ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଅପେକ୍ଷା କରି ରହିଥିବା ବେଳେ ଏହା ପୂର୍ବରୁ ମାଡି ଆସିଥିଲା କାଳ । ନିଜ ସିଟ୍ ଉପରେ ସମସ୍ତଙ୍କ ଆଖି ସାମ୍ନାରେ ଯେତେବେଳେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସେ ଦୃଢୟା ବର୍ଣ୍ଣନା କରି ହେବନାହିଁ । ସତରେ କଣ ମୃତ୍ୟୁ ଏତେ ନିଷ୍ଠୁର ? କେହି କେବେ କଳ୍ପନା କରି ପାରିବେନି ଏହି ଘଟଣା, ଯାହା କି କୌଣସି ହତ୍ୟାକାଣ୍ଡ ଠାରୁ କିଛି କମ୍ ନୁହେଁ । ଜଣେ ବ୍ୟକ୍ତି ଟ୍ରେନରେ ଯାତ୍ରା କରୁଥିବା ବେଳେ ହଠାତ ଏକ ଲୁହାରଡ଼ ଝରକା ଭେଦ କରି ଆସି ତାଙ୍କ ମୁଣ୍ଡରେ ପଶି ଯାଇଥିଲା ।
ଫଳରେ ଉକ୍ତ ଯାତ୍ରୀଙ୍କର ସେହି ସ୍ଥାନରେ ହିଁ ମୃତ୍ୟୁ ଘଟିଥିଲା । ଯେଉଁ ଅବସ୍ଥାରେ ଏହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ତାହା ଅତ୍ୟନ୍ତ ହୃଦୟ ବିଦାରକ । ବ୍ୟକ୍ତିଜଣକ କିଛି ବୁଝିବା ପୂର୍ବରୁ ମୁଣ୍ଡରେ ପଶି ଯାଇଥିଲା ରଡ୍ । ଆଉ ନିଜ ସିଟ୍ ରେ ବସି ସେ ଯେଉଁଭଳି ଯନ୍ତ୍ରଣାରେ ଛଟପଟ ହେଉଥିଲେ ସେହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ମୃତ ଯାତ୍ରୀଙ୍କ ନାମ ହେଉଛି ହରିକେଶ କୁମାର ଦୁବେ । ଟ୍ରେନର ଝରକା ପାଖ ସିଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବସିଥିଲେ ହରିକେଶ ।
ଦିଲ୍ଲୀରୁ କାନପୁର ଅଭିମୁଖେ ଯାଉଥିବା ନିଳାଞ୍ଚଳ ଏକ୍ସପ୍ରେସରେ ସେ ଯାତ୍ରା କରୁଥିବା ବେଳେ ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟି ଯାଇଥିଲା । ଏହି ଘଟଣାଟି ଉତ୍ତର କେନ୍ଦ୍ରୀୟ ରେଳବାଇର ପ୍ରୟାଗ ଡିଭିଜନ ଧନୱାର ଏବଙ ସୋମନା ମଧ୍ୟରେ ସକାଳ 8ଟା ବାଜି 45 ମିନିଟରେ ଘଟିଥିଲା ।
ରେଳ ଧାରଣା କାର୍ଯ୍ୟରେ ବ୍ୟବହୃତ ଏକ ଲୁହାରଡ଼ ହଠାତ ଝରକା ଭେଦ କରି ହରିକେଶଙ୍କ ବେକରେ ପଶି ଯାଇଥିଲା । ମାତ୍ର କିଛି ସମୟ ଯନ୍ତ୍ରଣାରେ ଛଟପଟ ହେବା ପରେ ହରିକେଶ ନିଜ ସିଟ୍ ରେ ହିଁ ଆଖି ବୁଜି ଦେଇଥିଲେ । ପରେ ଟ୍ରେନଟି ଆଲିଗଡ ଜଙ୍କସନରେ ଅଟକିବା ପରେ ରେଳବାଇ ପୋଲିସକୁ ହରିକେଶଙ୍କ ମୃତଦେହ ହସ୍ତାନ୍ତର କରା ଯାଇଥିଲା । ତେବେ ଏହି ଘଟଣାର ତଦନ୍ତ ଚାଲିଥିବା ଏକ ବିବୃତ୍ତିରେ କହିଛି ଭାରତୀୟ ରେଳବାଇ ।
ଟ୍ରେନ ଝରକା ଭାଙ୍ଗି ଲୁହାରଡ ହରିକେଶଙ୍କ ବେକରେ କେମିତି ପଶିଲା ଏହି ଘଟଣାର ଏବେ ତଦନ୍ତ ଚାଲିଛି । ସେହି ସ୍ଥାନରେ ଟ୍ରାକ କାମ ଚାଲୁଥିଲା କି ଅନ୍ୟ କେଉଁ କାରଣରୁ ଲୁହାରଡ଼ ଆସି ତାଙ୍କ ମୁଣ୍ଡରେ ବାଜିଲା ସେନେଇ ବର୍ତ୍ତମାନ ଯାଏଁ କିଛି ଜଣା ପଡିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।