ବାଲିଅନ୍ତା ଅଞ୍ଚଳର ଏକ ପାରିବାରିକ ମାମଲାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଟଣାଟି ହେଉଛି, ପୁଅ ବିଦେଶରେ ଚାକିରି କରୁଥିବାରୁ ଭାରତରେ ରହି ପାରୁନାହାନ୍ତି । ତେଣୁ ଭୁବନେଶ୍ବରରେ ଶାଶୁ, ଶ୍ଵଶୁର ଏବଂ ବୋହୂ ଭୁବନେଶ୍ବରରେ ଏକାଠି ରହୁଛନ୍ତି । ବୋହୂ ଇଂଜିନିୟରିଂ କରିବା ସମଯରୁ ତାଙ୍କର ମଦ୍ୟପାନ କରିବା, ସିଗାରେଟ ଏବଂ ହୁକା ଟାଣିବା ଆଦି ଅଭ୍ଯାସ ଥିଲା । ତେଣୁ ବୋହୂ ତାଙ୍କ ରୁମ୍ ରେ ସିଗାରେଟ ଓ ହୁକା ଆଦି ଟାଣିବା ସହ ମଦ୍ୟପାନ କରନ୍ତି ।
ତାଙ୍କ ପୁଅ ଯେବେ ଆସନ୍ତି ପୁଅ-ବୋହୂ ଉଭୟ ମିଶି ମଦ ପିଅନ୍ତି ଓ ସିଗାରେଟ ଟାଣନ୍ତି । ଏକଥା ପ୍ରଥମେ ଶାଶୁ ଶ୍ଵଶୁର ଜାଣି ପାରୁ ନଥିଲେ । କିନ୍ତୁ ପରେ ଯେତେବେଳେ ଜାଣିଲେ ଏପରି କରିବା ପାଇଁ ସେମାନେ ବୋହୂକୁ ବାରଣ କଲେ । ହେଲେ ପର ମୂହୁର୍ତ୍ତରେ ବୋହୂ ତାଙ୍କ ସାଙ୍ଗସାଥିଙ୍କୁ ଘରକୁ ଆଣି ସେମାନଙ୍କ ସହ ପାର୍ଟି କଲେ । ଶାଶୁ ଶ୍ଵଶୁର ବୋହୂକୁ ତାଗିଦ କରିବାରୁ ବୋହୂ ଜବାବ ଦେଇଥିଲେ କି, “ମୁଁ ତ ବାହାରେ ଯାଇ ଏସବୁ କରୁନି ଘରେ କରୁଛି ।
ବାହାଘର କରିବା ପୂର୍ବରୁ ଆପଣ କଣ ମୋତେ ପଚାରିଥିଲେ କି ମୁଁ ମଦ ସିଗାରେଟ ଆଦି ଖାଉଛି କି ନାହିଁ ?” ତେଣୁ ବର୍ତ୍ତମାନ ସମାଜରେ ଏଭଳି ପରିସ୍ଥିତି ଆସିଲାଣି କେହି ଯଦି ପୁଅ ପାଇଁ ବୋହୂ ଠିକ କରୁଛନ୍ତି ସେତେବେଳେ ସେ ନିଶା ଖାଆନ୍ତି କି ନାହିଁ ତାଙ୍କୁ ପଚାରିବାକୁ ପଡିବ । ଏହି ମାମଲାକୁ ନେଇ ବୋହୂ ଶାଶୁ ଶ୍ଵଶୁରଙ୍କୁ ପଚାରିଛି କି, ମୁଁ ବୋହୂ ହେଲି ବୋଲି କାହିଁକି ମଦ ପିଇ ପାରିବନି ? ଆପଣଙ୍କ ପୁଅ ସିଗାରେଟ ଟାଣୁନି ବୋଲି କଣ ଗ୍ୟାରେଣ୍ଟି ଅଛି ?
ଏହାକୁ ନେଇ ବୋହୂ ଓ ଶାଶୁ ଶ୍ଵଶୁରଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହିଲା ଓ ବୋହୂକୁ ସେମାନେ ନିର୍ଯ୍ୟାତନା ଦେବା ସହ ଖରାପ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଲେ । ଶାଶୁ ଶ୍ଵଶୁର ଯେତେବେଳେ ଥାନାରେ ଯାଇ ବୋହୂ ନାଁରେ ଏତଲା ଦେଲେ ସେତେବେଳେ ପୋଲିସ ଓଲଟା ତାଙ୍କୁ କହିଲା କି, ଆମେ ନିରୁପାୟ କିଛି କରିପାରିବୁ ନାହିଁ । ବୋହୂ ଛୋଟ ଛୋଟ ଡ୍ରେସ ପିନ୍ଧି ଆମ ଆଗରେ ଚାଲୁଛି ବୋଲି ଶାଶୁ ଶ୍ଵଶୁର ଅଭିଯୋଗ କରିବାରୁ ପୋଲିସ କହିଲା, ସେ ଯାହାବି କରୁ ଆପଣଙ୍କର ସେଥିରେ କଣ ଅଛି ?
ଓଲଟା ଏବେ ବୋହୂ ଯଦି ଆପଣଙ୍କ ନାଁରେ କେସ୍ କରିବ ତେବେ ଆପଣ ଅସୁବିଧାରେ ପଡିବେ ବୋଲି କହିଥିଲା ପୋଲିସ । ଏହାପରେ ଶାଶୁ ଶ୍ଵଶୁର ଘରଛାଡି ଅନ୍ୟତ୍ର ରହିଲେ । ବୋହୂ ଆହୁରି ସ୍ଵାଧୀନତା ପାଇ ଅନ୍ୟ ପୁରୁଷଙ୍କ ସହ ଗୋଆ ବୁଲିବାକୁ ଚାଲିଗଲା । ଏମିତି ବୋହୂର ବ୍ୟବହାରକୁ ନେଇ ଶାଶୁ ଶ୍ଵଶୁର ଅତିଷ୍ଠ ହୋଇପଡିବା ପରେ ଏବେ କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।