ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷିତ ଓଡିଆ ଫିଲ୍ମ “ରୁଦ୍ରାଣୀ” । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ରହିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚର୍ଯ୍ୟ, ଅଭିନେତା ସୁବାଶିଷ ଏବଂ ପିଣ୍ଟୁ ନନ୍ଦ । ନୂଆ ଅନ୍ଦାଜରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଝିଲିକ ନିଜେ ପ୍ରଯୋଜକ ଥିବା ବେଳେ କେ. ମୁରଲୀକ୍ରୀଷ୍ଣା ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ମହୁରତରେ ପ୍ରଥମ ଶୋ’ରୁ ହିଁ ସିନେମା ହଲ୍ ରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି ।
ଝିଲିକ ତାଙ୍କ ସ୍ଵାମୀ ତଥା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓରଫ ଡାନି ମଧ୍ୟ ପୁରା ପରିବାର ସହ ଝିଲିକଙ୍କ ଅଭିନୀତ ଫିଲ୍ମ ରୁଦ୍ରାଣୀ ଦେଖିବା ପାଇଁ ଆସିଥିଲେ । ୨୦୨୦ ରେ ଡାନିଙ୍କୁ ବିବାହ କରିଥିଲେ ଅଭିନେତ୍ରୀ ଝିଲିକ । କିଛି ମାସ ପୂର୍ବେ ଦୁଇ ଜାଆଁଳା ଝିଅଙ୍କୁ ମଧ୍ୟ ସେ ଜନ୍ମ ଦେଇଛନ୍ତି । ତେବେ ଦୀର୍ଘଦିନ ବ୍ଯବଧାନରେ ପୁଣି ଥରେ ସିନେମାଙ୍କୁ ଫେରିଛନ୍ତି ଝିଲିକ । ପ୍ରଥମେ ବଙ୍ଗାଳୀ ଫିଲ୍ମ କରି ପରେ ଓଡିଆ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ଝିଲିକ ।
ପ୍ରଥମରୁ ଦର୍ଶକେ ତାଙ୍କୁ ବେଶ ଭଲପାଇବା ଦେଇଥିଲେ । ତାଙ୍କ ଯାଦୁଗରୀ ଅଭିନୟ ଓ ମନଲୋଭା ସୁନ୍ଦରତାରେ ସଭିଁଙ୍କ ହୃଦୟ ଜିଣି ପାରିଥିଲେ ଝିଲିକ । ଦୀର୍ଘଦିନ ପରେ ପୁଣି ଥରେ ଫିଲ୍ମ ଦୁନିଆକୁ ଫେରି ଥିବାରୁ ଝିଲିକ ବେଶ ଭାବବିହ୍ଵଳ ହୋଇଥିବା ଦେଖିବାକୁ ମିଳିଛି ।
ସିନେପଲିସରେ ରୁଦ୍ରାଣୀ ଦେଖି ସାରିବା ପରେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଥିଲେ ଉଭୟ ଝିଲିକ ଏବଂ ତାଙ୍କ ସ୍ଵାମୀ ତଥା ବିଧାୟକ ପ୍ରୀତିରଞ୍ଜନ ଘଡେଇ । ଦୀର୍ଘଦିନ ବ୍ଯବଧାନରେ ତାଙ୍କ ପ୍ରଯୋଜିତ ଏବଂ ଅଭିନୀତ ଫିଲ୍ମ ଦେଖିବାକୁ ପାଇଁ ହଲ୍ ରେ ଭିଡ ଜମିଥିବାରୁ ସେ ବହୁତ ଖୁସି ଥିବା କହିଥିଲେ । ତାଙ୍କ ଆଖିରେ ଲୁହ ମଧ୍ୟ ଆସି ଯାଇଥିଲା । ଡାନି ଏନେଇ କହିଥିଲେ କି, ଫିଲ୍ମଟି ତାଙ୍କୁ ବହୁତ ଭଲ ଲାଗିଲା । ସମସ୍ତେ ହଲରେ ଆସି ଏହି ଫିଲ୍ମ ଦେଖନ୍ତୁ ।
ଓଡିଶାର ଶିକ୍ଷାକ୍ଷେତ୍ର ଉପରେ ଆଧାରିତ ଏହି ଫିଲ୍ମରେ ସମାଜ ପାଇଁ ବେଶ ଭଲ ବାର୍ତ୍ତା ରହିଛି । ତେଣୁ ସମସ୍ତେ ଏହି ଫିଲ୍ମ ଦେଖିବା ଉଚିତ । ଏହାସହ ଫିଲ୍ମର ସଂପୂର୍ଣ୍ଣ ଟିମ୍ ବହୁତ ଭଲ କାମ କରିଛନ୍ତି ବୋଲି କହିଛନ୍ତି ଡାନି । ପତ୍ନୀ ଝିଲିକଙ୍କ ଅଭିନୟକୁ ମଧ୍ୟ ଡାନି ବେଶ ପ୍ରଶଂସା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।