ରାତିରେ ଘରୁ ଅଳିଆ ଫିଙ୍ଗୁଛନ୍ତି କି ? ସାବଧାନ ! ଏହିସବୁ ଅସୁବିଧା ମାଡି ଆସିବ, Astrologer Pragyan Tripathy

ଦିନସାରା ଘରୁ ଯାହା ସବୁ ଅଳିଆ ବାହାରେ ଆମେ ସେସବୁକୁ ଆମେ ଡଷ୍ଟବିନରେ ରଖିଥାଉ ବା ପଲିଥିନରେ ଗୁଡେଇ ରଖିଥାଉ । କେହି କେହି ରାତି ହେଲେ ସେସବୁ ଅଳିଆକୁ ବାହାରେ ରଖିଦିଅନ୍ତି ବା ଫିଙ୍ଗି ଦିଅନ୍ତି କିମ୍ବା ବାହାରେ ଥିବା ଡଷ୍ଟବିନରେ ରଖିଦିଅନ୍ତି । ତେବେ ଏପରି କରିବା ଦ୍ଵାରା ଅନେକ ଅସୁବିଧା ଭୋଗ କରିବାକୁ ପଡିଥାଏ । ଆସନ୍ତୁ ଏନେଇ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । ରାତ୍ରି ସମୟ ହେଉଛି ଶନିଦେବଙ୍କର ଓ ଦିନ ହେଉଛି ରବିଙ୍କର ।

ସାରା ଦିନର ମଇଳାକୁ ରାତ୍ରିରେ ଫିଙ୍ଗିଦେବା ଦ୍ଵାରା, ରାତିରେ ଘର ପୋଛିବା, ଘର ଝାଡୁ କରିବା ଦ୍ଵାରା ଘରେ କଦାପି ମା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇ ନଥାଏ । କିନ୍ତୁ ରୋଷେଇ ଘରକୁ ଆପଣ ରାତିରେ ସଫା କରିପାରିବେ । ରୋଷେଇ ଘର ଅପରିଷ୍କାର ରହିଲେ ମା’ ଅନ୍ନପୂର୍ଣ୍ଣା ସେ ଘରେ କେବେବି ବାସ କରିବେ ନାହିଁ । ରୋଷେଇ ଘରେ ଗ୍ଯାସ ଉପରେ ଅଇଁଠା ପଡିଲେ, ଅଇଁଠା ବାସନ ପଡିଲେ ସେସବୁକୁ ସଫା କରିଦେବା ଉଚିତ ।

କିନ୍ତୁ ଡଷ୍ଟବିନରେ ଥିବା ଅଳିଆକୁ ଯଦି ରାତି ସମୟରେ ବାହାରେ ଫୋପାଡି ଦେଉଛନ୍ତି ତେବେ ଲକ୍ଷ୍ମୀ ସ୍ଥାୟୀ ଭାବେ କେବେବି ଆପଣଙ୍କ ଘରେ ରହିବେନି । ଏହାସହ ଘରେ ଅଯଥା ଖର୍ଚ୍ଚ, ଅଶାନ୍ତି କ୍ଲେଶ ବଢିବ । ଘରକୁ ଯେତେ ଅର୍ଥ ଆସିଲେ ବି ତାହା ନିଅଣ୍ଟ ହେବନାହିଁ ।

ତେଣୁ ଧ୍ୟାନ ଦେବେ ଘରସଫା କରିବା ଚକ୍କରରେ ରାତିରେ କେବେବି ଘରର ଅଳିଆ ବାହାରେ ଫୋପାଡିବେ ନାହିଁ । ଅଳିଆ ଯେଉଁଠି ବି ରଖନ୍ତୁ ତାହା ଯେପରି ଦୃଶ୍ୟମାନ ନହେବ ଏବଂ ଅଳିଆକୁ ସର୍ବଦା ଢାଙ୍କୁଣୀ ଦେଇ ଲୁଚେଇକି ରଖନ୍ତୁ । ଯଦି ଆପଣ ପୂର୍ବରୁ ଅନେକଥର ରାତିରେ ଅଳିଆ ଫୋପାଡିଛନ୍ତି, ଆପଣଙ୍କ ଘରେ ସ୍ଥାୟୀ ଲକ୍ଷ୍ମୀ ରହୁନାହାନ୍ତି ଓ ଖର୍ଚ୍ଚ ବଢୁଛି ତେବେ ଆପଣ ଏକ ସୁନ୍ଦର ଉପାୟ କରିପାରିବେ ।

ଏଥିପାଇଁ ହାତରେ ଧରି ପାରିବା ଭଳି ଏକ ଲାଲ ଇଟା ବା ପଥର ନେବେ ଓ ଅଳିଆ ରଖୁଥିବା ଡଷ୍ଟବିନରେ ହାଲୁକା ଭାବେ ସେହି ପଥରକୁ ସାତ ଥର ପିଟିବେ । ଯେତେଥର ପିଟିବେ ସେତେ ଥର କହିବେ, ତୁ ଚାଲିଯା’ ଆମ ଘରେ ସ୍ଥାୟୀ ଲକ୍ଷ୍ମୀ ବାସ କଲେଣି ।

ଏହିପରି ଭାବେ 11 ଦିନ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ଅର୍ଥ କ୍ଷେତ୍ରରେ ଆପଣଙ୍କ ଘରେ ଆଶ୍ଚର୍ଯ୍ୟ ଭାବେ ଶୁଭ ପରିବର୍ତ୍ତନ ଆସିବ । ଯଦି ଏପରି କରୁଛନ୍ତି ତେବେ ବିଶ୍ବାସର ସହ କରନ୍ତୁ । ଯଦି ମନରେ ଏହାକୁ ନେଇ ସନ୍ଦେହ ହେଉଛି ତେବେ ଏହି ଉପାୟ ନକରିବା ଭଲ । କାରଣ ସନ୍ଦେହ ଆମ ଭାଗ୍ୟ ଖୋଲିବାରେ ବାଧା ସୃଷ୍ଟି କରେ । ବର୍ତ୍ତମାନ ଠାରୁ ରାତିରେ କେବେବି ଅଳିଆ ବାହାରେ ଫିଙ୍ଗନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।