ଓଡିଆ ଧାରାବାହିକ ତଥା ସିନେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ମୃତ୍ୟୁ ଖବରରେ ସାରା ଓଲିଉଡ ଜଗତରେ ଶୋକର କଳାବାଦଲ ଖେଳିଯାଇଛି । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଦୁଇଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କର ନିଖୁଣ ଅଭିନୟ ଲାଗି ଓଡିଶାର ଘରେ ଘରେ ବେଶ ପରିଚିତ ଥିଲେ ତିଳୋତ୍ତମା । ଚଳଚ୍ଚିତ୍ର ହେଉ କି ଧାରାବାହିକ ସବୁଠି ତାଙ୍କର ଅଭିନୟର ଯାଦୁଗରୀ ଦେଖିବାକୁ ମିଳେ ।
ତିଳୋତ୍ତମା ଖୁଣ୍ଟିଆଙ୍କ ସ୍ଵାମୀ ହେମି ସାମଲ କଟକରେ ରୁହନ୍ତି । ତାଙ୍କ ଝିଅ ଦେବିକା ଅରୁନ୍ଧତୀ ମଧ୍ୟ ଓଲିଉଡରେ ତଥା ସିନେମା ଏବଂ ଧାରାବାହିକ ଜଗତରେ ବେଶ ସକ୍ରିୟ ଅଛନ୍ତି । ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ଅକାଳ ବୁଯୋଗ ଓଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଭୁଲ ହେବନାହିଁ । ଆଜ୍ଞା ହଁ, ଓଲିଉଡ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଇହକାଳ ତ୍ୟାଗ କରି ପରଲୋକରେ ପ୍ରବେଶ କରିଛନ୍ତି ।
ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ନିଖୁଣ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ତେବେ ତାଙ୍କର ମୃତ୍ୟୁ ପରେ ଓଲିଉଡ ସମେତ ଝିଅ ଦେବିକା ଅରୁନ୍ଧତୀ ମଧ୍ୟ ଏକଦମ ଭାଙ୍ଗି ପଡିଛନ୍ତି । ଦେବିକା ତିଳୋତ୍ତମାଙ୍କ ସାନ ଝିଅ ।
ତାଙ୍କ ବଡ ଝିଅ ବିବାହ କରି ସାରିଥିବା ବେଳେ ତାଙ୍କର ନାତିଟିଏ ମଧ୍ୟ ଅଛି । ଆଉ ସାନ ଝିଅ ଏବେ ଓଲିଉଡରେ ନିଜ କ୍ଯାରିୟର ବନେଇବାରେ ନିଜକୁ ବ୍ୟସ୍ତ ରଖିଛନ୍ତି । ହେଲେ ତିଳୋତ୍ତମାଙ୍କ ମୃତ୍ୟୁରେ ତାଙ୍କ ପରିବାର ଉପରେ ଦୁଃଖ ମାଡି ଆସିଛି । ମାଆଙ୍କୁ ହରେଇ ଦୁଇ ଝିଅ ଏକଦମ ଭାଙ୍ଗି ପଡିଛନ୍ତି । ବଡ ଝିଅର ବିବାହ ସରିଥିବା ବେଳେ ସାନ ଝିଅ ମା’ଙ୍କ ସହ ରହୁଥିଲେ । ତେଣୁ ତାଙ୍କ ପାଇଁ ଅଧିକ ଚିନ୍ତିତ ରହୁଥିଲେ ତିଳୋତ୍ତମା । କିଛିଦିନ ଧରି ତାଙ୍କର ଦେହ ଅସୁସ୍ଥ ଥିଲା ଓ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ।
ଆଉ ଏବେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ତେବେ ଏହା ପୂର୍ବରୁ ତାବକ୍ର ଶେଷ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯାହା ତାଙ୍କ ଫ୍ୟାନ୍ସମାନଙ୍କୁ ଭାବବିହ୍ଵଳ କରି ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।