ନମସ୍କାର ବନ୍ଧୁଗଣ, ସ୍ଵାମୀ ନିଜ ସ୍ତ୍ରୀର ସମ୍ପୂର୍ଣ ଦାଇତ୍ଵ ନେଇଥାଏ । ଘର ପରିବାରର ସମସ୍ତ କଥା ବୁଝିଥାଏ । ଛୁଆ ପିଲାଙ୍କ ସମସ୍ତ କଥା ମଧ୍ୟ ବୁଝିଥାଏ । କିନ୍ତୁ ଏବେ ଏହିସବୁ କଥାରେ ବ୍ୟତିକ୍ରମ ଦେଖାଦେଇଛି ଆଜିର ଏହି ସମୟରେ । ତେଣୁ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ନ୍ୟାୟ ଶୁଣାଇଛନ୍ତି । ସ୍ତ୍ରୀ ଓ ସ୍ବାମୀଙ୍କ ଭରଣ ପୋଷଣ ପାଇ ସ୍ଵାମୀ ବାଧ୍ୟ ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ ।
ପାରିବାରିକ ମାମଲାରେ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସ୍ତ୍ରୀ ପିଓ ଶିଶୁଙ୍କ ଭରଣ ପୋଷଣ କରିବାକୁ ସ୍ଵାମୀ ବାଧ୍ୟ । ପିଲାଙ୍କ ଦାଇତ୍ଵ ବୁଝିବାରୁ ସେ ନିଜକୁ ମୁକ୍ତ କରିପାରିବେ ନାହିଁ । କୋର୍ଟ ଏହା ମଧ୍ୟ ଶୁଣାଇଛନ୍ତି କି ଯଦି ସ୍ତ୍ରୀ ଓ ପିଲାଙ୍କ ପାଇଁ ସ୍ଵାମୀଙ୍କୁ ଶାରୀରିକ ପରିଶ୍ରମ କରିବାକୁ ପଡେ ତେବେ ସେମାନେ ତାହା ମଧ୍ୟ କରିବାକୁ ବାଧ୍ୟ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି କି ସ୍ତ୍ରୀ ଓ ପିଲାଙ୍କ ଦାଇତ୍ଵ ନେବାକୁ ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ ।
କେବଳ ଏତିକି ନୁହେ ଯଦି ବିବାହ ବିଚ୍ଛେଦ ହୋଇଥାଏ ତେବେ ମଧ୍ୟ ସ୍ଵାମୀ ସ୍ତ୍ରୋ ଓ ପିଲାଙ୍କ ଭରଣ ପୋଷଣ କରିବା ପାଇଁ ବାଧ୍ୟ । ଜଷ୍ଟିସ ଦିନେଶ ମାହେଶ୍ଵରୀ ଓ ଜଷ୍ଟିସ ବେଲା ଏମ । ତ୍ରିବେଦୀଙ୍କର ଖଣ୍ଡପୀଠ ଏହି ଶୁଣାଣି କରିଛି । ଏହି ଶୁଣାଣି ପରେ ସମଗ୍ର ଦେଶରେ ଏହାର ଜୋର ସୋର ଚର୍ଚା ଆରମ୍ଭ ହୋଇଯାଇଛି । ତେବେ କୋର୍ଟଙ୍କ ଶୁଣାଣି ହେଉଛି ସ୍ତ୍ରୀ ଓ ପିଲାଙ୍କ ପାଇଁ ଦ୍ଦାରକାର ପଡିଲେ ସ୍ଵାମୀ କରିବେ ଶାରୀରିକ ପରିଶ୍ରମ । ଧାରା ସିଆରପିସି ୧୨୫ ଅନୁସାରେ ପିଲା ଓ ସ୍ତ୍ରୀଙ୍କ ଦାଇତ୍ଵ ନେବେ ସ୍ଵାମୀ । ବଡ ଦାୟତ୍ଵରୁ ନିଜକୁ ଖସାଇପରିବେନି ସ୍ଵାମୀ ।
ଶାରିରୀକ ସକ୍ଷମ ନଥିଲେ ତାହା ଅନ୍ୟ କଥା । ଏଭଳି ଗୋଟିଏ କେସ ସୁପ୍ରିମ କୋର୍ଟକୁ ଯାଇଥିଲା ଯାହା ଫଳରେ ସ୍ତ୍ରୀ ନିଜର ଭରଣ ପୋଷଣ ପାଇଁ ଦାବି କରିଥିଲେ । ସ୍ଵାମୀ କହିଥିଲେ ବ୍ୟବସାୟରେ ହାନି ହେତୁ ମୁ ଏହା କରିପାରିବି ନାହିଁ । ଏବଂ ଏହା ଉପରେ ରାୟ ଦେଇ କୋର୍ଟ କହିଥିଲେ କି ପିଲା ଓ ସ୍ତ୍ରୀଙ୍କ ଦାଇତ୍ଵ ନେବା ସ୍ଵାମୀଙ୍କ ନୈତିକ କର୍ତ୍ତବ୍ୟ । ଏବଂ ଏଥିପାଇଁ ଆପଣ ନିଜେ ପରିଶ୍ରମ କରନ୍ତୁ । ଏବଂ ସ୍ଵାମୀଙ୍କ କଥାକୁ ଖାରଜ କରିବା ସହ ସ୍ତ୍ରୀଙ୍କୁ ମାସିକ ୧୦,୦୦୦ ଟଙ୍କା ଦେବାକୁ ପଡିବ ଓ ପିଲାଙ୍କୁ ୬୦୦୦ ଟଙ୍କା ଦେବାକୁ ବାଧ୍ୟ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।