Riya ଙ୍କ ରିସେପସନରେ ମୁହାଁମୁହିଁ ହେଲେ Aprajita Mohanty ଓ Prakruti Mishra, ଆଉ ତା’ପରେ… ଦେଖନ୍ତୁ video

ଅଭିନେତ୍ରୀ ରିୟା ଦେ’ଙ୍କ ବିବାହ ରିସେପସନରେ ଏକାଠି ଯାଇ ପହଞ୍ଚିଲେ ବର୍ଷିୟାନ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ପ୍ରକୃତି ମିଶ୍ର । ରିୟାଙ୍କ ସହ ଫଟୋ ଉଠାଇଲେ ଓ ରିସେପସନ ଭୋଜି ମଧ୍ୟ ଖାଇଲେ । ବହୁଚର୍ଚ୍ଚିତ ପାରିବାରିକ ବିବାଦ ପରେ ରିୟା ଦେ ଓ ବ୍ୟବସାୟୀ ସୁନିଲ କୁମାର ଦଳାଇଙ୍କ ବିବାହ ରିସେପସନରେ ଏକାଠି ଭେଟ ହୋଇଛନ୍ତି ଅପରାଜିତା ମହାନ୍ତି ଓ ପ୍ରକୃତି । ତେବେ ରିୟାଙ୍କ ଭୋଜିରେ କେବଳ ଅପରାଜିତା ଆସିଥିଲେ ।

ବାବୁଶାନ କିମ୍ବା ତାଙ୍କ ପତ୍ନୀ ତୃପ୍ତି କାହାରିକୁ ରିୟାଙ୍କ ଭୋଜିରେ ଅପରାଜିତାଙ୍କ ସହ ଦେଖିବାକୁ ମିଳି ନଥିଲା । ଓଡିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ନାୟିକା ରିୟା ପ୍ରେମ ବିବାହ କରିଛନ୍ତି । ଗତ ନଭେମ୍ବର 30 ତାରିଖରେ ରିୟା ସୁନିଲଙ୍କ ସହ ବିବାହ ବନ୍ଧନରେ ବାହନୀ ହୋଇଥିବା ବେଳେ ଡିସେମ୍ବର 2 ଅର୍ଥାତ ଗତକାଲି ରିୟାଙ୍କ ରିସେପସନ ଭୋଜି ଅନୁଷ୍ଠିତ ହୋଇ ସାରିଛି । ରିୟାଙ୍କ ରିସେପସନ ଭୋଜିରେ ଅନେକ ନାମୀଦାମୀ ଓ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ ।

ରିୟାଙ୍କୁ ଗିଫ୍ଟ ଦେବା ସହ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଥିଲେ ଦିଗଜ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର । ଉଭୟ ଅପରାଜିତା ଓ ପ୍ରକୃତି ଏକାଠି ଯାଇ ପହଞ୍ଚିଥିଲେ ରିୟାଙ୍କ ରିସେପସନରେ । ଆଉ ଭୋଜିରେ ପରସ୍ପର ମୁହାଁମୁହିଁ ହୋଇଥିଲେ ବୋଲି ସୂଚନା ମିଳିଛି । ଦୁହେଁ ରିୟା ଓ ସୁନିଲନାକ ସହ ଯାଉ ଫଟୋ ଉଠାଇଥିଲେ ଓ ଭୋଜି ମଧ୍ୟ ଖାଇଥିଲେ ।

ବିଗତ ଦିନରେ ଅପରାଜିତା ମହାନ୍ତି ଓ ପ୍ରକୃତିଙ୍କ ପାରିବାରିକ ବିବାଦ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଯାହାପରେ ଉଭୟଙ୍କ ପରିବାର ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ସେଥିପାଇଁ ସମସ୍ତେ ଭାବିଥିବେ କି ଯେଉଁଠି ପ୍ରକୃତି କିମ୍ବା ତାଙ୍କ ପରିବାର ଯିବେ ସେଟାକୁ ଅପରାଜିତା କେବେବି ଯିବେନି । ହେଲେ ଏହାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଅପରାଜିତା । ରିୟାଙ୍କ ଭୋଜିରେ ଯାଇ ଅପରାଜିତା ପହଞ୍ଚିବା ପରେ ଉଭଯଙ୍କୁ ଭୋଜିରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ତେବେ ଉଭୟ ରିୟାଙ୍କ ଭୋଜିରେ ଅଲଗା ଅଲଗା ଆସିଥିଲେ ଓ ଯୋଗ ଦେଇ ଫେରିଥିଲେ । ସେମାନଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇ ନଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।