1971 ଡିସେମ୍ବର 16 ରେ ଭାରତ-ପାକିସ୍ତାନ ଯୁ-ଦ୍ଧରେ ଭାରତ ବିଜୟୀ ହୋଇଥିଲା । ଏହିଦିନକୁ ସ୍ମରଣୀୟ ରଖିବା ପାଇଁ ଦେଶରେ ଏହାକୁ ବିହାୟ ଦିବସ ଭାବେ ପାଳନ କରାଯାଏ । ଆଜି ଭାରତ ଏବଂ ଭାରତର ଟେକ୍ନୋଲୋଜି ବହୁତ ଉନ୍ନତି କରିଗଲାଣି । କିନ୍ତୁ ସେହି ସମୟରେ ଭାରତ କିଭଳି ଯୁ-ଦ୍ଧ ଜିତିଥିଲା ତାହା ଆଜି ବି ଶୁଣିଲେ ଲକ ଟାଙ୍କୁରି ଉଠେ । ଏନେଇ ଆପଣ ଅନେକ ଫିଲ୍ମରେ ଦେଖିଥିବେ । ତେବେ ଏନେଇ ଆସନ୍ତୁ ଜାଣିବା ଜଣେ ଓଡିଆ କାରଗିଲ ଯୋଦ୍ଧାଙ୍କ ଠାରୁ ।

ଓଡିଶାର କର୍ଲପାଟଣା ଗ୍ରାମର ସୁଲଭ ବେହେରା, ଯିଏ କି ସେତେବେଳେ ଭାରତୀୟ ସେନାରେ ସିଗନାଲ ମ୍ୟାନ ଭାବେ କାମ କରୁଥିଲେ । ସିଗନାଲ ମ୍ୟାନଙ୍କ କାମ ହେଉଛି ସେନାକୁ ସଠିକ ଲିଡ୍ ଦେବା ଓ କମ୍ୟୁନିକେଶନ ଠିକ ରଖିବା । ନଚେତ ସଂପୂର୍ଣ୍ଣ ରଣନୀତି ଫେଲ୍ ହେବାର ଆଶଙ୍କା ରହିଥାଏ ଓ ସେନାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ସେହି ସମୟରେ ଭାରତୀୟ ସେନାରେ ଯୋଗ ଦେବା ପାଇଁ ବହୁତ କମ୍ ଲୋକ ଆଗ୍ରହୀ ହେଉଥିଲେ । ସୁଲଭ ବେହେରା 1956ରେ ସେନାରେ ଭର୍ତ୍ତି ହୋଇଥିଲେ ।
1961 ରେ ସେ ତାଙ୍କ ଜୀବନର ପ୍ରଥମ ଯୁ-ଦ୍ଧ ଲଢିଥିଲେ । ସେହି ସମୟରେ ପର୍ତ୍ତୁଗୀଜ ଗୋଆକୁ ଦଖଲ କରିଥିବା ବେଳେ ପର୍ତ୍ତୁଗୀଜକୁ ଭାରତୀୟ ସେନା ହରାଇଥିଲେ । ଏହାପରେ 1962 ଦୀପାବଳି ଦିନ ଚୀନ ସହ ଗୋଟିଏ ଦିନ ଲ-ଢେ-ଇ ହୋଇଥିଲା । ସେହି ସମୟରେ ସେନା ପାଖେ ପିନ୍ଧିବା ପାଇଁ ଗରମ କପଡା ଖଣ୍ଡେ ନଥିଲା । ତଥାପି ନିଜ କର୍ତ୍ତବ୍ୟକୁ ସମ୍ମାନ ଦେଇ ସେହି ଯୁ-ଦ୍ଧ ସେମାନେ ସାହାସର ଲଢିଥିଲେ । ଏହାପରେ 1965 ରେ ପାକିସ୍ତାନ ସହ ଲ-ଢେ-ଇ ଆରମ୍ଭ ହୋଇଥିଲା ।

ସେହି ସମୟରେ ରା-ଇ-ଫ-ଲ-କୁ ଥରେ ଚଳାଇବା ପରେ ପୁଣି ଲୋଡ କରିବାକୁ ପଡୁଥିଲା ଓ ସୈନ୍ୟଙ୍କ ପାଖରେ ଗ୍ରେ-ନେ-ଡ ରହୁଥିଲା । ପ୍ରାୟ 8 ମାସ ପର୍ଯ୍ୟନ୍ତ ସେହି ଯୁ-ଦ୍ଧ ଚାଲିଥିଲା ଓ ସେଥିରେ ମଧ୍ୟ ଭାରତୀୟ ସେନା ବିଜୟୀ ହୋଇଥିଲା । ବର୍ତ୍ତମାନର ବାଂଲାଦେଶ ସେତେବେଳେ ପୂର୍ବ ପାକିସ୍ତାନ ଥିଲା । ପାକିସ୍ତାନର ମୁସଲମାନ ପୂର୍ବ ପାକିସ୍ତାନର ବଙ୍ଗାଳୀ ମାନଙ୍କ ପ୍ରତି ଅତ୍ୟାଚାର କରୁଥିଲେ ବୋଲି ସେମାନେ ଭାରତର ସହାୟତା ଲୋଡିଥିଲେ ।
ସେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଲେ ଓ ଭାରତୀୟ ସେନା ନିଜ କର୍ତ୍ତବ୍ୟର ପାଳନ କଲେ । ସେମିତି 1971 ଯୁ-ଦ୍ଧ ମଧ୍ୟ ଖୁବ ଛାତିଥରା ଥିଲା ବୋଲି ସୁଲଭ କହିଛନ୍ତି । କାରଣ ଭାରତୀୟ ସେନା ପଞ୍ଜାବ ପଟୁ ଯାଉଥିଲେ ଓ ପାକିସ୍ତାନ ସେନା ଆରପଟୁ ଆସୁଥିଲେ ।
ଭାରତୀୟ ସେନା ଯେହେତୁ ପାହାଡ ତଳେ ଥାଇ ଯୁ-ଦ୍ଧ ଲଢୁଥିଲେ ତେଣୁ ତାଙ୍କ ଜୀବନ ପ୍ରତି ବହୁତ ବିପଦ ରହୁଥିଲା । ସେହି ଯୁ-ଦ୍ଧରେ ଭାରତ ଓ ପାକିସ୍ତାନର ଅନେକ ଯୋଦ୍ଧା ପ୍ରାଣ ହରାଇଥିଲେ । ତଥାପି ଭରତ ଶେଷରେ ବିଜୟୀ ହୋଇ ପାରିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।