“ସେ ଯେଉଁ ଦଳର ହୋଇଥାଉ ମୋ ପୁଅ ବି ହେଉଥାଉ ପଛେ ତାକୁ ଛାଡିବା ଦରକାର ନାହିଁ, ସେମାନଙ୍କୁ ଶୀଘ୍ର ବାନ୍ଧ…” ଠକ Archana ଙ୍କ ମାମଲାରେ ଏଭଳି ମନ୍ତବ୍ୟ ଦେଲେ Sura Routray

ବର୍ତ୍ତମାନ ସାରା ରାଜ୍ୟରେ ରାଜଧାନୀର ଠକ ସ୍ଵାମୀ ସ୍ତ୍ରୀ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । କିଭଳି ଭାବେ ଅର୍ଚ୍ଚନା ପାପର ସାମ୍ରାଜ୍ୟ ବିଛାଇ ବଡ ବଡିଆଙ୍କୁ ଠକି ବ୍ଲାକମେଲ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲା ଏବେ ଘରେ ଘରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଗାଁରେ ଝୁମ୍ପୁଡି ଘର ଥିବାବେଳେ ରାଜଧାନୀରେ କେଉଁ ରାଜମହଲ ଠାରୁ କିଛି କମ୍ ନୁହେଁ ଅର୍ଚ୍ଚନାଙ୍କ ଘର ।

ରାଜପ୍ରସାଦ ଭଳି ଘରକୁ ଅର୍ଚ୍ଚନା ଶୁଟିଙ୍ଗ କାର୍ଯ୍ୟରେ ଲଗାଉଥିଲା ଆଉ ସେହି ଘରେ ରାତି ହେଲେ ବଡବଡିଆଙ୍କୁ ଦେହସୁଖ ଦେଉଥିଲା । ଆଉ ସକାଳ ପାହିଲେ ଆରମ୍ଭ କରି ଦେଉଥିଲା ବ୍ଲାକମେଲ ଓ ଧମକ । ଏମିତି କରି କୋଟି କୋଟି ଟଙ୍କା ହାସଲ କରିଥିଲା ଅର୍ଚ୍ଚନା ଓ ତା’ ସ୍ଵାମୀ ଜଗବନ୍ଧୁ । ଏ ମାମଲା ସାରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରି ରଖିଥିବା ବେଳେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହି ମାମଲାରେ ନିଜ ମନ୍ତବ୍ୟ ରଖିଛନ୍ତି ।

ସୁର ଭାଇ କହିଛନ୍ତି, ଅର୍ଚ୍ଚନା ନାଗ ଜାଲ ବିଛେଇ ଅନେକ ବଡବଡିଆ ଉଚ୍ଚ ପଦାଧିକାରୀ ଲୋକଙ୍କୁ ଫସେଇଥିଲା । ସେ ତେଣିକି ବିଜେଡି, କଂଗ୍ରେସ ଯେଉଁ ଦଳ ହୋଇଥାନ୍ତୁ, ଆଇଏଏସ କି ଆଇପିଏସ ଅଧିକାରୀ ହୋଇଥାନ୍ତୁ କିମ୍ବା ଇଞ୍ଜିନିୟର ଯିଏ ବି ହୋଇଥାନ୍ତୁ ଶୀଘ୍ର ତଦନ୍ତ କରି ସେମାନଙ୍କ ବିରୋଧରେ ଏକ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଅର୍ଚ୍ଚନା ଭଳି ଠକକୁ ଗିରଫ କରାଯାଇଛି ଓ ସେ ଏବେ ଜେଲରେ ଅଛି ସରକାରଙ୍କୁ ଧନ୍ୟବାଦ । ହେଲେ ଏଥିରେ ମୁଁ ସନ୍ତୁଷ୍ଟ ନୁହେଁ । ଏନେଇ ସଠିକ ତଦନ୍ତ କରାଯାଉ ଓ କେଉଁ ଦଳ ଏଥିରେ ସାମିଲ ଅଛି ବା ଯିଏ ବି ଏଥିରେ ସବୁ ସାମିଲ ଅଛନ୍ତି ସେ ମୋ ପୁଅ ହୋଇଥାଉ ପଛେ ତାଙ୍କୁ ଦଣ୍ଡ ମିଳିବା ଦରକାର । ଏଭଳି ଲୋକଙ୍କୁ କଠୋର ଦଣ୍ଡ ମିଳିବ ନିତାନ୍ତ ଆବଶ୍ୟକ । ଏସବୁ ଘଟଣା ଯୋଗୁଁ ଆମ ଓଡିଶା କଳଙ୍କିତ ଓ ନିନ୍ଦିତ ହୋଇଯାଉଛି ।

ଆମେ ୫୦ ବର୍ଷର ବିଧାୟକ ତେଣୁ ଓଡିଶାକୁ ଏଭଳି ଦେଖି ଦୁଃଖ ଲାଗୁଛି । ଆମ ସମାଜକୁ ଏତେ କଳଙ୍କିତ ହେବାକୁ ଛାଡିଦେବା ଉଚିତ ହେବନି ବୋଲି କହିଛନ୍ତି ସୁର ଭାଇ । ତେବେ ସୁର ଭାଇଙ୍କ ଏଭଳି ମନ୍ତବ୍ୟକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।