ବିବାହ ଋତୁରେ ଓଲିଉଡର ଗୋଟିଏ ପରେ ଗୋଟିଏ କଳାକାରଙ୍କ ବିବାହ ଖବର ସାମ୍ନାକୁ ଆସୁଛି । ଏତିକି ବେଳେ ଓଲିଉଡର ନାମୀଦାମୀ ଫିଲ୍ମ ନିର୍ମାତା ସଞ୍ଜୟ ନାୟକ ଓରଫ ଟୁଟୁ ଭାଇଙ୍କ ବିବାହ ବାର୍ଷିକୀ ଉତ୍ସବ ଖବର ସାମ୍ନାକୁ ଆସିଛି । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଫିଲ୍ମ ନିର୍ମାତା ସଞ୍ଜୟ ନାୟକ ତାଙ୍କ ବିବାହର 25 ବର୍ଷ ପୂର୍ତ୍ତି ପାଳନ କରିଛନ୍ତି । ସଞ୍ଜୟ ନାୟକଙ୍କ ବିବାହ ବାର୍ଷିକୀରେ ଓଲିଉଡ ଦୁନିଆର ଅନେକ ନାମୀଦାମୀ କଳାକାର, ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ଉପସ୍ଥିତ ଥିଲେ ।
ତେବେ ସବୁଠୁ ବଡ କଥା ହେଉଛି ଟୁଟୁଙ୍କ ବିବାହ ବାର୍ଷିକୀ ଉତ୍ସବରେ ଓଲିଉଡର ଆଗଧାଡିର ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ଯୋଗ ଦେଇଥିଲେ । ଟୁଟୁ ଓ ତାଙ୍କ ପତ୍ନୀଙ୍କ ସହ ଷ୍ଟେଜ ଉପରେ ଉଭୟ ଅନୁଭବ ଏବଂ ଅରିନ୍ଦମ ଖୁବ ମସ୍ତି ମଜାକ କରୁଥିବା ଦେଖାଯାଇଛି । ଅନୁଭବ ଥଟ୍ଟାରେ ଟୁଟୁଙ୍କୁ ଅଜା ବୋଲି ଡାକିବାର ଦେଖିବାକୁ ମିଳିଛି । ଅନୁଭବଙ୍କ ମୁହଁରୁ ଅଜା ଡାକ ଶୁଣି ଟୁଟୁ ତାଙ୍କୁ ସ୍ନେହରେ ମାରିବା ପାଇଁ ହାତ ଉଠେଇବାର ଦେଖିବାକୁ ମିଳିଛି ।
ଅନୁଭବ ଓ ଅରିନ୍ଦମଙ୍କ ଟୁଟୁଙ୍କ ସହ ଥଟ୍ଟା ମଜା ଲାଗିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ଏହାର ବେଶ ମଜା ଉଠାଇଥିଲେ । ଭିଡ ଭିତରୁ ସେମାନେ ମଧ୍ୟ ବେଶ ମଜାଳିଆ କଥା କହି ପକାଉଥିଲେ । ତେବେ ଅନୁଭବ କହିଥିଲେ କି ତାଙ୍କୁ କାମରେ ଦିଲ୍ଲୀ ଯିବାର ଥିଲା । କିନ୍ତୁ ପୂର୍ବ ରାତିରେ ଟୁଟୁ ଭାଇ ତାଙ୍କୁ ଫୋନ କରି କହିଥିଲେ କି, ମୁଁ 25 ବ୍ସର୍ଷ ମଧ୍ୟରେ ପ୍ରଥମ ଥର କରି ବିବାହ ବାର୍ଷିକୀ ପାଳନ କରୁଛି ତୋତେ ଯେମିତି ହେଲେ ଆସିବାକୁ ହେବ । ନହେଲେ ତୋ ସହ ମୁଁ ସବୁ ସମ୍ପର୍କ କାଟିଦେବି ।
ତାଙ୍କର ଏଭଳି ଅଭିମାନ ଯୋଗୁଁ ଅନୁଭବ ଟୁଟୁଙ୍କ ବିବାହ ବାର୍ଷିକୀକୁ ଆସିଥିଲେ । ଏନେଇ ଅନୁଭବ ତାଙ୍କୁ ଥଟ୍ଟାରେ ପଚାରିଥିଲେ, ତୁମେ ବିବାହ କରିଛ ବୋଲି କଣ 25 ଲାଗିଗଲା ହୃଦୟଙ୍ଗମ କରିବାକୁ ? ଅନୁଭବଙ୍କ ଏଭଳି କଥାରେ ସେଠାରେ ଉପସ୍ଥିତି ଥିବା ସମସ୍ତେ ହସିଥିଲେ । ସେହିପରି ଅରିନ୍ଦମ କହିଥିଲେ 25 ବର୍ଷ ବିବାହ ବାର୍ଷିକୀ କହି ଟୁଟୁ ଭାଇ ଡାକିଛନ୍ତି କିନ୍ତୁ କେକରେ ଥିବା କ୍ଯାଣ୍ଡେଲରେ 26 ବର୍ଷ ଲେଖା ହୋଇଛି । ଏହା ଶୁଣି ମଧ୍ୟ ସମସ୍ତେ ହସିଥିଲେ ।
ତେବେ ଟୁଟୁ ନାୟକ କହିଥିଲେ କି, ଗତ ବର୍ଷ କୋଭିଡ ମହାମାରୀ ଯୋଗୁଁ ସେ ପାଳନ କରି ପାରି ନଥିଲେ ତେଣୁ ଚଳିତ ବର୍ଷ ପାଳନ କରୁଛନ୍ତି । ଏଭଳି ଥଟ୍ଟା ମଜାର ମାହୋଲ ବେଳର ଭିଡିଓକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ଆପଣଙ୍କୁ ଏହା ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।