ମାଣବସା ଗୁରୁବାରରେ ନିଶ୍ଚୟ କରନ୍ତୁ ଏହି 5 କାମ, ଘରକୁ ଟାଣି ହୋଇ ଆସିବେ ମା ଲକ୍ଷ୍ମୀ, (Manabasa Gurubar)

ବନ୍ଧୁଗଣ ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ସେଥିପାଇଁ ମା ଲକ୍ଷ୍ମୀଙ୍କର ସମସ୍ତେ ଆରାଧନା କରିଥାନ୍ତି । ଖାସ କରି ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ଦିନ ହୋଇଥାଏ । ଏହି ମାସରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ନାରୀମାନେ ମା ଲକ୍ଷ୍ମୀଙ୍କ ବ୍ରତ ପାଳନ କରିଥାନ୍ତି । ମା ଲକ୍ଷ୍ମୀଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ରହିଥାଏ ତାଙ୍କର ଧନର ଅଭାବ କେବେ ଦେଖାଯାଏ ନାହି ।

କିନ୍ତୁ ଅନେକ ସମୟରେ ଲୋକମାନେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟ କରି ବି ସଫଳ ହୁଅନ୍ତୁ ନାହି । ଆଜି ଆମେ ଆପଣଙ୍କୁ ମାଣବସା ଗୁରୁବାରରେ କେଉଁ କାମ କରିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି କରିବାକୁ ହେଲେ ପ୍ରତେକ ଗୁରୁବାର ଦିନ ଭଗବାନ ବିଶୁଣୁଙ୍କ ଉପାସନା କରିବା ସହ ଭକ୍ତି ସହକାରେ ପୂଜା କରନ୍ତୁ । ଏପରି କରିଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ପ୍ରତେକ ଗୁରୁବାର ଦିନ ନ କରିପାରିଲେ ମାଣବସା ଗୁରୁବାର ଦିନ ନିଶ୍ଚୟ କରନ୍ତୁ ।

୨- ଆପଣ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହା ସହ ମାଣବସା ଗୁରବାରରେ ମା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ଫୁଲ, ଚନ୍ଦନ ଆଦି ଅର୍ପଣ କରନ୍ତୁ । ଏପରି କରିଲେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

୩- ମାଣବସା ଗୁରୁବାର ଦିନ ସ୍ନାନ କରିବା ସମୟରେ ହଳଦୀ ପାଣିରେ କରନ୍ତୁ । ଏହା ସହ କଦଳୀ ଗଛରେ ହଳଦୀ ପାଣି ନିଶ୍ଚୟ ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କର ସବୁ ଅସୁବିଧା ଦୂର ହୋଇଯିବ ।

୪- ଯଦି ଆପଣ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ମାଣବସା ଗୁରୁବାର ଦିନ ବ୍ରତ ରଖିବା ସହ ହଳଦିଆ ବସ୍ତ୍ର ଅସହାୟ ବ୍ୟକ୍ତି ଙ୍କୁ ଦାନ କରନ୍ତୁ  । ନିଶ୍ଚୟ ଧନ ଲାଭ ହେବା ସହ ଅସୁବିଧା ଦୂର ହେବ ।

୫- ମାଣବସା ଗୁରୁବାର ରେ ତୁଳସୀ ଗଛକୁ ପୂଜା କରିବା ସମୟରେ ତୁଳସୀ ମୂଳରେ କଞ୍ଚା କ୍ଷୀର ଅର୍ପଣ ଅରନ୍ତୁ । ଏହା ସହ ଭଗବାନ ଶିବ ଙ୍କୁ ମଧ୍ୟ ପୂଜା କରନ୍ତୁ । ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ ସହ ଗୃହରେ ଧନର ଅଭାବ ରହିବ ନାହି ।

ତେଣୁ ଆପଣ ମାନେ ମଧ୍ୟ ମାର୍ଗଶିର ମାସ ଗୁରୁବାର ଦିନ ଏହି ୫ଟି ଉପାୟ ମଧ୍ୟ ରୁ ଯେ କୌଣସି ଗୋଟିଏ ଉପାୟ କରନ୍ତୁ । ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ମାନ ରହିଥିବା ତାହା ନିଶ୍ଚୟ ଦୂର ହେବ । ଏହା ସହ ଗୃହ ଧନ ଧାନ୍ୟ ରେ ପରି ପୂର୍ଣ୍ଣ ହୋଇଯିବ । ମା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ଏହି ସବୁ ଛୋଟ ଛୋଟ ଉପାୟ କରିବା ଦ୍ଵାରା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି  ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।