ଖଗା ବା ଖଗେଶ୍ଵର ନାମକ ଏହି ବ୍ୟକ୍ତିଙ୍କର ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ କଣ ସମ୍ପର୍କ ରହିଛି ? ଆଉ ଏବେ ଖଗେଶ୍ଵର କାହିଁକି ଫେରାର ଅଛି ? ଯେଉଁ ଖଗେଶ୍ଵରଙ୍କ ସମ୍ପୃକ୍ତିକୁ ନେଇ ଏବେ କଥା ଉଠୁଛି ସେ କେଉଁଠି ଲୁଚିଛି ? ବର୍ତ୍ତମାନ ଖଗାକୁ ଖୋଜିବାରେ ଲାଗିଛି ପୋଲିସ । ଅର୍ଚ୍ଚନାଙ୍କ ନାଁରେ ହୋଇଥିବା ଅଭିଯୋଗ ପତ୍ରଟି ଏବେ ସାମ୍ନାକୁ ଆସିଛି । ଏହି ଅଭିଯୋଗ ପତ୍ର ଅନୁସାରେ ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୋଲିସ ଗିରଫ କରିଥିଲା ।

ହେଲେ ସେଥିରେ ଖଗେଶ୍ଵର ନାମକ ଯେଉଁ ନାଁଟି ରହିଛି ସିଏ ଏବେ କେଉଁଠି ? ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଥିବା ବେଳେ ସ୍ଵାମୀ ଜଗବନ୍ଧୁ ଚାନ୍ଦକୁ କେବଳ ନୋଟିସ ଜାରି କରିଛି ପୋଲିସ । ହେଲେ ଅଭିଯୋଗପତ୍ରରେ ଥିବା ଅନ୍ୟ ବ୍ୟକ୍ତି ଖଗେଶ୍ଵର କୁଆଡେ ଗଲା ? ଶୁଣିବାକୁ ମିଳୁଛି କି ପୋଲିସ ୫ଦିନ ତଳେ ଖଗେଶ୍ଵରକୁ ପଚରାଉଚରା କରୁଥିଲା । ହେଲେ ସେ ହଠାତ କୁଆଡେ ଖସି ପଳାଇଛି । ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଗୋଟିଏ ପରେ ଗୋଟିଏ ନାମ ଏବେ ଖୋଲିବାରେ ଲାଗିଛି ।
ଏମାନଙ୍କ ନାଁରେ ୨୦୧୮ରେ ଥାନାରେ ଏତଲା ଦେଇଥିଲେ ଜଣେ ଯୁବତୀ । ଯେଉଁଥିରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ଵରଙ୍କ ନାମ ଉଲ୍ଲେଖ ରହିଛି । ଅର୍ଚ୍ଚନାଙ୍କୁ ଗିରଫ କରାଯାଇଛି ଓ ଜଗବନ୍ଧୁଙ୍କୁ ନୋଟିସ ଜାରି କରା ଯାଇଥିବା ବେଳେ ଏହି ଖଗେଶ୍ଵର କେଉଁଠି ଅଛନ୍ତି ଏହାକୁ ନେଇ ଉଠୁଛି ପ୍ରଶ୍ନ । ଖଗେଶ୍ଵରଙ୍କ ଘର କଟକ ସଦରର ନିଆଳି ଅଞ୍ଚଳରେ ।

ରସୁଲଗଡରେ ପ୍ରଥମେ ଏକ ଛୋଟିଆ ଦୋକାନ କରିଥିଲା ଖଗେଶ୍ଵର । ଆଉ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ମିଶି ପଳାଶୁଣି ଅଞ୍ଚଳରେ ଏକ ପୁରୁଣା ଗାଡି ଶୋ’ ରୁମ୍ କରିଥିଲା । ଏହାସହ ଅର୍ଚ୍ଚନାର ନେଟୱାର୍କ ମଧ୍ୟ ସମ୍ଭାଳୁଥିଲା ଖଗେଶ୍ଵର । କିଏ କେତେବେଳେ କେଉଁଠି ଆସିବ କାହାକୁ ଭେଟିବ ଏସବୁର ନେଟୱାର୍କ ସମ୍ଭାଳୁଥିଲା ଖଗା । ଯାହାପରେ ଛୋଟିଆ ଦୋକାନ ଥିବା ଖଗେଶ୍ଵର ବଡଲୋକ ହୋଇ ଯାଇଥିଲା ।
ଗାଡି ଶୋ’ରୁମ୍ କରିବା ସହ ଖଗେଶ୍ଵର ବିଲଡର ମଧ୍ୟ ପାଲଟି ଯାଇଥିଲା ଓ ଜମି ନେଣଦେଣ କାମ ବି କରୁଥିଲା । ସବୁଠୁ ବଡ କଥା ହେଉଛି ଗାଁରେ ଖଗେଶ୍ଵରର ମଧ୍ୟ ଅର୍ଚ୍ଚନାଙ୍କ ଭଳି ଆଲିଶାନ କୋଠା ରହିଛି । ତେବେ ଖଗେଶ୍ଵାଏ କେବେ ପୋଲିସ କବଜାକୁ ଆସୁଛି ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।