ବାତ୍ୟା ଓଡିଶା ଛୁଇଁବ କି ? ଯଦି ଓଡିଶା ଛୁଇଁବ ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ? ପବନର ବେଗ କେତେ ରହିବ ? ପୁଣି ସେହି ଅକ୍ଟୋବର ଆଉ ପୁଣି ଥରେ ଲୋକଙ୍କ ମନରେ ବାତ୍ୟା ଭୟ ଓ ଏହାକୁ ନେଇ ଅନେକ ପ୍ରଶ୍ନ । ୧୯୯୯ ମସିହାର ବାତ୍ୟା ଭୟ ଏବେ ଯାଏଁ ବି ଲୋକଙ୍କ ମନରୁ ଯାଇ ନଥିବା ବେଳେ ଏବେ ପୁଣି ଥରେ ଅକ୍ଟୋବରରେ ହେବାକୁ ଯାଉଛି ବାତ୍ୟା । ବାତ୍ୟାକୁ ନେଇ ଦୀର୍ଘଦିନ ଧରି ଅନେକ ଆଶଙ୍କା ଲାଗି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ବାତ୍ୟାକୁ ନେଇ ସ୍ପଷ୍ଟ ସୂଚନା ଦେଇ ସାରିଲାଣି ।
ଯାହାକୁ ନେଇ ଛାନିଆ ହୋଇଗଲେଣି ଉପକୂଳ ବାସିନ୍ଦା । ତେବେ ବାତ୍ୟା କେତେ ବଡ ଆକାରରେ ହେବ ଏବଂ କେଉଁ ତାରିଖରେ ଆସିବ ସେନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ବାତ୍ୟା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ଦେଇଛି । କିଛିଦିନ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି କୁହାଯାଉଛି । ବାତ୍ୟା ସମ୍ଭାବନା ଥିବା ନେଇ ଟ୍ବିଟ କରି ସୂଚନା ଦେଇଛି ପାଣିପାଗ ବିଭାଗ ।
ପ୍ରଥମେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସେଥିରୁ ଲଘୁଚାପ ଓ ପରେ ଅବପାତର ରୂପ ନେଇ ବୋଲି ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ।
ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । କିନ୍ତୁ ବାତ୍ୟା ହେଲେ କେଉଁଠି ମାଡ ହେବ ? କେତେ ଜୋରରେ ପବନ ବହିବ ? ଏସବୁ କିଛି ସ୍ପଷ୍ଟ ହୋଇନି । ଆଉ ଏପଟେ ଓଡିଶାବାସୀଙ୍କ ମନରେ ବାତ୍ୟା ଛନକା ବଢିବାରେ ଲାଗିଛି । ବାତ୍ୟା ସୂଚନା ସ୍ପଷ୍ଟ ହେବା ପରେ ସରକାରଙ୍କ ତରଫରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ବାତ୍ୟା ପାଇଁ ଅନେକ ସରକାରୀ କର୍ମଚାରୀଙ୍କ ଛୁଟିକୁ ମଧ୍ୟ ବାତିଲ କରି ଦିଆଯାଇଛି ।
ତେବେ ବାତ୍ୟା ଆଶଙ୍କା ସକାଶେ ଓଡିଶାର ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାପରେ ସବୁଥି ସମୁଦ୍ର କୂଳିଆ ଲୋକଙ୍କ ମନରେ ଛନକା ପଶିଲାଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।