23 ଅକ୍ଟୋବର ରୁ ଶନି ହେବେ ମାର୍ଗୀ, 86 ଦିନ ପର୍ଯ୍ୟନ୍ତ କୁମ୍ଭ ରାଶି ଉପରେ ମାର୍ଗୀ ଶନି ଙ୍କ କଣ ରହିବ ପ୍ରଭାବ ?

ବନ୍ଧୁଗଣ ଗ୍ରହ ମାନଙ୍କରେ ସବୁଠାରୁ ମନ୍ଦ ଗତିରେ ଚାଲୁଥିବା ଗ୍ରହ ହେଉଛନ୍ତି ଶନିଦେବ । ତେଣୁ ତାଙ୍କୁ ଗୋଟେ ଆଶିରୁ ଆଉ ଗୋଟେ ରାଶିକୁ ଜୀବ ପାଇଁ ପ୍ରାୟ ଅଢେଇ ବର୍ଷ ଲାଗିଥାଏ । ଶନିଦେବଙ୍କ ଗୋଟେ ରାଶିରୁ ଆଉ ଗୋଟେ ରାଶିକୁ ଯିବା ହେଉ ବା ବକ୍ରୀ ହେବା ହେଉ ବା ମାର୍ଗୀ ହେବା ହେଉ ବା ଉଦୟ ହେବା ହେଉ ତାଙ୍କର ପ୍ରଭାବ ବ୍ୟକ୍ତି ଜୀବନରେ ଅଧିକ ଦେଖାଯାଇଥାଏ । କାରଣ ଶନି ହେଉଛନ୍ତି କର୍ମ ଫଳାଦତା ।

କର୍ମ ଅନୁଯାୟୀ ବ୍ୟକ୍ତିକୁ ଫଳ ଦେଇଥାନ୍ତି ଶନିଦେବ । ଆସନ୍ତା ୨୩ ତାରିଖରୁ ଶନି ମାର୍ଗୀ ହୋଇ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ତେବେ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କେଉଁ ପ୍ରାକାର ପରିବର୍ତ୍ତନ ହେବ ସେହି ବିଷୟରେ କହିବାକୁ ଯାଉଛୁ । ଜାନୁଆରି ୧୭ ୨୦୨୩ ବର୍ଷ ଯାଏଁ ଶନି ମକର ରାଶିରେ ବକ୍ରୀ ହୋଇ ରହିବେ । ଶନି କୁମ୍ଭ ରାଶିର ସ୍ଵାମୀ ଅଟନ୍ତି । ଶନିଦେବ ଲୋକଙ୍କୁ କଠିନ ପରିଶ୍ରମ କରାଇଥାନ୍ତି ଆଉ ପରେ ଫଳ ଦେଇଥାନ୍ତି । ଶନିଦେବ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ସେହି ବ୍ଯକ୍ତିର ଭାଗ୍ୟ ଖୋଲି ଯାଇଥାଏ ।

ଶନି ୧୨ ଭାଗରେ ମାର୍ଗୀ ହୋଇ ସାରିଛନ୍ତି । କୁମ୍ଭ ରାଶିର ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ । ଯେଉଁ ମାନେ ବିଦେଶରେ ରହିବାକୁ ବା ଶିକ୍ଷା କରିବାକୁ ଚାହୁଁଛନ୍ତି ତେବେ ସମୟ ବେହତର ରହିବ । ଯଦି ଆପଣ ପ୍ରୟାସ କରୁଛନ୍ତି ତେବେ ଅନୁକୂଳ ସିଦ୍ଧ ହେବ । ଅକ୍ଟୋବର ୨୩ରୁ ଜାନୁଆରୀ ୧୭ ୨୦୨୩ ବର୍ଷ ମଧ୍ୟରେ ଆପଣଙ୍କୁ ବାହାରକୁ ଯିବାର ଅବସର ମିଳିବ । ଚାକିରି ସନ୍ଧାନରେ ଥିଲେ ବା ଶିକ୍ଷା ପ୍ରାପ୍ତ କରିବାର ଇଚ୍ଛା ପୂରଣ ହେବ । ନିଜର ପ୍ରୟାସ ତୀବ୍ର ଗତିରେ କରିଲେ ଫଳ ଉତ୍ତମ ମିଳିବ ।

ଖର୍ଚ୍ଚ ଅଧିକ ହେବ କିନ୍ତୁ କାମ କାର୍ଯ୍ୟ ରେ ଯାତ୍ରା କରିଲେ ଲାଭପ୍ରଦ ହେବ । ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ ତେଣୁ ସତର୍କ ରୁହନ୍ତୁ । ସ୍ଵାସ୍ଥ୍ୟକୁ ନେଇ ଅଧିକ ଖର୍ଚ୍ଚ ହୋଇପାରେ । କାମ କାର୍ଯ୍ୟ ରେ ଯାହା ବି ବାଧା ରହିଥିଲା ତାହା ଦୂର ହେବ । ଆପଣ କାର୍ଯ୍ୟରେ ସୁଚାରୁରୂପେ କାମ କରିବାରେ ସକ୍ଷମ ହେବେ । ଆପଣଙ୍କୁ ବଡ ସଫଳତା ମିଳିପାରେ । ଶନିଙ୍କ ମାର୍ଗୀ ହେବା ଧନତେରସ ଦିନ ହେବାକୁ ଯାଉଛି ଯାହା ଅତ୍ୟନ୍ତ ଶୁଭ ହେବାର ଅଛି । ଯେଉଁ ମାନେ ବିଦେଶ ସହ ଜଡିତ କାମ କରୁଛନ୍ତି ସେମାନଙ୍କ ପାଇଁ ଶୁଭ ଫଳାଫଳ ରହିବ ।

ଧନ ସମ୍ପତି କ୍ଷେତ୍ରରେ ଲାଭବାନ ହେବେ । ପାରିବାରିକ, ଦାଂପତ୍ଯ ଜୀବନ ଓ ପ୍ରେମ ଜୀବନ ଠିକ ଠାକ ରହିବ । କିଛି ନୂଆ ସମ୍ପର୍କ ସ୍ଥାପନ ହେବ । ଶିଂଗଲ ଲୋକଙ୍କ ପାଇଁ ବିବାହର ପ୍ରବଳ ଯୋଗ ରହିଛି । ଗୁରୁ ମାର୍ଗୀ ହେଲେ ପଜେଟିଭ ଫଳାଫଳ ମିଳିବ ଜୀବନର ପ୍ରତେକଟି କ୍ଷେତ୍ରରେ । ସମ୍ଭବ ହେଲେ ଶନିବାର ଦିନ କଳା ବସ୍ତ୍ର ଧାରଣ କରନ୍ତୁ । ଲୁହା, ତେଲ ଶନିବାର ଦିନ କିଣନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।