ପ୍ରେମ ସମ୍ପର୍କକୁ ନେଇ ହାଇକୋର୍ଟଙ୍କ ବଡ ରାୟ ! ପ୍ରେମରେ ଏଥର ପଶି ପାରିବେନି ଥାର୍ଡ-ପର୍ଶନ, କାହିଁକି ଏମିତି କହିଲେ କୋର୍ଟ ?

ଏଥର ପ୍ରେମରେ ଥାର୍ଡ-ପର୍ଶନ ପଶି ପାରିବେନି । ପ୍ରେମ ସମ୍ପର୍କକୁ ନେଇ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ଦୁଇଜଣଙ୍କ ପ୍ରେମ ସମ୍ପର୍କ ଭିତରେ ତୃତୀୟ ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ । ଜୀବନସାଥୀ ଚୟନ ହେଉ ଅବା ପ୍ରେମ ସମ୍ବନ୍ଧ, ବୈବାହିକ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଚ୍ଛା ଦୁହିଁଙ୍କ ମାନବୀୟ ସମ୍ପର୍କରେ କେହିବି ହସ୍ତକ୍ଷେପ କରି ପାରିବେନି । ଆଜ୍ଞା ହଁ, ପ୍ରେମ ସମ୍ପର୍କରେ ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପକୁ ନେଇ ଆଲ୍ଲାହାବାଦ କୋର୍ଟ ଏଭକି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।

କୋର୍ଟଙ୍କ କହିବା ମୁତାବକ ଜୀବନସାଥୀ ଚୟନ, ପ୍ରେମ ସମ୍ପର୍କ କିମ୍ବା ପ୍ରେମ ବିବାହ ଦୁଇ ବୟସ୍କଙ୍କ ମାନବୀୟ ସମ୍ପର୍କ ମଧ୍ୟରେ କୌଣସି ବାହାର ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ । ଏହି ମାମଲାରେ ଆବେଦନକାରୀ ଯୁବକ ଓ ତାଙ୍କ ପତ୍ନୀଙ୍କୁ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟରେ ପହଞ୍ଚିଥିବା ଏକ ମାମଲାର ଏଭଳି କିଛି ଶୁଣାଣି କରିଛନ୍ତି ଜଜ୍ । ହାଇକୋର୍ଟ କହିଛନ୍ତି ଦୁଇ ସାବାଳକଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ପାଇଁ କାହାର ବି ଅଧିକାର ନାହିଁ ।

ସନ୍ଦୀପ କୁମାର ଓ ଅନ୍ୟମାନଙ୍କ ହବିସ କର୍ପସ ଆବେଦନ ଉପରେ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବରେ ବାଗପଥର ବାସିନ୍ଦା ସନ୍ଦୀପ କୁମାରଙ୍କ ପତ୍ନୀଙ୍କୁ ତାଙ୍କ ବାପଘର ଲୋକେ ବନ୍ଦୀ କରି ରଖିଥିବା ଅଭିଯୋଗ କରିଥିଲେ ସନ୍ଦୀପ । ପତ୍ନୀଙ୍କ ପରିବାର ସଦସ୍ୟ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

ସନ୍ଦୀପ ତାଙ୍କ ପତ୍ନୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ସେମାନେ ଅଭିଯୋଗ କରିଥିଲେ । ଏହି ମାମଲାରେ ସନ୍ଦୀପଙ୍କ ପତ୍ନୀଙ୍କୁ କୋର୍ଟକୁ ଡକାଇଥିଲେ ହାଇକୋର୍ଟ । କୋର୍ଟରେ ହାଜର ହେବାପରେ ସେ କହିଥିଲେ କି, ସେ ତାଙ୍କ ସ୍ଵାମୀଙ୍କ ସହ ରହିବାକୁ ଚାହୁଁଛନ୍ତି । ଯୁବତୀଙ୍କ ଏଭଳି ବୟାନ ପରେ କୋର୍ଟ ଆବେଦନକାରୀଙ୍କୁ ତାଙ୍କ ସହ ରହିବା ପାଇଁ ଅନୁମତି ଦେଇଛନ୍ତି । ଏହାସହ ସେମାନଙ୍କ ଜୀବନରେ ପରିବାର ସଦସ୍ୟ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ବାରଣ କରିଛନ୍ତି ।

ଯୁବକ ଓ ଯୁବତୀ ପରସ୍ପରକୁ ଭଲପାଇବା ସହ ବିବାହ ମଧ୍ୟ କରିଛନ୍ତି । ହେଲେ ପରିବାର ସେମାନଙ୍କୁ ଏକାଠି ରହିବାକୁ ଦେଉନାହିଁ ବୋଲି ପିଟିସନ କୋର୍ଟରେ ଦାଖଲ ହୋଇଥିଲା । କୋର୍ଟ ଉକ୍ତ ଯୁବକଙ୍କ ଆବେଦନର ଶୁଣାଣି କରି ପତ୍ନୀଙ୍କୁ ତାଙ୍କ ସହ ରହିବା ପାଇଁ ସ୍ବୀକୃତି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।