ଦୁନିଆର ସବୁପ୍ରକାର ସମ୍ପର୍କ ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ଏକ ନିଆରା ଏବଂ ସବୁଠୁ ପବିତ୍ର ସମ୍ପର୍କ । ଉଭୟ ପରସ୍ପରଙ୍କ ଖୁସି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି । ଗୋଟିଏ ସୂତାଖିଅରେ ବନ୍ଧା ଦୁଇଟି ଜୀବନ ଭଳି ଭାଇ ଭଉଣୀଙ୍କ ସମ୍ପର୍କ ଓ ଭଲପାଇବା । ତେବେ ଭାଇ ଭଉଣୀଙ୍କ ସମ୍ପର୍କକୁ ନେଇ ଆମେ ଏଭଳି କହିବାର କାରଣ ହେଉଛି, ଆପଣଙ୍କର ମନେଥିବ ଗତ ଦୁଇଦିନ ତଳେ କୋରାପୁଟ ଜଯପୁର ଅଞ୍ଚଳର ସେହି ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ କଥା ।

ପିଲାଟି ପରୀକ୍ଷା ଦେଇ ଘରକୁ ଫେରିଲା ହେଲେ ଘରର ଛାତ ଉପରେ ତା’ ଜୀବନ ଚାଲିଗଲା । ଆଉ ସେହି ଘଟଣାକୁ ଦୁଇଦିନ ବି ପୁରିନି ଆଜି ତା’ ଭଉଣୀର ମଧ୍ୟ ଜୀବନ ଚାଲିଯାଇଛି । ତା’ ବି ସେହି ସମାନ ଛାତ ଉପରେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ଯାଏଁ ସ୍ପଷ୍ଟ ହୋଇ ପାରିନାହିଁ । କେଉଁ କାରଣକୁ ନେଇ ଭାଇଭଉଣୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ହେଲା ତାହା ବି କେହି ଜାଣି ପାରୁ ନାହାନ୍ତି ।
ହେଲେ ଏହି ଦୁଇ ଭାଇ ଭଉଣୀଙ୍କୁ ମୃତ୍ୟୁ ସମସ୍ତଙ୍କୁ ଏକଦମ ସ୍ତବ୍ଧ କରିଦେଇଛି । ପରିବାର ଓ ଗାଁ ଲୋକଙ୍କ ଓଠରୁ ହସ ଛଡେଇ ନେଇଛି ସେମାନଙ୍କ ମୃତ୍ୟୁ । ସମସ୍ତଙ୍କ ଆଖିରୁ ଅନବରତ ଲୁହ ଝରୁଛି ଏବଂ ଯେତେ ରାଣ ନିୟମ ଦେଇ ଏହି ଲୁହକୁ ଅଟକାଇବାକୁ ଚେଷ୍ଟା କାଲେ ବି ତାହା ଶୁଖୁନି । ଆଉ ବାପାମା’ଙ୍କ କଥା ତ ନକହିବା ଭଲ ।

ସେମାନଙ୍କ କଲିଜା ଛିଣ୍ଡିଯିବା ଭଳି ଲାଗୁଛି । ଜୟପୁର ପାରାବେଡାର ଗଦାଧର ନାୟକଙ୍କ ପୁଅ ସିବାଶିଷ ନାୟକ ସପ୍ତମ ଶ୍ରେଣୀରେ ପଢୁଥିଲେ । ହେଲେ ହଠାତ ଘରର ଛାତ ଉପରେ ତାଙ୍କର ମୃତ୍ୟୁ ହୋଇଗଲା । ଆଉ ତାଙ୍କ ମୃତ୍ୟୁକୁ ଦୁଇଦିନ ପୁରିନି ଆଜି ତାଙ୍କ ବଡ ଝିଅର ମଧ୍ୟ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଖବର ପାଇଁ ଜୟପୁର ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏହାସହ ପୋଲିସ ତରଫରୁ ତଦନ୍ତ ବି ଜାରି ରହିଛି । ଆଉ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ । ଏଭଳି ଏକ ଦୁଃଖଦ କହବର ଏବେ ସ୍ଥାନୀୟ ଲୋକଙ୍କୁ ବେଶ ମର୍ମାହତ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।