ଷଷ୍ଠ ଶ୍ରେଣୀରୁ ଯାତ୍ରାବାଲାକୁ ଭଲ ପାଇ ଲୁଚି ପଳେଇଥିଲା Archana ! ଛୋଟବେଳୁ ଘାରିଥିଲା ହିରୋଇନ ହେବା ନିଶା, Archana ମାମଲାରେ ଆସିଲା ନୂଆ କାହାଣୀ

ଦିନ ପରେ ଦିନ ଗଡିବା ସହ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ନୂଆ ନୂଆ ଖିଅ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆଉ ଏବେ କଥା ଉଠୁଛି, ଯାତ୍ରାରେ ହିରୋଇନ ହେବା ପାଇଁ କୁଆଡେ ଅର୍ଚ୍ଚନା ଘର ଛାଡିଥିଲା । ୨୦୦୮ ରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ କଳାହାଣ୍ଡି ଲାଞ୍ଜିଗଡ ସ୍କୁଲ ଛାଡି ଦେଇଥିଲା ଅର୍ଚ୍ଚନା । କାହିଁକି ନା ସେହି ସମୟରେ ସେ ଦୁଷ୍କର୍ମ ଅଭିଯୋଗ ଆଣିଥିଲା । ଫଳରେ ସେଠାରୁ ଯାଇ କେସିଙ୍ଗା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ନାମ ଲେଖାଇଥିଲା ଅର୍ଚ୍ଚନା ।

ପରେ ୨୦୦୯ ମସିହାରେ କେସିଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନବମ ଶ୍ରେଣୀରେ ନାମ ଲେଖାଇଥିଲା ଅର୍ଚ୍ଚନା । ସେହିପରି ୨୦୧୨ ରେ ମାଟ୍ରିକ ପ୍ରି-ଟେଷ୍ଟ ପରୀକ୍ଷା ସମୟରେ କେସିଙ୍ଗା ସହରରେ ଏକ ଯାତ୍ରା ପାର୍ଟି ପଡିଥିଲା । ଆଉ ସେହି ଯାତ୍ରା ଅପେରା ପାର୍ଟିର ଜଣେ ସହ-କଳାକାରଙ୍କ ସହ କୁଆଡେ ସୁନ୍ଦରୀ ଅର୍ଚ୍ଚନା ଘରଛାଡି ପଳାଇଥିଲା । ଏନେଇ କେସିଙ୍ଗା ଥାନାରେ ଏକ ମାମଲା ମଧ୍ୟ ରୁଜୁ କରା ଯାଇଥିଲା ।

ଯାହାପରେ ଅର୍ଚ୍ଚନାକୁ ଖୋଜି ଖୋଜି କେସିଙ୍ଗା ପୋଲିସ ଭୁବନେଶ୍ବର ପହଞ୍ଚିଥିଲା । ସେତେବେଳେ ଯେଉଁ ଯାତ୍ରା ପାର୍ଟିର କଳାକାର ସହ ଅର୍ଚ୍ଚନା ଫେରାର ହୋଇ ଯାଇଥିଲା ସେତେବେଳେ ଭୁବନେଶ୍ବରରେ ଯାତ୍ରା କରୁଥିଲା ସେହି ଯାତ୍ରା ପାର୍ଟି । ସୁନ୍ଦରୀ ଅର୍ଚ୍ଚନାକୁ ଭୁବନେଶ୍ବରରେ ଠାବ କରି ଘରକୁ ନେଇଥିଲା କେସିଙ୍ଗା ପୋଲିସ । ଏହାପରେ ଅର୍ଚ୍ଚନା ଯାଇ ମାଟ୍ରିକ ପରୀକ୍ଷା ଦେଇଥିଲା ।

ହେଲେ ପୁଣି ଥରେ ବାଉଁଶ ତଳର ନିଆଁ କୁହୁଳିବା ପରି ତା’ ପୁରୁଣା ପ୍ରେମ କୁହୁଳି ଉଠିଥିଲା । ଫଳରେ ସେହି ଯାତ୍ରା ଯୁବକ ସହ ମୁମ୍ବାଇ ଚାଲି ଯାଇଥିଲା ଅର୍ଚ୍ଚନା । ଯାତ୍ରାରେ ହିରୋଇନ ହୋଇଥିବା ଅର୍ଚ୍ଚନା ଏଥର ସିନେମାରେ ହିରୋଇନ ହେବା ପାଇଁ ଚାହିଁଥିଲା । ମାଟ୍ରିକ ପଢିବା ବେଳୁ ହିଁ ଏହି ହିରୋଇନ ହେବା ନିଶା ତାକୁ ଘାରିଥିଲା । ଅର୍ଚ୍ଚନାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହେବା ପରେ ପରିବାର ଲୋକେ ଲଜ୍ଜିତ ହୋଇ କେସିଙ୍ଗାରୁ ଚାଲି ଆସିଥିଲେ ।

ଅର୍ଚ୍ଚନା ଗିରଫ ହୋଇ ଜେଲରେ ଥିବାବେଳେ ତା’ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଗତକାଲି ଗିରଫ ହୋଇଛି । ଆଉ ଏତିକି ବେଳେ ଅର୍ଚ୍ଚନାଙ୍କ ବାବଦରେ ଏମିତି ଏକ ନୂଆ କାହାଣୀ ସାମ୍ନାକୁ ଆସିଛି । ଯାହାକୁ ନେଇ ଅର୍ଚ୍ଚନା ମାମଲାରେ ଆଉ ଏକ ଚର୍ଚ୍ଚାର ବିଷୟ ଯୋଡି ହୋଇଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।