ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।
1- ସର୍ବପ୍ରଥମେ କେଉଁ ଦେଶ କରୋନା ଟୀକା ଉଦ୍ଭାବନ କରିଥିଲା ?
ଉ: ଋଷ ଦେଶ ।
2- ପନ୍ନା ର ଖଣି କେଉଁଥି ପାଇଁ ପ୍ରସିଦ୍ଧ ଅଟେ ?
ଉ: ହୀରା ପାଇଁ ପ୍ରସିଦ୍ଧ ।
3- ଭାରତର ପ୍ରଥମ ସୂତା ବସ୍ତ୍ର ମିଲ୍ କେଉଁଥି ସ୍ଥାପିତ କରାଯାଇଥିଲା ?
ଉ: ମୁମ୍ବାଇରେ ।
4- ସୁନାର ଅଳଙ୍କାର ତିଆରି କରିବା ସମୟରେ ସେଥିରେ କଣ ମିଶାଯାଏ ?
ଉ: ତମ୍ବା ମିଶାଯାଏ ।
5- ଖଜୁରାହୋ ମନ୍ଦିର କେଉଁଠାରେ ଅବସ୍ଥିତ ଅଟେ ?
ଉ: ମଧ୍ୟ ପ୍ରଦେଶରେ ଅବସ୍ଥିତ ।
6- ବୁଲନ୍ଦ ଦରବାଜା କେଉଁଥି ଅବସ୍ଥିତ ?
ଉ: ଫତେହପୁର ସିକ୍ରିରେ ଅବସ୍ଥିତ ।
7- ସୌରମଣ୍ଡଳର ଜନ୍ମଦାତା କାହାକୁ କୁହାଯାଏ ?
ଉ: ସୂର୍ଯ୍ୟଙ୍କୁ ସୌରମଣ୍ଡଳର ଜନ୍ମଦାତା କୁହାଯାଏ ।
8- ଏସିଆର ଆଲୋକ କାହାକୁ କୁହାଯାଏ ?
ଉ: ଗୌତମ ବୁଦ୍ଧଙ୍କୁ “ଏସିଆର ଆଲୋକ” ବୋଲି କୁହାଯାଏ ।
9- ସାପ ର ବିଷ କେଉଁ ରଙ୍ଗର ହୋଇଥାଏ ?
ଉ: ହଳଦିଆ ରଙ୍ଗ ।
10- ବିଶ୍ଵର କେଉଁ ଦେଶକୁ “ମିନି ପଞ୍ଜାବ” ବୋଲି କୁହାଯାଏ ?
ଉ: କାନାଡା କୁ ମିନି ପଞ୍ଜାବ କୁହାଯାଏ ।
11- ଚୋରି ଚୋରା କାଣ୍ଡ କେଉଁ ସ୍ଥାନରେ ହୋଇଥିଲା ?
ଉ: ଗୋରଖପୁର ଠାରେ ।
12- ଆଧାର କାର୍ଡର ନମ୍ବର କେତୋଟି ଅଙ୍କ ବିଶିଷ୍ଟ ହୋଇଥାଏ ?
ଉ: 12 ଅଙ୍କ ବିଶିଷ୍ଟ ।
13- LG କେଉଁ ଦେଶର କମ୍ପାନୀ ଅଟେ ?
ଉ: ସାଉଥ କୋରିଆ ।
14- ରାଷ୍ଟ୍ରୀୟ ଖେଳ ଦିବସ କେଉଁ ଦିନ ପାଳନ କରାଯାଏ ?
ଉ: 29 ଅଗଷ୍ଟ ଦିନ ।
15- ଭାରତବର୍ଷ ର ଚତୁର୍ଥ ନାମ କଣ ଅଟେ ?
ଉ: ଆର୍ଯ୍ୟବର୍ତ୍ତ ଭାରତର ଅନ୍ୟ ନାମ ଭିତରୁ ଗୋଟିଏ ।
16- କେଉଁ ପଶୁ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରୁହେ ?
ଉ: କଇଁଛ ସବୁଠୁ ଅଧିକ ବର୍ଷ ବଞ୍ଚୁଥିବା ପ୍ରାଣୀ ।
17- ରାମାୟଣ କେଉଁ ଦେଶର ରାଷ୍ଟ୍ରୀୟ ପୁସ୍ତକ ଅଟେ ?
ଉ: ଥାଇଲାଣ୍ଡ ।
18- ଭାରତର କେଉଁ ସହରକୁ “ମହଲର ସହର” କୁହାଯାଏ ?
ଉ: କୋଲକାତା ।
19- “ଗରିବୀ ହଟାଅ” ନାରା ପ୍ରଥମେ କିଏ ଦେଇଥିଲେ ?
ଉ: ଇନ୍ଦିରା ଗାନ୍ଧୀ ।
20- ପୁରୁଷମାନେ ପ୍ରତିଦିନ ଏବଂ ମହିଳାମାନେ ବର୍ଷରେ କେବଳ ଥରେ ପିନ୍ଧିଥାନ୍ତି । ତାହା କଣ ?
ଉ: ପଇତା ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।