ଭଲକି ନାମ ଦେଇ ଦେଇଦେଲା ହାଇସିକ୍ଯୁରିଟି ନମ୍ବର ପ୍ଳେଟ, ନୂଆ ନମ୍ବର ପ୍ଳେଟ ଲଗାଇବା ପରେ ଏହି ଗାଡିଚାଳକଙ୍କ ସହ ଯାହା ହେଲା ଶୁଣିଲେ ଛାନିଆ ହୋଇଯିବେ

ହାଇସିକ୍ଯୁରିଟି ନମ୍ବର ପ୍ଳେଟ ସଜାଇଦେଲା ଜଣେ ନିଶା ବେପାରୀ । ଯାହାକୁ ନେଇ ଜଣେ ଗାଡିଚାଳକ ପ୍ରଶ୍ନ କରିଛନ୍ତି କି, ହାଇସିକ୍ଯୁରିଟି ନମ୍ବର ପ୍ଳେଟ ବ୍ୟବହାର କରିବାର ଲାଭ କଣ ? ଅନଲାଇନରେ ଆବେଦନ କରିବାର ମାସେ ପରେ ନମ୍ବର ପ୍ଳେଟ ଲାଗିଲା । ଆଉ କିଛି ମାସ ପରେ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ତାଙ୍କୁ ନୋଟିସ ଆସିଲା କି, ଆପଣଙ୍କ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା, ହାଇସିକ୍ଯୁରିଟି ନମ୍ବର ପ୍ଳେଟକୁ କରା ଯାଇଥିଲା ନକଲ ।

ଗାଡିଚାଳକଙ୍କ ପ୍ରଶ୍ନ ଥିଲା, ହାଇସିକ୍ଯୁରିଟି ନମ୍ବର ପ୍ଳେଟ ପାଇଁ ପରିବହନ ବିଭାଗକୁ ସମସ୍ତ ତଥ୍ୟ ଦେବା ପରେ ଯଦି ଏଭଳି ଅସୁବିଧାର ସାମ୍ନା କରିବାକୁ ପଡୁଛି ତେବେ ନମ୍ବର ପ୍ଳେଟ ବ୍ୟବହାର କରି ଲାଭ କଣ ? ଏହି ବ୍ୟକ୍ତିଜଣକ ହେଉଛନ୍ତି କେନ୍ଦ୍ରପଡା ଜିଲ୍ଲା ପାଟପୂରା ଥାନା ଅଞ୍ଚଳର ସମ୍ବିତ ପଣ୍ଡା । ତାଙ୍କ ଗାଡି ଘରେ ଅଛି ଆଉ ସେ ନିଜେ ବି ଘରେ ଅଛନ୍ତି । ସବୁଠୁ ବଡ କଥା ହେଲା ସେ କେବେ ସମ୍ବଲପୁର ବି ଯାଇ ନାହାନ୍ତି ।

ଆଉ ତାଙ୍କ ଗାଡିରେ ଗଞ୍ଜେଇ ଚାଲାଣ ହେଲା କେମିତି ? ଏହାକୁ ନେଇ କେନ୍ଦ୍ରପଡାର ଏହି ଗାଡିମାଲିକ ଭୟଭୀତ ଅଛନ୍ତି । ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଗଞ୍ଜେଇ ଗାଡି ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାପରେ ବି ଅବକାରୀ ବିଭାଗ କେମିତି ଜାଣି ନପାରି ଜଣେ ନିରୀହ ଗାଡିଚାଳକଙ୍କୁ ନୋଟିସ ପଠାଇଛି ?

ହାଇସିକ୍ଯୁରିଟି ନମ୍ବର ପ୍ଳେଟରୁ କୁଆଡେ ସବୁ ତଥ୍ୟ ମିଳିଯାଏ ବୋଲି କୁହନ୍ତି । କିନ୍ତୁ ସମ୍ବିତଙ୍କ କହିବା କଥା, ହାଇସିକ୍ଯୁରିଟି ନମ୍ବର ପ୍ଳେଟକୁ ଯଦି ନକଲ କରି ବ୍ୟବହାର କରାଯାଉଛି ତେବେ ଏହି ପ୍ଳେଟ ଲଗାଇଲେ ଲାଭ କଣ ? କୁହାଯାଉଥିଲା କି, ହାଇସିକ୍ଯୁରିଟି ନମ୍ବର ପ୍ଳେଟ ବ୍ୟବହାର କଲେ ସୁରକ୍ଷିତ ସହ ଗାଡି ଚୋରି ଉପରେ ରୋକ ଲଗା ଯାଇପାରିବ । ମାତ୍ର କିଛି ମିନିଟରେ ଗାଡି ନମ୍ବରରୁ ମାଲିକଙ୍କ ସମ୍ପର୍କରେ ଜଣାପଡିବ । କିନ୍ତୁ ଏହି ନମ୍ବର ପ୍ଳେଟ ବି ନକଲି ହେଉଛି ।

କଥା ଲୋକଲୋଚନକୁ ଆସିବା ପରେ ଗାଡିଚାଳକ ମାନେ ବି ଦ୍ଵନ୍ଦରେ ପଡିଲେଣି । ଯଦି ହାଇସିକ୍ଯୁରିଟି ନମ୍ବର ପ୍ଳେଟ ନମ୍ବର ପ୍ଳେଟ ଲଗାଇ ଏଭଳି ସମସ୍ୟାରେ ଫସିବାର ସମ୍ଭାବନା ରହିଛି ତେବେ ଏହି ପ୍ଳେଟ ଲଗାଇବା କଣ ଦରକାର ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।