ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାଟନ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।
1- କେଉଁ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନାହିଁ ?
ଉ: ଗ୍ୟାସୀୟ ପଦାର୍ଥ ର ।
2- କେଉଁ ତିନୋଟି ବର୍ଣ୍ଣକୁ ପ୍ରାଥମିକ ବର୍ଣ୍ଣ କୁହାଯାଏ ?
ଉ: ଲାଲ, ନୀଳ ଏବଂ ସବୁଜ ରଙ୍ଗ ।
3- ତାଳଧ୍ଵଜ ରଥର ସାରଥି କିଏ ?
ଉ: ମାତଳୀ ।
4- କେଉଁ ଭୂତାଣୁ ଯୋଗୁଁ ମିଳିମିଳା ରୋଗ ହୋଇଥାଏ ?
ଉ: ରୁବେଲା ଭୂତାଣୁ ।
5- ପ୍ରତିଦିନ ଚନ୍ଦ୍ର କେତେ ସମୟ ଅନ୍ତରରେ ଉଦୟ ଏବଂ ଅସ୍ତ ହୁଏ ?
ଉ: 48 ମିନିଟ ।
6- ବାରୁଦ ତିଆରି ପାଇଁ କେଉଁ ମୌଳିକ ବ୍ୟବହାର କରାଯାଏ ?
ଉ: ଗନ୍ଧକ ବ୍ୟବହାର ହୁଏ ।
7- କେଉଁ ଗ୍ଯାସ ଯୋଗୁଁ ମଶାଣିରେ ନିଆଁ ଜଳୁ ଥିବା ଭଳି ଦେଖାଯାଏ ?
ଉ: ଫସଫିନ ଗ୍ଯାସ ।
8- ସର୍ବପ୍ରଥମେ ଅର୍ଥଶାସ୍ତ୍ର କିଏ ରଚନା କରିଥିଲେ ?
ଉ: ଚାଣକ୍ୟ ଅର୍ଥଶାସ୍ତ୍ର ରଚୟିତା ।
9- ଗୋଟିଏ ପ୍ରାପ୍ତ ବୟସ୍କ ମନୁଷ୍ୟ ଶରୀରରେ କେତେ ରକ୍ତ ଥାଏ ?
ଉ: 4 ରୁ 5 ଲିଟର ।
10- କେଉଁ ଭୂତାଣୁ ଯୋଗୁଁ ବାର୍ଡ ଫ୍ଲୁ ଭଳି ରୋଗ ହୋଇଥାଏ ?
ଉ: H5N1 ଭୂତାଣୁ ଯୋଗୁଁ ।
11- ରାମାୟଣର ସାତ କାଣ୍ଡ ମଧ୍ୟରୁ ପଞ୍ଚମ କାଣ୍ଡ ର ନାମ କଣ ?
ଉ: ସୁନ୍ଦରା କାଣ୍ଡ ।
12- ଭକ୍ତ ପ୍ରହ୍ଲାଦଙ୍କ ଜନ୍ମସ୍ଥାନ ବର୍ତ୍ତମାନ ସମୟରେ କେଉଁ ସ୍ଥାନ ବୋଲି ବିବେଚନା କରାଯାଏ ?
ଉ: ମୁଲତାନ ।
13- ଅଙ୍ଗାରକାମ୍ଳ ଗ୍ଯାସ ଠାରୁ କେଉଁ ଗ୍ଯାସ 25 ଭାଗ ଅଧିକ ତାପମାତ୍ରା ବୃଦ୍ଧିକାରୀ ହୋଇଥାଏ ?
ଉ: ମିଥେନ ଗ୍ଯାସ ।
14- ବର୍ଷର କେଉଁ ଦୁଇ ଦିନ ସୂର୍ଯ୍ୟ ଠି ପୂର୍ବ ଦିଗରେ ଉଦୟ ଏବଂ ଠିକ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି ?
ଉ: ମାର୍ଚ୍ଚ 21 ଏବଂ ସେପ୍ଟେମ୍ବର 23 ।
15- କେଉଁ ଭାରତୀୟ ବୈଜ୍ଞାନିକଙ୍କ ଯୋଗୁଁ ଭାରତ ଆଜି ପରମାଣୁ ଶକ୍ତିରେ ବଳୀୟାନ ହୋଇଛି ?
ଉ: ହୋମି ଜାହାଙ୍ଗୀର ଭାବା ।
16- ବୃହସ୍ପତି ଗ୍ରହ ପୃଥିବୀ ଠାରୁ କେତେ ଗୁଣ ବଡ ?
ଊ: 10 ଗୁଣ ବଡ ।
17- ଆନ୍ତର୍ଜାତୀୟ ଯୁବ ଦିବସ କେବେ ପାଳନ କରାଯାଏ ?
ଊ: ଅଗଷ୍ଟ 12 ତାରିଖ ।
18- ଅରୁଣସ୍ତମ୍ଭ କେଉଁ ପଥରରେ ନିର୍ମିତ ?
ଊ: କ୍ଳୋରାଇଡ ପଥରରେ ।
19- ନୀଳମାଧବଙ୍କୁ କେଉଁମାନେ ପୂଜା କରୁଥିଲେ ?
ଊ: ଶବର ମାନେ ।
20- ଜଣେ ପୁଅ ଜଣେ ଝିଅଙ୍କୁ ତାଙ୍କ ନାମ ପଚାରିଲେ । ଝିଅଜଣକ କହିଲେ ପିତାଙ୍କ ପୂର୍ବରୁ ଏବଂ ମାତାଙ୍କ ପରେ ଯାହା ବ୍ୟବହାର କରାଯାଏ, ତାହା ମୋର ନାମ । କହିଲେ ଦେଖି ଝିଅଟିର ନାମ କଣ ?
ଊ: ଶ୍ରୀଦେବୀ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।