“ଆମେ ଜାଣିଥିଲୁ ଭାରତ ଠାରୁ ହାରିବୁ ବୋଲି ଆଉ ଶେଷରେ…”, ମ୍ଯାଚ ହାରିବା ପରେ ଏମିତି ବୟାନ କାହିଁକି ଦେଲେ ବାଂଲାଦେଶ ଅଧିନାୟକ Shakib Al Hasan ?

ଭାରତ ବିପକ୍ଷ ମ୍ଯାଚରେ ବାଂଲାଦେଶ ପରାଜିତ ହେବା ପରେ ଦଳର ଅଧିନାୟକ ସାକିବ୍ ଅଲ ହାସନ ଏକ ବଡ ଅଜବ ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ସାକିବ୍ କହିଛନ୍ତି, ବିଶ୍ଵକପରେ ଭାରତ ଠାରୁ ଆମେ କେବେ ଜିତି ନାହୁଁ କି ଜିତି ପାରିବୁ ନାହିଁ । ଭାରତ ସହ ଆମେ ଯେତେବେଳେ ବି ଖେଳୁ ଆମକୁ ଏଭଳି ପରାଜୟର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଆମେ କେବେ ହାର୍ ମାନି ନାହୁଁ, ବରଂ ମ୍ଯାଚ ଶେଷ ହେବା ଯାଏଁ ସଂଘର୍ଷ କରୁ ।

ଏହାସହ ସାକିବ୍ କହିଛନ୍ତି, “ଆମ ଯେତେବେଳେ ବି ଭାରତ ସହ ମ୍ଯାଚ ଖେଳୁ ଆମ ସହ ଏହା ହିଁ ଘଟେ । କିନ୍ତୁ ଆମେ ବି ସହଜରେ ମାନି ନଥାଉ । ତେବେ ଏହି ମ୍ଯାଚଟି ଉଭୟ ଦଳ ବେଶ ଉପଭୋଗ କରି ଖେଳିଥିଲୁ । ଏହା ଏକ ବହୁତ ଭଲ ମ୍ଯାଚ ଥିଲା । କିନ୍ତୁ ମ୍ଯାଚ ଶେଷରେ ଜଣଙ୍କୁ ଜିତିବାକୁ ପଡେ ଓ ଜଣଙ୍କୁ ହାରିବାକୁ ପଡେ । ଲିଟନ୍ ଦାସ ଆମର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ପାୱାର ପ୍ଲେରେ ସେ ଯେପରି ବିସ୍ଫୋରକ ବ୍ୟାଟିଂ କରିଥିଲେ ତାହା ଆମକୁ ଆଗକୁ ନେଇଥିଲା ।

ଏହା ଆମକୁ ବିଜୟ ଆଡକୁ ନେଇଯିବା ପାଇଁ ଏକ ଦୃଢ ଆତ୍ମବିଶ୍ଵାସ ଯୋଗାଇଥିଲା । ଭାରତର ଶ୍ରେଷ୍ଠ ଚାରିଜଣ ବ୍ୟାଟ୍ସମ୍ୟାନ ଆମ ପାଇଁ ଖୁବ ବିପଦଜନକ ଥିଲେ । ଆରମ୍ଭରୁ ହିଁ ସେହି ଚାରୋଟି ୱିକେଟ ହାସଲ କରିବା ଆମର ଲକ୍ଷ୍ୟ ଥିଲା । ତେଣୁ ଆମେ ଟସ୍କିନ ଅହମ୍ମଦଙ୍କୁ ବୋଲିଂ କରିବା ପାଇଁ ପଠାଇଥିଲୁ ।

କିନ୍ତୁ ଦୁର୍ଭାଗ୍ୟବଶତଃ ସେ ସେହି ୱିକେଟ ନେଇ ପାରିଲେ ନାହିଁ । ଏହି ବିଶ୍ଵକପ ଆମ ପାଇଁ ବେଶ ଭଲ ଥିଲା । ଆଗକୁ ଆମକୁ ଆଉ ଗୋଟିଏ ମ୍ଯାଚ ଖେଳିବାକୁ ଥିଲା ବେଳେ ଏବେ ତାହାରି ଉପରେ ଆମର ଧ୍ୟାନ ରହିଛି ।” ତେବେ ସାକିବଙ୍କର ଏଭଳି ଅଜବ ବୟାନକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

ବାଂଲାଦେଶ ସହ ଏକ ସଂଘର୍ଷପୂର୍ଣ୍ଣ ମ୍ଯାଚ ଖେଳି ଭାରତ ଦ୍ଵିତୀୟ ଗ୍ରୁପର ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି । ଆଗକୁ ଜିମ୍ବାଵେ ସହିତ ଆଉ ଏକ ମ୍ଯାଚ ଖେଳିଥିବା ଥିବାବେଳେ ସେମି ଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ କରିଛି ଟିମ୍ ଇଣ୍ଡିଆ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।