ହଠାତ ଭୋ ଭୋ କାନ୍ଦି ପକାଇଲେ ସବୁବେଳେ ହସି ହସାଉଥିବା ଅଭିନେତା Pupindar, ସମସ୍ତଙ୍କ ମନରେ ପ୍ରଶ୍ନ ସେ କାହିଁକି କାନ୍ଦିଲେ ! ଦେଖନ୍ତୁ video

ଏହା ଅଭିନୟର ଲୁହ ନୁହେଁ କିମ୍ବା ଲାଇଟ କ୍ୟାମେରା ଆକ୍ସନ ର ଲୁହ ନୁହେଁ, ବରଂ ଇଏ ସତ ଲୁହ । ଯାହା ଓଲିଉଡ ଅଭିନେତା ପୁପିନ୍ଦରଙ୍କ ଆଖିରୁ ଝରି ପଡିଥିବାର ଦେଖିବାକୁ ମିଳିଛି । ଆଜ୍ଞା ହଁ, ପୁପିନ୍ଦରଙ୍କ ଆଖିରୁ ଧାର ଧାର ଲୁହ ନିଗିଡି ପଡିଥିବାର ନଜର ଆସିଛି । ଆଉ ଏହି ଭିଡିଓ ଦେଖି ସମସ୍ତେ ପଚାରୁଛନ୍ତି କି, ଆମ ପୁପିନ୍ଦର ଭାଇ ଏମିତି କାହିଁକି କାନ୍ଦିଲେ ? ପୁପିନ୍ଦର ଓଲିଉଡ ର ଏଭଳି ଜଣେ ସୁନ୍ଦର ଅଭିନେତା ଯିଏ ନିଜ କଳାରେ ଦର୍ଶକଙ୍କୁ ହସାନ୍ତି ଆଉ କନ୍ଦାନ୍ତି ।

ହେଲେ ଜଣେ ଅଭିନେତାଙ୍କୁ ଏମିତି ସତରେ ଲୁହ ଝରାଇବା ବହୁତ କମ୍ ଦେଖିବାକୁ ମିଳେ । କଳାକାରଙ୍କୁ କେବଳ ଅଭିନୟ ବେଳେ ହିଁ କାନ୍ଦିବାର ଦେଖିବାକୁ ମିଳେ । ହେଲେ ଯେଉଁ ଲୁହ ଝରାଇଛନ୍ତି ତାହା ଅଭିନୟ ନୁହେଁ କି ଫିଲ୍ମର ସ୍କ୍ରିପ୍ଟ ନୁହେଁ । ପୁପିନ୍ଦରଙ୍କ ଆଖିରୁ ଝରି ପଡିଥିଲା ନିଚ୍ଛକ ସତ ଲୁହ । ପୁପିନ୍ଦର ତାଙ୍କ କୋହକୁ ଅଟକାଇବା ଚାହିଁଥିଲେ ବି ଅଟକାଇ ପାରି ନଥିଲେ । କୋହ ଉଠାଇ କାନ୍ଦି ପକାଇଥିଲେ ।

ଆଖି ପୁରା ଲାଲ ପଡିବା ସହ ଧାର ଧାର ଲୁହ ବୋହି ପଡିଥିଲା । ସମସ୍ତେ ଅବାକ୍ ହୋଇ ପୁପିନ୍ଦରଙ୍କ ଆଡକୁ ଚାହିଁ ରହିଥିଲେ । ଆଉ ଆଜି ସମସ୍ତଙ୍କ ମନରେ ପ୍ରଶ୍ନ, ସବୁବେଳେ ହସି ହସାଉଥିବା ଏହି ଅଭିନେତା କଣ ପାଇଁ କାନ୍ଦିଲେ ? ତେବେ ଆପଣଙ୍କୁ କହି ରଖୁଛୁ ଯେ, ଏହା ଏକ ଫିଲ୍ମ ହଲ୍ ର ଦୃଶ୍ୟ । ଯେଉଁଠି ପୁପିନ୍ଦର କାନ୍ଦୁଥିବାର ନଜର ଆସିଥିଲେ ।

ଫିଲ୍ମ ଦେଖୁ ଦେଖୁ ପୁପିନ୍ଦରଙ୍କୁ ତାଙ୍କ ବାପାଙ୍କ କଥା ମନେ ପଡି ଯାଇଥିଲା । ଯେଉଁଥି ପାଇଁ ସେ ହଠାତ କାନ୍ଦି ପକାଇଥିଲେ । ଏନେଇ ତାଙ୍କୁ ପଚାରିବାରୁ ସେ କହିଥିଲେ କି, ମୋତେ ମୋ ବାପାଙ୍କ କଥା ବହୁତ ମନେପଡୁଛି । ଏ ଲୁହ ହେଉଛି ମୋ ବାପାଙ୍କ ପାଇଁ । ତେବେ ପୁପିନ୍ଦର ନୂଆ ରିଲିଜ ଫିଲ୍ମ “ପ୍ରତୀକ୍ଷା” ଦେଖିବା ପାଇଁ ଫିଲ୍ମ ହଲ୍ କୁ ଯାଇଥିଲେ ।

ଆଉ ଏହି ଫିଲ୍ମଟି ପୁପିନ୍ଦରଙ୍କୁ ବାପାଙ୍କ କଥା ମନେ ପକେଇବାକୁ ବାଧ୍ୟ କରି ଦେଇଥିଲା । ଶେଷରେ କିଛି କହି ନପାରି ପଳେଇ ଯାଇଥିଲେ ପୁପିନ୍ଦର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।