ରାଜ୍ୟ ରାଜଧାନୀର ହାଇ ପ୍ରୋଫାଇଲ ସେକ୍ସ ରାକେଟ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କୋଟି କୋଟି ଟଙ୍କାର କାରବାର ସାଙ୍ଗକୁ ବଡ ବଡ ଲୋକଙ୍କ ସମ୍ପୃକ୍ତି ଏଥିରେ ଥିବା ଜଣାପଡିଛି । ଏବେ ଜେଲରେ ଚକି ପେଷୁଛି ସିଣ୍ଡିକେଟର ମାଲିକାଣୀ । ତେବେ ତାଙ୍କ ଗ୍ରାହକଙ୍କ ନାମ ସାମ୍ନାକୁ ଆସିବ ତ ? ବଡ ବଡ ନେତାଙ୍କ ସହ ଅର୍ଚ୍ଚନାଙ୍କ ରହିଥିଲା ସମ୍ପର୍କ । ଯେଉଁମାନଙ୍କ ନାଁ ଶୁଣି ଏବେ ପୋଲିସ ବି ଚାପରେ ରହିଛି । ଯେଉଁଥି ପାଇଁ ବଡ ଅଧିକାରୀ କୁଆଡେ ଛୁଟି ମାଗିବା ସହ ଏହି ମାମଲାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ।
ଏହି ବିଶାଳ ଅପରାଧ ସାମ୍ରାଜ୍ୟର ରାଣୀ ହେଉଛି ଅର୍ଚ୍ଚନା ନାଗ । ପାୱାରଫୁଲ ଲୋକଙ୍କ ପାୱାରରେ ଚଳାଇଥିଲେ ସେକ୍ସ ରାକେଟ । ରାଜ୍ୟର ବଡ ବଡ ନେତା ଓ ଅତିଥିଙ୍କୁ ଟାର୍ଗେଟ କରାଯାଉଥିଲା । ଆଉ ଏବେ ଅର୍ଚ୍ଚନାଙ୍କ ଗିରଫଦାରୀ ପରେ ସମସ୍ତଙ୍କ ମନ ଛାନିଆ । କୁହାଯାଉଛି କି, ଅର୍ଚ୍ଚନାଙ୍କ ଗ୍ରାହକଙ୍କ ତାଲିକା ପ୍ରଘଟ ହେଲେ ଓଡିଶା ରାଜନୀତିର ମେରୁଦଣ୍ଡ ଥରିଯିବ । ସେପଟେ ଯେଉଁମାନଙ୍କ ଉପରେ ନିରପେକ୍ଷ ତଦନ୍ତର ଭାର ରହିଛି ସେମାନେ ବି ଚାପରେ ଚେପା ହୋଇଗଲେଣି ।
ଶୁଣିବାକୁ ମିଳୁଛି କି, ଭୁବନେଶ୍ବରର କିଛି ବରିଷ୍ଠ ଅଧିକାରୀ ଛୁଟିରେ ଥିବାବେଳେ ଆଉ କିଛି ଅଧିକାରୀ ମଧ୍ୟ ଛୁଟିରେ ଯିବା ପାଇଁ ଚେଷ୍ଟା ଚଳାଇଛନ୍ତି । ସେପଟେ ସବୁ ଘଟଣାରେ ପ୍ରଥମେ ମିଡିଆ ଆଉ ପରେ ପୋଲିସ ପହଞ୍ଚିବାର ଦେଖିବାକୁ ମିଳେ । ହେଲେ ଏହି ଘଟଣାରେ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ ।
ତେବେ କାହାର ପ୍ରତ୍ଯକ୍ଷ ଚାପରେ ପୋଲିସ ଛଟପଟ ହେଉଛି ବୋଲି ଶାସକଦଳକୁ ଶାଣିତ ଆକ୍ରମଣ କରିଛି ବିଜେପି । ଅର୍ଚ୍ଚନାଙ୍କ ସ୍ଵାମୀ ବିଜେଡିରେ ଥିବାବେଳେ ଅନେକ ବିଜେଡି ନେତାଙ୍କ ସହ ତାଙ୍କର ଫଟୋ ଶାସକଦଳକୁ ହରଡଘଣାରେ ପକାଇଛି । ତେଣୁ ଏହି ରାକେଟରେ ଜଡିତ ଥିବା ସମସ୍ତଙ୍କ ନାଁ ସାମ୍ନାକି ଆସିପାରିବ ତ ? ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ । ଏହି ହାଇ ପ୍ରୋଫାଇଲ କେସର ପର୍ଦ୍ଦାଫାଶ ହେବ କି ନାହିଁ ତାକୁ ମଧ୍ୟ ପ୍ରଶ୍ନ ।
ଅର୍ଚ୍ଚନାଙ୍କୁ ଠାରୁ ପୋଲିସ ପେନଡ୍ରାଇଭ ଜବତ କରିଥିବା ବେଳେ ସେଥିରେ କାହା କାହାର ଫଟୋ ଓ ଭିଡିଓ ରହିଛି ସେ ସବୁକୁ ନେଇ ମୁହଁ ଖୋଲିବାକୁ ପୋଲିସ କାହିଁକି କୁନ୍ଥାଉଛି ? ପୋଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ଛିଡା ହେବା ସହ ବରିଷ୍ଠ ଅଧିକାରୀମାନେ ଛୁଟି ମାଗିବା ଏବେ ସନ୍ଦେହକୁ ଆହୁରି ଘନୀଭୂତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।