ବାତ୍ୟା ଯେତେ ପାଖେଇ ଆସୁଛି ଉପକୂଳିଆ ଲୋକଙ୍କ ମନରେ ସେତିକି ଛନକା ପଶିବାରେ ଲାଗିଛି । ବିଦେଶୀ ପାଣିପାଗ ବିଜ୍ଞାନୀ ଯେଉଁ ପୂର୍ବାନୁମାନ କରୁଛନ୍ତି ତାକୁ ନେଇ ସୃଷ୍ଟି ହେଉଛି ଆଶଙ୍କା । କାରଣ ବିଶେଷଜ୍ଞ କହୁଛନ୍ତି ଏହି ବାତ୍ୟା ମହାବାତ୍ୟାର ରୂପ ମଧ୍ୟ ନେଇପାରେ । ଏମିତିକି ବାତ୍ୟା ହେଲେ ଘଣ୍ଟାପ୍ରତି ୨୨୦ କିମିରୁ ୨୫୦ କିମି ପର୍ଯ୍ୟନ୍ତ ପବନ ବୋହିବା ସହ ସମୁଦ୍ରରେ ୨୦ ଫୁଟ୍ ଉଚ୍ଚ ଜୁଆର ଉଠିପାରେ । ଯଦି ଏପରି ହୁଏ ତେବେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।
ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ବାତ୍ୟା ରୂପ ନେଲେ ଏହାର ନାଁ ରହିବ “ସିତ୍ରାଙ୍ଗ” । ଏଥର ଏହି ବାତ୍ୟାର ନାମକରଣ କରିଛି ଥାଇଲାଣ୍ଡ । ଆସନ୍ତା ୨୪ ତାରିଖ ସୁଦ୍ଧା ସୃଷ୍ଟ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ରୂପ ନେବା ନେଇ IMD ମଧ୍ୟ ପୂର୍ବାନୁମାନ କରିଛି । ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ଏହା ହେବ ପ୍ରଥମ ବାତ୍ୟା । ଏହି ବାତ୍ୟା ୨୦୧୮ ପରେ ଅକ୍ଟୋବରରେ ମାସରେ ପ୍ରଥମ ଥର ହେବାକୁ ଯାଉଛି ।
ସେହିଭଳି ଚଳିତ ବର୍ଷ ବଙ୍ଗୋପସାଗରରେ ଏହା ଦ୍ଵିତୀୟ ସାମୁଦ୍ରିକ ଝଡ ଅଟେ । ଏହା ପୂର୍ବରୁ ଗତ ମେ’ ମାସରେ ବାତ୍ୟା “ଆସାନୀ” ଅନେକ କ୍ଷତି ଘଟାଇଥିଲା । ତେବେ ବହୁ ପୂର୍ବରୁ କାନାଡାର ଏକ ୟୁନିଭର୍ସିଟିରେ ପାଣିପାଗ ଓ ଜଳବାୟୁ ଉପରେ ଗବେଷଣା କରୁଥିବା ଜଣେ ପିଏଚଡ଼ି ଗବେଷକ ସୂଚନା ଦେଇଥିଲେ କି, ଅକ୍ଟୋବର ୧୭ ତାରିଖରେ ଏକ ଡିପ୍ରେସନ ସୃଷ୍ଟି ହେବାର୍ବ ସମ୍ଭାବନା ଅଛି ।
ଯାହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର ୧୮ ତାରିଖରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆଉ ଯଦି ଏହା ବାତ୍ୟାରେ ରୂପ ନିଏ ତେବେ ଏହାର ନାଁ ସିତ୍ରାଙ୍ଗ ରଖା ଯାଇପାରେ ବୋଲି ମଧ୍ୟ ସେ କହିଥିଲେ । “ଦି ବିଜନେସ ଷ୍ଟାଣ୍ଡାର୍ଡ” ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କିଛିଦିନ ପୂର୍ବରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରାଯାଇଛି । ସେହି ସମୟରେ ଜଣା ପଡିଥିଲା ଯେ, ବାଂଲାଦେଶ ଓ ପଶ୍ଚିମବଙ୍ଗର ସୁନ୍ଦରବନରେ ବାତ୍ୟା ଲ୍ୟାଣ୍ଡଫଲ୍ କରିପାରେ ।
ହେଲେ ଗତ ରବିବାର ଦିନ ହୋଇଥିବା ପୂର୍ବାନୁମାନ ଅନୁସାରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବୋଲି କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବାତ୍ୟା ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ମଧ୍ୟରେ କିମ୍ବା ପଶ୍ଚିମବଙ୍ଗର ସୁନ୍ଦରବନ ଉପକୂଳରେ କେଉଁଠି ବି ଲ୍ୟାଣ୍ଡଫଲ୍ କରିପାରେ ।
GFS ମଡେଲର ଆକଳନ ଅନୁଯାୟୀ, ଏହି ବାତ୍ୟା କ୍ରମଶଃ ଶକ୍ତିଶାଳୀ ହୋଇ ମହାବାତ୍ୟା ବା ସୁପର ସାଇକ୍ଲୋନରେ ପରିଣତ ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୨୦ କିମିରୁ ୨୫୦ କିମି ହୋଇପାରେ । ଏହାସହ ଉପକୂଳ ଅଞ୍ଚଳରେ ବଡ ଜୁଆର ମଧ୍ୟ ଆସିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।