ମୋତେ ସେ ଯୁବତୀ ଘରକୁ ଡିନର ପାଇଁ ଡାକିଲା ଆଉ ମୋତେ ସମ୍ପର୍କ ରଖିବାକୁ ମନେଇ ଲୁଚେଇକି ଭିଡିଓ ବି ବନେଇଲା । ଏସବୁ କରିବା ପରେ ସେହି ଯୁବତୀ ମୋତେ ଧମକାଉଛି କି, ମୋତେ ୫କୋଟି ଟଙ୍କା ନଦେଲେ ଭିଡିଓ ଭାଇରାଲ କରିଦେବେ । ଏଭଳି କିଛି ପାଲଟା ଅଭିଯୋଗ ଆଣିଛନ୍ତି ଓଲିଉଡର ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା । ଫିଲ୍ମ ପ୍ରଡ୍ୟୁସର ଯଥା ଓଡିଆ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ର ମୁଖ୍ୟ ଅକ୍ଷୟ ପରିଜାଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ଉକ୍ତ ଯୁବତୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ଅକ୍ଷୟ ପରିଜା ।

ତେବେ ପ୍ରଶ୍ନ ଉଠୁଛି, ଯଦି ସେହି ଯୁବତୀ ତାଙ୍କୁ ଟଙ୍କା ପାଇଁ ବ୍ଲାକମେଲିଂ କରିଥିଲେ ତେବେ ସେ କାହିଁକି ମୁହଁ ଖୋଲି ନଥିଲେ ? ଅନ୍ୟପଟେ ଯୁବତୀ ତାଙ୍କ ପୂର୍ବରୁ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଫିଲ୍ମରେ ଅଭିନେତ୍ରୀ ହେବାର ସୁଯୋଗ ଦେବେ କହି ଏବଂ ବ୍ୟବସାୟରେ ସାହାଯ୍ୟ କରିବାକୁ କହି ବାରମ୍ବାର ତାଙ୍କର ଯୌନ ଶୋଷଣ କରୁଥିଲେ ଅକ୍ଷୟ ପରିଜା । ଘଟଣାରେ ଅକ୍ଷୟ ପରିଜାଙ୍କ ସମ୍ପୃକ୍ତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଯେଉଁ ନିର୍ମଳ ଭାବମୂର୍ତ୍ତି ଓ ସିନେମା ପ୍ରତି ପ୍ରେମ କଥା ସେ ସବୁବେଳେ କହି ଆସୁଛନ୍ତି ଏହି ଭିଡିଓ ସେସବୁକୁ ମିଛ ପ୍ରମାଣିତ କରିଛି । ଫିଲ୍ମରେ ଯୁବତୀ ମାନଙ୍କୁ ଅଭିନୟ ପାଇଁ ସୁଯୋଗ ଦେବା କହି ଏଭଳି ଶୋଷଣ କରିବା ବଲିଉଡ କିମ୍ବା ଓଲିଉଡ କେଉଁଠି ବି କିଛି ନୂଆ ନୁହେଁ । ଏଭଳି ଅନେକ ଯୁବତୀ ସମୟ ସମୟରେ ଅଭିଯୋଗ ଆଣିଛନ୍ତି ଓ ଅନେକ ଲୋକଲଜ୍ଜା ଯୋଗୁଁ ଚୁପ୍ ମଧ୍ୟ ରହିଛନ୍ତି ।

ତେବେ ଓଲିଉଡତ ବରରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏବଂ ଯୁବତୀଜଣକ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଅକ୍ଷୟ ପରିଜା ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ଏନେଇ ସେ ବିଲକୁଲ ମଧ୍ୟ ମୁହଁ ଖୋଲି ନାହାନ୍ତି । ତେବେ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ପୀଡ଼ିତା ଯୁବତୀଙ୍କ ନାଁରେ ଅକ୍ଷୟ ପରିଜା ପାଲଟା ଅଭିଯୋଗ ଆଣିଛନ୍ତି ।
ଯୁବତୀ ତାଙ୍କୁ ଡିନର ପାଇଁ ଡାକି ତାଙ୍କ ସହ ସମ୍ପର୍କ ରଖିବା ସହ ଭିଡିଓ ରେକର୍ଡ କରି ବ୍ଳାକମେଲ କରିବା କଥା ସେ ନିଜ ଅଭିଯୋଗପତ୍ରରେ ଲେଖିଛନ୍ତି । ତେବେ ଏହି ମାମଲା ଆଗକୁ କେଉଁ ରୂପ ନେଉଛି ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।