ମୁଁ କଣ ଶସ୍ତା ହୋଇଯାଇଛି! ମତେ ରଖୁଛି ଛାଡୁଛି, ଧରୁଛି ମାରୁଛି… ସ୍ଵାମୀ ନାଁରେ ସ୍ତ୍ରୀ ଜଣଙ୍କ ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଶାଶୁ ଘର ଆଗରେ ଧାରଣାରେ ବସବାର ଆଉ ଏକ ଚିତ୍ର ଏବେ ସାମ୍ନାକୁ ଆସିଛି । ମହିଳା ଜଣଙ୍କ  ନିଜ କଷ୍ଟକୁ ପ୍ରକାଶ କରିଛନ୍ତି । କିଭଳି ତାଙ୍କ ସ୍ଵାମୀ ତାଙ୍କୁ ଏକ କଣ୍ଢେଇ ପରି ବ୍ୟବହାର କରୁଛନ୍ତି ତାଙ୍କ ମୁହଁରେ ଏହି କଥା ଶୁଣିଲେ ଆପଣ ମଧ୍ୟ ଧର୍ଯ୍ୟହରା ହୋଇପଡିବେ । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ । ପ୍ରକୃତରେ କଣ ଘଟିଛି ମହିଳାଙ୍କ ସହ । ଯେଉଁଥି ପାଇଁ ସେ ଆଜି ବେସାହାରା ହୋଇ ଶାଶୁ ଘର ଆଗରେ ଏକ ଅଲୋଡା ବସ୍ତୁ ପରି ବସି ରହିଛନ୍ତି ।

ମହିଳା ଜଣଙ୍କ ନିଜ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ପୋଲିସ ଠାରୁ ଆରମ୍ଭ କରି କଲେକ୍ଟର ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାର୍ଯ୍ୟ ମାଗିଛନ୍ତି ହେଲେ କେହି ମଧ୍ୟ ତାଙ୍କୁ ସାହାର୍ଯ୍ୟ କରୁନାହାନ୍ତି । ଘର ଲୋକଙ୍କୁ ଯେତେ ବୁଝାଇଲେ ମଧ୍ୟ କୌଣସି ଲାଭ ମିଳୁନାହିଁ । ଏଥିପାଇଁ ମହିଳା ଜଣଙ୍କ ଭୋକ ଉପାସରେ ଅସହ୍ୟ ଶୀତରେ ତିନି ଦିନ ହେବ ଶାଶୁ ଘର ସାମ୍ନାରେ ବସି ରହିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଥାନା ଅନ୍ତର୍ଗତ ରାଣୀ ଗଡା ସାହିରେ ।

ପୋକ ଟିଙ୍ଗା ଗ୍ରାମର ଜୋଛନା ସାହୁ ଗତ ଆଠ ବର୍ଷ ପୂର୍ବରୁ ରାଣୀ ଗଡା ଗ୍ରାମର ମାନସ ବାରିକଙ୍କ ସହ ପ୍ରେମ ବିବାହରେ ବାନ୍ଧି ହୋଇଥିଲେ । କୌଣସି ବୈଦିକ ରୀତିରେ ତାଙ୍କ ବିବାହ ହୋଇନଥିଲା ବଂର କୋର୍ଟ ମ୍ୟାରେଜ କରିଥିଲେ । ଏହାର ପ୍ରମାଣ ମଧ୍ୟ ତାଙ୍କ ପାଖରେ ରହିଛି । ବିବାହ ପରେ ତିନି ମାସ ପର୍ଯ୍ଯନ୍ତ ହସ ଖୁସିରେ ସମୟ ବିତିଲା । ହେଲେ ତାପରେ ଶାଶୁ ଘର ଲୋକ ଜୋଛନାଙ୍କ ଉପରେ ଜଉତୁକ ଆଣିବା ପାଇଁ ଅତ୍ୟାଚାର କରିବା ଆରମ୍ଭ କରିଦେଲେ । ତାଙ୍କୁ ଅନେକ ମାର ପିଟ ମଧ୍ୟ କରିଛନ୍ତି ।

ତାଙ୍କୁ ଅନେକ ସମୟରେ ଘରୁ ବାହାର କରି କବାଟ ମଧ୍ୟ ଦେଇଦେଉଥିଲେ । ତେଣୁ ଜୋଛନା ବାଧ୍ୟ ହୋଇ ଅନୁଗୁଳ ଥାନାର ସାହାର୍ଯ୍ୟ ନେବାକୁ ଚାହିଁଲେ । ତାଙ୍କ ସ୍ଵାମୀ ସହ ତାଙ୍କୁ ରହିବା ପାଇଁ ମଧ୍ୟ ଦେଉନାହାନ୍ତି । ତାଙ୍କୁ ରେଫ କରିବା ପାଇଁ ତାଙ୍କ ଶାଶୁ ଘର ଲୋକ ପିଲା ମଧ୍ୟ ପଠାଇଥିଲେ । କିନ୍ତୁ ସେଥିରେ ସଫଳ ହୋଇପାରିନଥିଲେ ।

ପୋଲିସ ତାଙ୍କ ମକଦମା ଶୁଣି ମନସକୁ ଜେଲ ପଠାଇଦେଲା । କିନ୍ତୁ ଏବେ ସେ ବେଲ ଆସିବା ପରେ ଆଉ ତାଙ୍କ ଘରେ ରହୁନାହାନ୍ତି । ଜୋଛନା ଦାବି କରୁଛନ୍ତି କି ତାଙ୍କୁ ପୁଣି ଥରେ ବୋହୁ ଭାବରେ ଗ୍ରହଣ କରାଯାଉ ବୋଲି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।