ବାହାଘର ପରେ ସାରଳା ମନ୍ଦିରରେ ନଜର ଆସିଲେ Ashwini ଓ Prerana, ଏକାଠି ମାଗିଲେ ମନତ୍, ଦେଖନ୍ତୁ video

ଅଶ୍ଵିନୀ ଓ ପ୍ରେରଣାଙ୍କ ବାହାଘର ଖବର ଏବେବି ଓଲିଉଡର ହଟ୍ ଟପିକ୍ ରହିଛି । ଓଲିଉଡ ଦୁନିଆର ଏହି ଦୁଇ ଲୋକପ୍ରିୟ କଳାକାର ନିଜ ଅଭିନୟ ଓ ଉପସ୍ଥାପନା ମାଧ୍ୟମରେ ଓଲିଉଡ ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି । ପରଦା ଉପରେ ଏହି ଦୁହିଁଙ୍କ ଯୋଡିକୁ ସମସ୍ତେ ଖୁବ ପସନ୍ଦ କରନ୍ତି । ଠିକ ସେମିତି ରିୟଲ ଲାଇଫରେ ମଧ୍ୟ ଏମାନଙ୍କ ଯୋଡି ଲୋକଙ୍କୁ ବେଶ ପସନ୍ଦ ଆସୁଛି ।

ସେଥିପାଇଁ ତ ଅଶ୍ଵିନୀ ଓ ପ୍ରେରଣାଙ୍କ ବିବାହର ସବୁ ରଶମ ଠାରୁ ଆରମ୍ଭ କରି ରିସେପସନ ଓ ଅଷ୍ଟମଙ୍ଗଳା ପର୍ଯ୍ୟନ୍ତ ସବୁକିଛି ଜଣାଇବାକୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳୁଛି । ଅଶ୍ଵିନୀ ଓ ପ୍ରେରଣା ସଂପୂର୍ଣ୍ଣ ବୈଦିକ ପରମ୍ପରା ଓ ରୀତିନୀତିରେ ବିବାହ କରି ସାତ ଜନ୍ମ ପାଇଁ ସାଥି ହୋଇ ସାରିଛନ୍ତି । ତେବେ ନିକଟରେ ପ୍ରେରଣା ଅଷ୍ଟମଙ୍ଗୁଳା ପାଇଁ ସ୍ଵାମୀ ଅଶ୍ଵିନୀଙ୍କ ସହ ନିଜ ବାପଘରକୁ ଆସିଥିବାର ଭିଡିଓ ବେଶ ଭାଇରାଲ ହୋଇଥିଲା ।

ପ୍ରେରଣା ଓ ଅଶ୍ଵିନୀ ଆସିବା ପୂର୍ବରୁ ପରିବାର ଲୋକେ ସବୁକିଛି ପ୍ରସ୍ତୁତ କରି ରଖିଥିଲେ ଝିଅ ଜ୍ଵାଇଁଙ୍କ ସ୍ଵାଗତ ପାଇଁ । ସେମାନେ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ବନ୍ଦେଇ ଥିଲେ ଓ ତା’ପରେ ଘର ଭିତରକୁ ପ୍ରବେଶ କରିଥିଲେ ନବ ବିବାହିତା ଷ୍ଟାର ଦମ୍ପତି । ଏହାପରେ ଅଶ୍ଵିନୀ ଓ ପ୍ରେରଣା ତାଙ୍କ ବାପଘରେ କିଭଳି ସମୟ ବିତାଇଥିଲେ ତାହା ଦେଖିବାକୁ ମିଳିଥିଲା ।

ପ୍ରେରଣା ମଧ୍ୟ ବାହାଘର ପରେ ଶାଶୁଘରେ କିଭଳି ସମୟ କାଟୁଛନ୍ତି ତା’ର କିଛି ଝଲକ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଅଶ୍ଵିନୀ ଓ ପ୍ରେରଣାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି କି ନବ ବିବାହିତା ଦମ୍ପତ୍ତି ଏକାଠି ସାରଳା ମନ୍ଦିର ବୁଲିବାକୁ ଯାଇଛନ୍ତି । ଅଶ୍ଵିନୀ ଶିଉଳି ରଙ୍ଗର ଏକ କୁର୍ତ୍ତା ଓ ଧଳା ପ୍ଯାଣ୍ଟ ପିନ୍ଧିଥିବା ବେଳେ ପ୍ରେରଣା ଗୋଲାପୀ ଓ କମଳା ରଙ୍ଗର ଶାଢୀରେ ବେଶ ସୁନ୍ଦର ଦିଶୁଛନ୍ତି ।

ମାନତ ବାନ୍ଧି ସାରିବା ପରେ ଉଭୟ ବରଗଛ ଚାରିପଟେ ବୁଲୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ସମୟ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଉଭୟ ବେଶ ଖୁସି ଥିବା ନଜର ଆସୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।