“ମହିଳା କମିଶନର ମ୍ୟାଡାମ ମୋତେ ଯାହା କହିଛନ୍ତି ସେଥିରେ ମୁଁ ବହୁତ ଖୁସି ଅଛି, ପରବର୍ତ୍ତୀ ଶୁଣାଣିରେ…”, କାହିଁକି ଏମିତି କହିଲେ Deepika ?

ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଦୀପିକାଙ୍କ ମୁହଁରେ ଦେଖିବାକୁ ମିଳିଛି ଆଶାର ଛୋଟିଆ କିରଣ । ଦୀପିକା ନିଜେ ମଧ୍ୟ କହିଛନ୍ତି କି, ସେ ଖୁସି ଅଛନ୍ତି ବୋଲି । ଯାହାକି ତାଙ୍କ ହିତାକାଂକ୍ଷୀ ମାନଙ୍କୁ ମଧ୍ୟ ବେଶ ଖୁସି ଦେଇଛି । ବ୍ରହ୍ମପୁରର ଦୀପିକା ଓ ଦିନେଶଙ୍କ ମାମଲା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ମାସରୁ ଅଧିକ ସମୟ ହେବ ଏହି ମାମଲା ଚର୍ଚ୍ଚାରେ ରହି ଆସିଛି । ହେଲେ ଏବେ ଯାଏଁ ମଧ୍ୟ ଦିନେଶ ସାମ୍ନାକୁ ଆସି ନାହାନ୍ତି କି ଦୀପିକାଙ୍କ ସମସ୍ଯାର କୌଣସି ସମାଧାନ ବାଟ ବାହାରି ନାହିଁ ।

ନିଜ ୨୦ ମାସର ଶିଶୁ ପୁତ୍ରକୁ ବାପାର ପରିଚୟ ଦେବା ପାଇଁ ଏବଂ ନିଜେ ସ୍ତ୍ରୀର ଅଧିକାର ପାଇବା ପାଇଁ ଦୀପିକା ଏହି ସଂଘର୍ଷ ଆରମ୍ଭ କରିଥିଲେ । କୋର୍ଟରେ କେସ୍ ଲଢିବା ସହ ସେ ଦୀର୍ଘ ଦିନ ଧରି ଦିନେଶଙ୍କ ଘର ଆଗରେ ଧାରଣା ଦେଇ ଆସୁଛନ୍ତି ଦୀପିକା । ଏହାରି ମଧ୍ୟରେ ସେ ଅନେକ ନିର୍ଯ୍ୟାତନା ଓ କଷ୍ଟ ମଧ୍ୟ ସହ୍ୟ କରିଲେଣି । ତଥାପି ଏବେ ଯାଏଁ ହାରି ନାହାନ୍ତି ଦୀପିକା । ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ରାଜ୍ୟ ମହିଳା କମିଶନରଙ୍କ ଦ୍ଵାରସ୍ଥ ହୋଇଥିଲେ ଦୀପିକା ।

ତେବେ ପ୍ରଥମ ଥର ଶୁଣାଣି ପାଇଁ ମହିଳା କମିଶନ ଦିନେଶଙ୍କୁ ଡ଼ାକିଥିଲେ ମଧ୍ୟ ଦିନେଶ ହାଜର ହୋଇ ନଥିଲେ । ଦୀପିକା ଭୁବନେଶ୍ଵର ଆସି ନିରାଶ ହୋଇ ଫେରିଥିଲେ । ଦିନେଶଙ୍କ ପରିବାର ଲୋକେ ତଥା ତାଙ୍କ ବାପା, ମାଆ ଓ ଜେଜେମା ସମସ୍ତେ ମିଶି ଦୀପିକାଙ୍କୁ ଗାଳିଗୁଲଜ କରିବା ସହ ଅନେକ ପ୍ରକାରର ହଇରାଣ ହରକତ ମଧ୍ୟ କରି ଆସୁଛନ୍ତି ।

ତଥାପି ଦୀପିକା ହୃଦୟରୁ ହାରି ଯାଇ ନାହାନ୍ତି । ସବୁ ପ୍ରକାର ସମସ୍ଯାର ସାମ୍ନା କରି ନ୍ୟାୟ ଆଶାରେ ଅଡି ବସିଛନ୍ତି । ତେବେ ରାଜ୍ୟ ମହିଳା କମିଶନରଙ୍କ ପକ୍ଷରୁ ଦ୍ଵିତୀୟ ଶୁଣାଣିର ତାରିଖ ପାଖେଇ ଆସୁଥିବା ବେଳେ ଦୀପିକା ଏଥର ଖୁସି ଥିବା ଜଣା ପଡିଛନ୍ତି । ଦିନେଶ ଏଥର ଆସିଲେ ଯାଇ ଉଭୟଙ୍କର କାଉନସେଲିଂ କରାଯିବ । ଏହାସହ ମହିଳା କମିଶନର ଏଥର ଯାହାବି ନିଷ୍ପତ୍ତି ଶୁଣାଇଛନ୍ତି ସେନେଇ ଦୀପିକା ବେଶ ସନ୍ତୁଷ୍ଟ ଥିବା କହିଛନ୍ତି ।

ତେବେ ମହିଳା କମିଶନର କଣ ନିଷ୍ପତ୍ତି ଶୁଣାଇଛନ୍ତି ତାହା ଦୀପିକା ପ୍ରକାଶ କରି ନଥିଲେ ମଧ୍ୟ ବହୁତ ଖୁସି ଥିବା ପଡିଛନ୍ତି । ତାଙ୍କ ଖୁସିରୁ ଜଣାପଡୁଛି କି, ନିହାତି ଭାବେ ଆଗକୁ ତାଙ୍କ ସମସ୍ୟାର କିଛି ନା କିଛି ସମାଧାନ ହେବାକୁ ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।