ମଶାଣିରୁ ଉଡି ଆସି ଚାଳରେ ବସିଲା ବିଶାଳ ଶାଗୁଣା, ଏତେ ବଡ ପକ୍ଷୀ ଦେଖି ଭୟରେ ଏଣେତେଣେ ଦୌଡିଲେ ଗ୍ରାମବାସୀ, ଦେଖନ୍ତୁ video

ବଡ ପକ୍ଷୀଟିଏ କେଉଁଠୁ ହଠାତ ଉଡି ଆସିଲା । ଦେଖିଲା ବେଳକୁ ଶାଗୁଣା ବୋଲି ଜଣାପଡିଲା । କିଛିଦିନ ପୂର୍ବରୁ ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଶାଗୁଣାକୁ ଗାଁ ମଶାଣି ପାଖରେ ଘୁରି ବୁଲିବାର ଦେଖିବାକୁ ମିଳିଥିଲା । ହଠାତ ଶାଗୁଣାଟି ଗାଁ ଭିତରକୁ ପଶି ଆସିବା ପରେ ଭୟରେ ଦୌଡି ପଳାଇଲେ ଗାଁଲୋକେ । କାହିଁକି ନା ଶାଗୁଣା ଲୋକଙ୍କ ଚାଳରେ ଆସି ବସିଥିଲା । ବନବିଭାଗ ପାଖରେ ଏହି ଖବର ପହଞ୍ଚିବା ପରେ ବନବିଭାଗ ମଧ୍ୟ ଚିନ୍ତାରେ ପଡିଲା କି ଏତେ ବଡ ଶାଗୁଣା କେଉଁଠୁ ଆସିଲା ।

ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଶାଗୁଣାଟି ସାଧାରଣ ଆକାର ଠାରୁ ବହୁତ ବଡ ଥିଲା । ଯାଜପୁର ଜିଲ୍ଲା ବରି ବ୍ଲକ ଅନ୍ତର୍ଗତ ନୀଳପଦା ଗାଁରୁ ଉଦ୍ଧାର କରାଯାଇଛି ଏହି ବିରଳ ପ୍ରଜାତିର ଶାଗୁଣା ପକ୍ଷୀକୁ । ଯାଜପୁର ରୋଡ ବନ କାର୍ଯ୍ୟଳୟରୁ ତାକୁ ନନ୍ଦନକାନନକୁ ନିଆଯାଇଛି । ସୂଚନା ମୁତାବକ ଗତକାଲି ଯାଜପୁର ଜିଲ୍ଲା ବରି ବ୍ଲକ ନୀଳପଦା ଗାଁର ଏକ ପଡିଆରେ ବିରଳ ପ୍ରଜାତିର ଶାଗୁଣା ପକ୍ଷୀଟି ବସିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ ।

ଏତେ ବଡ ଶାଗୁଣା ଦେଖି ଗାଁ ଲୋକେ ଭୟ କରିଥିଲେ ଓ ଯେ ଯୁଆଡେ ଦୌଡି ପଳାଇଥିଲେ । ଗାଁ କୁ ଶାଗୁଣା ଆସିଛି ବୋଲି ଗାଁ ଲୋକେ ଭୟରେ ଅନେକ କଥା ଚିନ୍ତା କରୁଥିଲେ । ଏତିକି ବେଳେ ସେମାନେ କଟକ ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ଵାଇଁଙ୍କୁ ଏନେଇ ଅବଗତ କରାଇଥିଲେ । ଶ୍ରୀ ସ୍ଵାଇଁଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ ବନବିଭାଗ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ ।

ଆଉ ସେଠାରୁ ଶାଗୁଣା ପକ୍ଷୀଟିକୁ ଉଦ୍ଧାର କରି ଯାଜପୁର ରୋଡ ବନ କାର୍ଯ୍ୟଳୟକୁ ନେଇ ଯାଇଥିଲେ । ତେବେ ଆଜି ପୁଣି ଥରେ କଟକ ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ଵାଇଁଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ଶ୍ରୀ ମହାପାତ୍ର ବିରଳ ପ୍ରଜାତିର ଏହି ଶାଗୁଣା ପକ୍ଷୀକୁ ନନ୍ଦନକାନନ ନେଇ ଯାଇଥିବା ସୂଚନା ମିଳିଛି । ଏବେଠୁ ଶାଗୁଣାଟି ନନ୍ଦନକାନନରେ ରହିବା ସହ ସେଠାରେ ତା’ର ଯତ୍ନତତ୍ତ୍ଵ ନିଆଯିବ । ଏବେର ସମୟରେ ଶାଗୁଣାଙ୍କ ଜାତି ସଂପୂର୍ଣ୍ଣ ଭାବେ ଲୋପ ପାଇଗଲାଣି କହିଲେ ଚଳେ ।

ଏହି ପ୍ରଜାତିର ପକ୍ଷୀ ବିଲକୁଲ ଦେଖିବାକୁ ମିଳୁ ନାହାନ୍ତି । ପରିବେଶ ପରିଷ୍କାର ରଖିବାରେ ଏହି ଜାତିର ପକ୍ଷୀମାନେ ମୁଖ୍ୟ ଭୂମିକା ତୁଲାଇ ଥାଆନ୍ତି। କିନ୍ତୁ ସମୟକ୍ରମେ ଏହି ପକ୍ଷୀମାନେ ଲୋପ ପାଇ ଯିବାରୁ ଏମାନଙ୍କୁ ଉଦ୍ଧାର କରାଯିବା ନିହାତି ଆବଶ୍ୟକ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।