଆଣନ୍ତୁ ଓ ଏହାର ଚନ୍ଦ୍ରିକା ଭାଗକୁ କାଟି ନିଜ ପର୍ସରେ ରଖିଦିଅନ୍ତୁ ।

ଏହା ପାଖରେ ଥିଲେ ଆପଣଙ୍କ ଆକର୍ଷଣ ଶକ୍ତି ବୃଦ୍ଧି ପାଏ । କାର୍ଯ୍ୟରେ ମନ ଲାଗିବା ସହ ସଫଳ ମଧ୍ୟ ହେବେ । ଏହାଦ୍ବାରା ବିଦ୍ୟା ଓ ବୁଦ୍ଧି ମଧ୍ୟ ବଢିବ ଓ ସବୁ କାର୍ଯ୍ୟରେ ଉନ୍ନତି ହେବ । ମୟୂରପଙ୍ଖ ପାଖରେ ରହିବା ଦ୍ଵାରା ମନରେ ଥିବା ଦୁଶ୍ଚିନ୍ତା ଦୂର ହେବ । ଆପଣ ଚାହିଁଲେ ମୟୂରପଙ୍ଖରେ ଟିକିଏ ଅତର ଲଗାଇ ରଖିପାରିବେ । ଏହାଦ୍ବାରା ଭୌତିକ ସୁଖଶାନ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।