ଦାଣ୍ଡରେ ପଡି ହାଟରେ ଗଡୁଛି ବରିଷ୍ଠ ପ୍ରଯୋଜକ Akshay Parija ଙ୍କ ଅଶ୍ଳୀଳ ସିନେମା, ଦେଖନ୍ତୁ ଏନେଇ କଣ ସବୁ କହୁଛନ୍ତି ନେଟିଜେନ୍ସ

ଏବେ କୌଣସି କଳାକାର ନୁହେଁ ବରଂ ଓଲିଉଡର ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଆସିଛି ଶଯ୍ୟାସଙ୍ଗିନୀ ଭଳି ସାଂଘାତିକ ଅଭିଯୋଗ । ଖାଲି ଅଭିଯୋଗ ଆସିଛି ତା’ ନୁହେଁ ବରଂ ଏହାର ବଳିଷ୍ଠ ପ୍ରମାଣ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ରାଜ୍ୟ ସାରା ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଉଲଗ୍ନ ଭିଡିଓ ଏବଂ ଫଟୋ ।

ଆଉ ଏହାକୁ ନେଇ ଲୋକେ ନିଜ ପ୍ରତିକ୍ରିୟା ଦେଉଥିବା ବେଳେ କେହି କେହି ସୋସିଆଲ ମିଡିଆରେ ଲେଖୁଛନ୍ତି ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନୂଆ ସେନେମାର ନାମ ହେଉଛି “ମୋ ଅଶ୍ଳୀଳ ସିନେମାର ନାୟିକା ତୁ” । ଆଉ ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ସାଙ୍ଗକୁ କାଷ୍ଟିଂ କାଉଚର ଶିକାର ହୋଇଥିବା ସମ୍ପୃକ୍ତ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଏଭଳି ଏକ ଲଜ୍ଜାଜନକ ଘଟଣାକୁ ନେଇ ଏବେ ଓଲିଉଡରେ ନାନାଦି ଚର୍ଚ୍ଚା ଲାଗି ରହିଛି ।

ତେବେ ଆପଣଙ୍କୁ କହିରଖୁଛୁ ଯେ, ଥାନାରେ ଏତଲା ଦେଇଥିବା ଯୁବତୀ ନିଜେ ଏକ ଭିଡିଓ ଜାରି କରି କହିଛନ୍ତି, ଦୁଇ ବର୍ଷ ତଳେ ସେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଭେଟି ସିନେମା ଓ ବ୍ୟବସାୟରେ କାମ କରିବାକୁ ଅନୁରୋଧ କରିଥିଲେ । ଆଉ ଏହି ଅଭାବୀ ଯୁବତୀଙ୍କ ସମସ୍ଯାର ଫାଇଦା ନେଇ ମଉକା ଦେଖି ଛକା ମାରିଥିଲେ ଅକ୍ଷୟ । ଯୁବତୀଙ୍କ ଘରକୁ ଯାଇ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲେ ଏବଂ ଏହି ସମୟରେ ପରିଜା ନିଜେ ଏହାକୁ ଶୁଟିଙ୍ଗ କରିଥିବା ଅଭିଯୋଗ ହୋଇଛି ।

ଆଉ ଏହି ଖବର ପ୍ରଘଟ ହେଲେ ଏହି ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଯିବାର ଧମକ ମଧ୍ୟ ଦେଇଥିଲେ ଉକ୍ତ ଯୁବତୀଙ୍କୁ । ଏହି ଭିଡିଓକୁ ନେଇ ବାରମ୍ବାର ଯୁବତୀଙ୍କ ଯୌନ ଶୋଷଣ କରୁଥିଲେ ଅକ୍ଷୟ ପରିଜା । ହେଲେ ଯୁବତୀ ଯେତେବେଳେ ଅନ୍ୟ ଜାଗାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ଏହି ଘଟଣାରେ ଟ୍ଵିଷ୍ଟ ଆସିଥିଲା । ଯାହାକୁ ସହଜରେ ଗ୍ରହଣ କରିପାରି ନଥିଲେ ଅକ୍ଷୟ । ସେ ଯୁବତୀଙ୍କୁ ମାରିଦେବା ସହ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଲେ ।

ଯାହାକୁ ନେଇ ଯୁବତୀ ଶେଷରେ ଥାନାର ଦ୍ଵାରସ୍ଥ ହେଲେ । ଆଉ ସେପଟେ ସୋସିଆଲ ମିଡିଆରେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ନେଟିଜେନମାନେ କହୁଛନ୍ତି, “ମୋ ଅଶ୍ଳୀଳ ସିନେମାର ନାୟିକା ତୁ” । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।