ବୃଷ ରାଶିର ଲୋକଙ୍କ ପାଇଁ ଆସନ୍ତା ଅକ୍ଟୋବର ମାସଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ମାସ ଆରମ୍ଭରେ ଆପଣଙ୍କ ପଞ୍ଚମ ଘରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରିବେ । ଯେଉଁ କାରଣରୁ ଜୀବନର ବିଭିନ୍ନ କ୍ଷେତ୍ରରେ ଆପଣ ସକାରାତ୍ମକ ଫଳାଫଳ ପାଇବାକୁ ଯାଉଛନ୍ତି । ଏହା ବ୍ଯତୀତ ଶୁକ୍ରଦେବ ମଧ୍ୟ ଆପଣଙ୍କ ପଞ୍ଚମ ଘରେ ଅବସ୍ଥାନ କରିବେ ଓ ନ୍ୟାୟ ଏବଂ କର୍ମର ଦେବତା ଶନିଦେବ ଏହି ମାସରେ ଆପଣଙ୍କ ଭାଗ୍ୟ ଘରେ ରହିବେ ।
ଯେଉଁଥି ପାଇଁ ଆପଣ ଏହି ମାସରେ କାର୍ଯ୍ୟକ୍ଷେତ୍ରରେ ଭାଗ୍ଯର ପୂର୍ଣ୍ଣ ସମର୍ଥନ ପାଇବେ । ପାରିବାରିକ ଜୀବନ ମଧ୍ୟ ସୁଖଦ ହେବାର ଯୋଗ ରହିଛି । କିନ୍ତୁ ରାଶିରେ ରାହୁଙ୍କ ସ୍ଥିତି ହେତୁ ଆପଣଙ୍କୁ କିଛି ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ । ଶିକ୍ଷା ଦୃଷ୍ଟିରୁ ଅକ୍ଟୋବର ମାସଟି ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଆପଣ ସଫଳତା ପାଇପାରିବେ । ପ୍ରେମ ଜୀବନ ମଧ୍ୟ ସୁଖଦ ହେବାର ସମ୍ଭାବନା ରହିଛି ଓ ଦୁହିଁଙ୍କ ମଧ୍ୟରେ ବନ୍ଧନ ଅଧିକ ଶକ୍ତିଶାଳୀ ରହିପାରେ ।
ଏଥିସହିତ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ରହିଛି । କ୍ଯାରିୟର ଦୃଷ୍ଟିରୁ ଅକ୍ଟୋବର ମାସଟି ବୃଷ ରାଶିର ଲୋକଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା ଏହି ମାସରେ ତାହା କରିପାରିବେ । ଦେଖିବେ ନିଶ୍ଚିତ ଭାବେ ସଫଳ ହେବେ ।
ଚାକିରି ସନ୍ଧାନରେ ଥିବା ଲୋକମାନେ କୌଣସି ନୂତନ କମ୍ପାନୀରେ ଯୋଗ ଦେବାର ସମ୍ଭାବନା ରହିଛି । ନିଯୁକ୍ତି ପ୍ରାପ୍ତ ଲୋକମାନଙ୍କର ମଧ୍ୟ ପଦୋନ୍ନତି ହେବାର ଯୋଗ ରହିଛି । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ କୌଣସି ବିବାଦ ଚାଲିଥିଲେ ଏହି ମାସରେ ତାହା ସମାଧାନ ହେବାର ସମ୍ଭାବନା ରହିଛି । ଆର୍ଥିକ ଜୀବନ ଦୃଷ୍ଟିରୁ ଅକ୍ଟୋବର ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ମାସର ପ୍ରଥମାଧ୍ୟାୟର ଆପଣଙ୍କ ପରିବାରରେ କିଛି ଶୁଭ କାର୍ଯ୍ୟ ଆୟୋଜିତ ହୋଇପାରେ ।
ଯେଉଁ କାରଣରୁ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇପାରେ । ଏପରି ସ୍ଥିତିରେ ଅଯଥା ଖର୍ଚ୍ଚରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ପ୍ରେମ ଓ ବୈବାହିକ ଜୀବନ ଦୃଷ୍ଟିରୁ ଏହି ମାସଟି ଆପଣଙ୍କ ପାଇଁ ଭଲ ରହିବ । ଏହି ସମୟରେ ଆପଣଙ୍କ ମଧ୍ୟରେ ବୁଝାମଣା ବେଶ ଭଲ ରହିବ ଓ ସମ୍ପର୍କ ମଧ୍ୟ ଦୃଢ ହେବ । କିନ୍ତୁ ଆପଣଙ୍କୁ ନିଜ କ୍ରୋଧ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବାକୁ ହେବ ।
ଏହି ମାସରେ ଆପଣଙ୍କୁ ପରିବାରର ସଂପୂର୍ଣ୍ଣ ସମର୍ଥନ ପ୍ରାପ୍ତ ହେବ । ଜମି ଏବଂ ନିର୍ମାଣରୁ କୌଣସି ପ୍ରକାର ଲାଭ ପାଇବାର ମଧ୍ୟ ସମ୍ଭାବନା ରହିଛି । ହେଲେ ଏହି ସମୟରେ ଆପଣ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସମୁଖୀନ ହୋଇପାରନ୍ତି । ତେଣୁ ଏଥିପ୍ରତି ବିଶେଷ ସତର୍କ ରୁହନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ ।
ଘରେ କୌଣସି ଜିନିଷ କାଟିବା ଆଗରୁ ପାଣିରେ କିଛି ଲୁଣ ମିଶାନ୍ତୁ ଏବଂ କୌଣସି ଗରିବ ଲୋକକୁ ଶୁକ୍ରବାର ଦିନ ଧଳା ପୋଷାକ ଦାନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।