ବୋଉ ଉଦ୍ଦେଶ୍ୟରେ ଚିଠି ଲେଖି ଘରଛାଡି ଚାଲିଯାଇଛି ଗେହ୍ଲା ପୁଅ । ସେ ଯିବାବେକେ ଚିଠିରେ ଲେଖିଯାଇଛି, “ବୋଉଲୋ, ମୋତେ କ୍ଷମା କରିଦେବୁ । ମୁଁ ମୋ ନିଜକୁ ରୋକିପାରିଲି ନାହିଁ । ବୋଉ ମୁଁ ଦଶମ ପାସ୍ ହେବି ବୋଲି ମୋ ଉପରେ ଆଶା ନାହିଁ । ଆଉ ମୁଁ ଟେଷ୍ଟ ପରୀକ୍ଷାରେ ଭଲ ମାର୍କ ରଖିଲେ ହିଁ ଦଶମ ବୋର୍ଡ ପରୀକ୍ଷା ଦେଇପାରିବି । ନହେଲେ ଫେଲ ହୋଇଯିବି । ବୋଉ ମୁଁ ସେଥିପାଇଁ ତୋତେ ଆଉ ଏ ଘରଛାଡି ବହୁତ ଦୂରକୁ ଚାଲିଯାଉଛି ।
ମୁଁ ଆଉ ଏ ଘରକୁ ଆସିବି କି ନାହିଁ ଜଣାନାହିଁ ହେଲେ ବୋଉ ମୁଁ ତୋ ରାଣ ଖାଉଛି ତୋତେ କଥା ଦେଉଛି, ମୁଁ ନିଶ୍ଚିତ ଗୋଟେ ଭଲ ମଣିଷ ଏବଂ ବଡଲୋକ ହୋଇ ଦେଖାଇବି । ଇତି ତୋ ପ୍ରିୟ ପୁଅ ନାରାୟଣ ।” ପୁଅ ଘରଛାଡି ଚାଲିଯିବା ପରେ ମା’ ପୁଅର ଫଟୋକୁ ଦେଖି ଛାତି ଫତେଇ କାନ୍ଦୁଛି । ପୁଅ ତୁ କୁଆଡେ ଗଲୁରେ ମୋ ପାଖକୁ ଚାଲି ଆ’ କହି ହେଉଛି । ପୁଅ କେଉଁଠି କେମିତି ଥିବ, କିଏ ଖାଇବାକୁ ଦେଉଥିବ ଭାବି ଭାବି ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି ।
ଭଉଣୀ ଆଖିରୁ ବି ଧାର ଧର ଲୁହ ନିଗିଡି ପଡୁଛି । ସେ ବି ଭାଇକୁ ଖୋଜି ହେଉଛି, ଭାଇ ତୁ ଚାଲି ଆ ବୋଲି କହୁଛି । ଗଞ୍ଜାମ ଜିଲ୍ଲା ହିଞ୍ଜିରିକାଠ ପୌରାଞ୍ଚଳ ୧୮ ନଂ ୱାର୍ଡ କାଳୁଆ ସାହି ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଖବର ମୁତାବକ ଉକ୍ତ ଗାଁର ରେଣୁକା ପାଣିଗ୍ରାହୀଙ୍କ ପୁଅ ନାରାୟଣ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢେ ।
ଗତ ବୁଧବାର ଦିନ ସ୍କୁଲ ଯିବେ କହି କୁଆଡେ ଚାଲି ଯାଇଥିଲେ ନାରାୟଣ । ହେଲେ ଯିବା ପୂର୍ବରୁ ମା’ଙ୍କ ପାଇଁଙ୍କ ପାଇଁ ଏକ ଚିଠି ଲେଖି ଯାଇଥିଲେ । ତେବେ ଦଶମ ପରୀକ୍ଷାରେ ଫେଲ ହୋଇଯିବେ ଭାବି ଘରଛାଡି ଚାଲି ଯାଇଥିବା କଥା ସେ ତାଙ୍କ ଚିଠିରେ ଲେଖିଛନ୍ତି । ଚିଠିରେ ସେ ଭଲ ମଣିଷ ହୋଇ ବଡଲୋକ ହୋଇ ଫେରିବେ ବୋଲି ସେ ମା’ଙ୍କ ରାଣ ଖାଇଛନ୍ତି ।
ଏବେ ଯାଏଁ ନାରାୟଣଙ୍କ ନିଖୋଜର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।