ବାପା ଭାଙ୍ଗି ଦେଇ ଚାଲିଗଲେ ମେଧାବୀ ଝିଅ ର OAS ହେବା ସ୍ଵପ୍ନ, ବାପାଙ୍କ ଫଟୋକୁ ଚାହିଁ ଆଖିରୁ ଗଡାଉଛି ଲୁହ, ଏହି ପରିବାରର ଦୁଃଖ ଆପଣଙ୍କ ଆଖି ବି ଭିଜେଇ ଦେବ, ଦେଖନ୍ତୁ video

ସ୍ବର୍ଗତଃ ବାପାଙ୍କ ଫଟୋକୁ ଚାହିଁ ଝିଅ ଆଖିରୁ ଲୁହ ଝରିପଡୁଛି । ବାପା ବଞ୍ଚିଥିଲେ ସବୁ ସୁଖ ଥାଆନ୍ତା । ହୁଏତ OAS ହେବା ସ୍ଵପ୍ନ ବି ସାକାର ହୋଇ ପାରିଥାନ୍ତା । ହେଲେ ଘରର ମେରୁଦଣ୍ଡ ଭାଙ୍ଗିଯିବା ପରେ ଚଳିବା ମୁସ୍କିଲ ହୋଇଯାଉଛି, ପାଠ କଣ ପଢିବେ ! ସ୍ତ୍ରୀ ମଧ୍ୟ ସ୍ଵାମୀଙ୍କ ଫଟୋ ଧରି ବାହୁନି ବାହୁନି କାନ୍ଦୁଛି ଆଉ ଭଗବାନ ଏମିତି ଦୁଃଖ କାହିଁକି ଦେଲ ବୋଲି ପ୍ରଶ୍ନ କରୁଛି । ଘରର ମୁଖିଆ ଚାଲିଯିବା ପରେ ଦୁଇ ପିଲାଙ୍କୁ ନେଇ କେମିତି ଚଳିବେ, ଝିଅକୁ କେମିତି OAS କରିବେ ତାଙ୍କ ମୁଣ୍ଡରେ ଚଡକ ପଡିଛି ।

ପିଲା ଦୁଇଟିକୁ ନେଇ ବାପା କେତେ କଣ ସ୍ଵପ୍ନ ଦେଖିଥିଲେ, ଆଉ ତାଙ୍କର ସ୍ଵପ୍ନ ପୁରା କରିବାକୁ ସ୍ତ୍ରୀ କଣ କରିବ କିଛି ବୁଦ୍ଧି ବାଟ ଦିଶୁନି । ଏହା ହେଉଛି କେନ୍ଦ୍ରପଡା ଆଳି ଅନ୍ତର୍ଗତ ସାନୋଙ୍କ ଗାଁର ସ୍ବର୍ଗତଃ ସନାତନ ସେଠୀଙ୍କ ପରିବାର କାହାଣୀ । ସମସ୍ତେ ପୁନେ ରେ ରହୁଥିବା ବେଳେ ସନାତନ ପାଇପ ମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଥିଲେ ଓ ପିଲା ଦୁଇଟିଙ୍କୁ ପାଠ ପଢାଉଥିଲେ । ଝିଅ ମେଧାବୀ ଛାତ୍ରୀ ଥିବାରୁ OAS ହେବ ବୋଲି ସମସ୍ତଙ୍କ ଇଚ୍ଛା ଥିଲା ।

ହେଲେ ଗତ ନଭେମ୍ବର 17 ତାରିଖରେ ସବୁକିଛି ବଦଳିଗଲା । ହଠାତ ହୃଦଘାତ ଯୋଗୁଁ ସନାତନ ସବୁଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲିଗଲେ । ଆଉ ସେ ଯିବା ପରେ ବେସାହାରା ହୋଇଗଲା ପୁରା ପରିବାର । ସନାତନଙ୍କ ଝିଅ ମଧୁସ୍ମିତା +3 ରେ ପାଠ ପଢୁଥିବା ଅବେଳେ ପୁଅ ସୁନିଲ +2 ରେ ପାଠ ପଢୁଛନ୍ତି ।

ଆଗକୁ ଓଡିଶା ପ୍ରଶାସନିକ ସେବାରେ କାମ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମଧୁସ୍ମିତା ଓ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ହେଲେ ବାପାଙ୍କ ମୃତ୍ୟୁ ପରେ ସେ ଭାଙ୍ଗି ପଡିଛନ୍ତି । ପରିବାରର ଆର୍ଥିକ ଅନଟନ ତାଙ୍କୁ ପଛରୁ ଟାଣି ଧରୁଛି । ବାପା ଚାଲିଯିବା ପରେ ପୁନେ ରେ ଚଳିବା ଅସମ୍ଭବ ହେବାରୁ ସେମାନେ ଓଡିଶା ଚାଲି ଆସିଲେ ।

ଆଉ ଏବେ ଆର୍ଥିକ ଅଭାବ ତାଙ୍କୁ ଆଗକୁ ବଢିବା ପାଇଁ ବାଟ ରୋକୁଛି । ତେଣୁ ସରକାରୀ ସହାୟତା କିଛି ମିଳିଲେ ମଧୁସ୍ମିତା ନିଜେ ପାଠପଢି ନିଜ ଗୋଡରେ ଠିଆ ହେବା ସହ ନିଜ ଭାଇକୁ ମଧ୍ୟ ପଢାଇବେ ବୋଲି ଅନୁରୋଧ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।