ପିତାଙ୍କର ଶବ ପାଖରେ ବସି ଝିଅ ରାତିସାରା ପଢିଲା, ସକାଳୁ ଯାଇ ଦେଲା ଦଶମ ବୋର୍ଡ ପରୀକ୍ଷା, ପିତାଙ୍କର ଏହି ଗୋଟିଏ କଥା ଦେଇଥିଲା ସାହାସ

ଶିକ୍ଷା ହାସଲ କରିବା ପାଇଁ ଲୋକମାନେ କଣ ନାହିଁ କଣ କରନ୍ତି । ଅସଲ ଶିକ୍ଷା ଏସିରେ ବସି ଏବଂ ସବୁ ସୁଖ ସୁବିଧା ସହିତ କେବେ ବି ପ୍ରାପ୍ତ କରି ହେବ ନାହିଁ । ଅସଲ ଶିକ୍ଷା ସେମାନେ ପ୍ରାପ୍ତ କରି ପାରନ୍ତି ଯେଉଁମାନଙ୍କ ଭିତରେ ଶିକ୍ଷା ଗ୍ରହଣର ଇଛା ଥିବ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଶିକ୍ଷା ପ୍ରାପ୍ତି କରିବା ପାଇଁ କାହାର ଏତେ ଇଚ୍ଛା ଥିବ କି ସେ ରାତିସାରା ଗୋଟିଏ ଶବ ପାଖରେ ବସି ପଢିବ ।

କିନ୍ତୁ ଏମିତି କିଛି ଖାସ ଲୋକମାନେ ଅଛନ୍ତି ଯେଉଁମାନଙ୍କ ପାଇଁ ଶିକ୍ଷା ବହୁତ ମହତ୍ଵ ରଖିଥାଏ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି ଏକ ଘଟଣା ନେଇ ଆସିଛୁ । ଏହି ଘଟଣାଟି ମହାରାଷ୍ଟ୍ରର ଭଣ୍ଡାର ଜିଲ୍ଲାର ଅଟେ । ମହାରାଷ୍ଟ୍ରର ଜଣେ ଝିଅ ଏକ ଏମିତି ଉଦାହରଣ ଦେଇଛି କି ଆପଣ ବି କିଛି ସମୟ ପାଇଁ ତାହ ବିଷୟରେ ଭାବିବାକୁ ଲାଗିବେ ।

କ୍ୟାନ୍ସରରେ ହେଲା ପିତାଙ୍କର ମୁର୍ତ୍ୟୁ

ଭଂଡାରା ଜିଲ୍ଲାର ଖୈରୀର ନିବାସୀ ପ୍ରଣତି ଖେମରାଜ ମେଶ୍ରାମ ରାତିସାରା ନିଜର ପିତାଙ୍କର ଶବ ପାଖରେ ବସି ପଢିଲେ । ଏବଂ ସକାଳେ ଉଠି ନିଜର ହାଇସ୍କୁଲରେ ଦଶମ ପରୀକ୍ଷା ବି ଦେଲେ । କହି ଦେଉଛୁ ଯେ ପ୍ରଣତି ଭଂଡାରା ଜିଲ୍ଲାର “ଡକ୍ଟର ବାବାସାହେବ ଆମ୍ବେଦକର ବିଦ୍ୟାଳୟ ଲଖୂଂଦର”ରେ ୧୦ମର ଛାତ୍ରୀ ଅଟନ୍ତି । ପ୍ରଣତିର ପିତାଙ୍କର ମୁର୍ତ୍ୟୁ ଗତ ୪ ମାର୍ଚରେ କ୍ୟାନ୍ସର କାରଣରୁ ହୋଇଥିଲା ।

ପ୍ରଣତିର ପିତା ମହାରାଷ୍ଟ୍ର ରାଜ୍ୟର ସଡକ ପରିବହନ ନିଗମରେ କାର୍ଯ୍ୟରତ ଥିଲେ । ପ୍ରଣତି କହିଲେ କି ତାଙ୍କୁ ଆଜି ତାଙ୍କର ପିତାଙ୍କର କଥା ମନେ ପଡୁଛି । ସେ କହିଥିଲେ କି ଶିକ୍ଷା କାହର ଭାଗ୍ୟ ଏବଂ ଭବିଷ୍ୟକୁ ବଦଳାଇ ପାରିବ । ପ୍ରଣତିର ପରିବାରରେ ପିତା ଛଡା ତାଙ୍କର ମା ଏବଂ ଜଣେ ଭାଇ ଅଛନ୍ତି ।

ଅଧ୍ୟାପକ ଘରକୁ ଆସି ବଢାଇଲେ ସାହାସ

ଯେମିତି ହିଁ ସ୍କୁଲରେ ଜଣା ପଡିଲା କି ପ୍ରଣତିର ପିତା ଆଉ ଏହି ଦୁନିଆରେ ନାହାନ୍ତି, ତେବେ ବିଦ୍ୟାଳୟର ପ୍ରଧାନଚାର୍ୟ ଏବଂ ଶିକ୍ଷକମାନେ ତାଙ୍କ ଘରେ ପହଞ୍ଚିଲେ । ଅଧ୍ୟାପକ ଏହି ସଙ୍କଟ ସମୟରେ ସମ୍ବେଦନା ପ୍ରକଟ କରି ପ୍ରଣତିର ସାହାସକୁ ସଲାମ କରିଲେ । ସେ ପ୍ରଣତିର ସାହସ ବଢାଇ ପିତାଙ୍କର ସ୍ଵପ୍ନକୁ ପୂରଣ କରିବା ପାଇଁ କହିଲେ । ଏହା ପରେ ପ୍ରଣତି ରାତିସାରା ପିତାଙ୍କର ଶବ ପାଖରେ ବସି ପଢିଲେ ଏବଂ ସକାଳେ ଯାଇ ପରୀକ୍ଷା ବି ଦେଲେ । ଏହା ପରେ ଘରକୁ ଫେରି ଆସି ଫିତାଙ୍କର ଅନ୍ତିମ ସଂସ୍କାରରେ ସାମିଲ ହେଲେ । ଆଶାକରୁଛି ଏହି ଘଟଣାଟି ଆପଣଙ୍କୁ ନିଶ୍ଚୟ ପ୍ରେରଣା ଦେବ ।