ଟ୍ରେଣ୍ଡ ହେବାରେ ଲାଗିଛି “ଆରେଷ୍ଟ Virat Kohli”, Rohit ଓ Virat ଅଷ୍ଟ୍ରେଲିଆ ଗସ୍ତରେ ଥିବାବେଳେ ଘଟିଗଲା କିଛି ଏମିତି…

ବିରାଟ କୋହଲିଙ୍କୁ ଆରେଷ୍ଟ କର ବୋଲି ଏବେ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଟି-୨୦ ବିଶ୍ଵକପ ପାଇଁ ବିରାଟ କୋହଲି ଏବଂ ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ବେଳେ ଟ୍ବିଟରରେ ଏମିତି କିଛି ଏବେ ଟ୍ରେଣ୍ଡ କରୁଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ଯାପଟେନ ତଥା ଧୂଆଁଦାର ବ୍ୟାଟ୍ସମ୍ୟାନ କୋହଲି ଓ କ୍ଯାପଟେନ ରୋହିତଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ବଢିବାରେ ଲାଗିଛି ବିବାଦ । ବିବାଦ ଏତେ ବଢିଯାଇଛି ଯେ, ରୋହିତଙ୍କ ଫ୍ୟାନ୍ସ ଟ୍ବିଟରରେ କହୁଛନ୍ତି ଆରେଷ୍ଟ କୋହଲି ।

ତେବେ ଏମିତି କହିବାର କାରଣ ହେଉଛି, ବିରାଟ କୋହଲିଙ୍କ ଜଣେ ଫ୍ୟାନ ଏକ ବ୍ୟାଟରେ ରୋହିତ ଶର୍ମାଙ୍କ ଜଣେ ଫ୍ୟାନଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛନ୍ତି । ଭାରତରେ କ୍ରିକେଟକୁ ଏକ ଭଳି ଧର୍ମ ମାନା ଯାଉଥିବା ବେଳେ ନିଜ ପସନ୍ଦର ଖେଳାଳିଙ୍କୁ ଭଗବାନ ଭଳି ମାନନ୍ତି କ୍ରିକେଟପ୍ରେମୀ ମାନେ । ନିଜ ପସନ୍ଦର ଖେଳାଳିଙ୍କ ବିଷୟରେ କିଛି କହିଲେ ଫ୍ୟାନ୍ସମାନେ ତାହା ସହ୍ୟ କରିପାରନ୍ତି ନାହିଁ । ଆଉ ଏମିତି କିଛି ମାମଲା ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ ତାମିଲନାଡୁର ଅରିଆଲୋଟ ଜିଲ୍ଲାରେ ୨୧ ବର୍ଷୀୟ ଜଣେ ଯୁବକ ତାଙ୍କ ସାଙ୍ଗକୁ ହତ୍ୟା କରିଛନ୍ତି । ଯେଉଁଥି ପାଇଁ ସେ ଗିରଫ ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସ୍ଥାନୀୟ ପୋଲିସର ତଥ୍ୟ ମୁତାବିକ ରୋହିତ ଶର୍ମାଙ୍କ ଫ୍ୟାନ ବିଘ୍ନେଶ ଓ ବିରାଟ କୋହଲିଙ୍କ ଫ୍ୟାନ ଧର୍ମରାଜ ଏକ ଖୋଲା ପଡିଆରେ କ୍ରିକେଟକୁ ନେଇ ଆଲୋଚନା କରୁଥିଲେ । ସେତେବେଳେ ବିଘ୍ନେଶ ଆଉ ଧର୍ମରାଜ ଉଭୟ ନିଶାରେ ଉବୁଟୁବୁ ଥିଲେ ।

ବିଘ୍ନେଶ ଆଇପିଏଲ ରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ ଥିବାବେଳେ ଆରସିବି ର ଫ୍ୟାନ ଥିଲେ ଧର୍ମରାଜ । ବିଘ୍ନେଶ ବିରାଟ କୋହଲି ଏବଂ ଆରସିବି ର ମଜା ଉଡାଇଥିଲେ । ଯାହାକୁ ଧର୍ମରାଜ ସହି ପାରି ନଥିଲେ । ସେ ରାଗି ଯାଇ ବିଘ୍ନେଶଙ୍କୁ ମଦ ବୋତାଳରେ ମାରିବା ସହ ଏକ ବ୍ୟାଟରେ ତାଙ୍କ ମୁଣ୍ଡକୁ ଛେଚି ଛେଚି ତାଙ୍କର ହତ୍ୟା କରି ଦେଇଥିଲେ । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଟ୍ବିଟରରେ ହାସଟ୍ୟାଗ ଆରେଷ୍ଟ କୋହଲି ଟ୍ରେଣ୍ଡ କରିବାରେ ଲାଗିଛି ।

ସେପଟେ ଧର୍ମରାଜ ବର୍ତ୍ତମାନ ପୋଲିସର ଜିମାରେ ଅଛନ୍ତି । ତେବେ ଆମେ ଏଠାରେ କହିରଖୁଛୁ ଯେ, ଏହି ଘଟଣାରେ ବିରାଟ କୋହଲି କିମ୍ବା କ୍ଯାପଟେନ ରୋହିତ ଶର୍ମାଙ୍କର କୌଣସି ଦୋଷ ନାହିଁ । ତଥାପି ସେମାନେ ଏଥିରେ ଟ୍ରେଣ୍ଡ ହେବା ଏକ ଆଶ୍ଚର୍ଯ୍ୟଜନକ କଥା । ଏଭଳି ଟ୍ରେଣ୍ଡକୁ ଏବେ ସାରା ଭାରତ ନିନ୍ଦା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।