ମିଥୁନ ରାଶିର ଲୋକଙ୍କ ପାଇଁ ଏହି ଅକ୍ଟୋବର ମାସଟି ଅନେକ ଉତ୍ଥାନ ପତନରେ ପରିପୂର୍ଣ୍ଣ ହୋଇପାରେ । ଏହି ମାସରେ କିଛି ସମୟ ଚନ୍ଦ୍ର ଏବଂ ରାହୁ ଆପଣଙ୍କ ଏକାଦଶ ଘରେ ସଂଯୋଗ କରିବେ । ଯାହାଦ୍ୱାରା ଜୀବନର ବିଭିନ୍ନ କ୍ଷେତ୍ରରେ ଏହା ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । କ୍ଯାରିୟର ଦୃଷ୍ଟିରୁ କିନ୍ତୁ ମାସଟି ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ । ଆପଣଙ୍କ କର୍ମିକ ଘରେ ବୃହସ୍ପତିଙ୍କ ଅବସ୍ଥାନ ଯୋଗୁଁ ଆପଣ କ୍ଯାରିୟରରେ ସକାରାତ୍ମକ ଫଳ ପାଇବେ ।
ଏଥିସହିତ ଏହି ମାସରେ ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ସତର୍କ ରହିବାକୁ ପଡିବ । ନଚେତ ମାସ ଶେଷରେ ଆପଣଙ୍କୁ କୌଣସି ଉଧାର କିମ୍ବା ଲୋନ କରିବାକୁ ପଡିପାରେ । ଏହି ମାସରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ସଚେତନ ହେବା ଆପଣଙ୍କ ପାଇଁ ଜରୁରୀ ଅଟେ । ଆପଣ ଏହି ମାସରେ ବିଶେଷ ଶାରୀରିକ ସମସ୍ଯାର ସାମ୍ନା କରିବେ ନାହିଁ କିନ୍ତୁ ମାନସିକ ଚାପରେ ରହିପାରନ୍ତି । କ୍ଯାରିୟର ଦୃଷ୍ଟିରୁ କିନ୍ତୁ ମାସଟି ଆପଣଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ ।
ହେଲେ ଫଳ ପାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଏହି ମାସରେ ବ୍ୟବସାୟ କରୁଥିବା ଲୋକମାନେ ପ୍ରଚୁର ଆର୍ଥିକ ଲାଭ ପାଇବେ । ଚାକିରି ପାଇଁ ନୂତନ ଏବଂ ଭଲ ସୁଯୋଗ ଖୋଜୁଥିବା ଲୋକମାନେ ଏହି ମାସରେ ନୂଆ ନୂଆ ସୁଯୋଗ ପାଇବେ । ଏହି ମାସରେ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ କରିବା ମଧ୍ୟ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଏହି ଅବଧି ମଧ୍ୟରେ ବିଦେଶ ସ୍ରୋତରୁ ମଧ୍ୟ ଆପଣ ଲାଭ ପାଇପାରନ୍ତି ।
କିନ୍ତୁ ଏହି ମାସରେ ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହେବା ସମ୍ଭାବନା ରହୁଛି, ତେଣୁ ଯଥା ଖର୍ଚ୍ଚ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ । ଆୟରେ ବୃଦ୍ଧି ହେବାର ସମ୍ଭାବନା ଥିଲେ ମଧ୍ୟ ଅଯଥା ଖର୍ଚ୍ଚ ହେତୁ ଆପଣ ଆର୍ଥିକ ଭାବେ ଦୁର୍ବଳ ହେବାର ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ସେତେ ଭଲ ଫଳ ପ୍ରଦାନ କରି ନପାରେ । ପ୍ରେମୀଯୁଗଳଙ୍କ ମଧ୍ୟରେ କୌଣସି କାରଣରୁ ଦ୍ଵନ୍ଦ ସୃଷ୍ଟି ହୋଇପାରେ ବିଶ୍ବାସର ଅଭାବ ଦେଖା ଦେଇପାରେ ଏବଂ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ ।
ତେଣୁ ନିଜ ପ୍ରେମୀଙ୍କ ସହ ଯୋଗାଯୋଗ ବେଳେ ଆପଣ ନିଜ ବାଣୀକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ବୈବାହିକ ଜୀବନ ଦୃଷ୍ଟିରୁ ମାସଟି ଉତ୍ତମ ରହିବ ଓ ଆପଣ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ କରିବାକୁ ସୁଯୋଗ ପାଇବେ । ପାରିବାରିକ ଜୀବନ ଦୃଷ୍ଟିରୁ କିନ୍ତୁ ଏହି ମାସଟି ଆପଣଙ୍କ ପାଇଁ ଅସୁବିଧାରେ ପରିପୂର୍ଣ୍ଣ ହୋଇପାରେ ।
ପାରିବାରିକ ବିବାଦ ଯୋଗୁଁ ଆପଣ ମାନସିକ ଚାପରେ ରହିପାରନ୍ତି । ତେଣୁ ବୁଝାମଣା ଓ ଶାନ୍ତି ସହକାରେ ବିବାଦ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ମଙ୍ଗଳଙ୍କ ଶୁଭ ସ୍ଥିତି ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ । ଏହା ଯୋଗୁଁ ଆପଣ ଦୀର୍ଘ ଦିନର ସ୍ୱାସ୍ଥ୍ୟ ସମସ୍ଯାରୁ ଆରାମ ପାଇପାରିବେ । କିନ୍ତୁ ମୁଣ୍ଡ ଓ ପାଦର ଯତ୍ନ ନିଅନ୍ତୁ, କାରଣ କୌଣସି ପ୍ରକାରର ଆଘାତ ଲାଗିବାର ସମ୍ଭାବନା ରହୁଛି ।
ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ପ୍ରତ୍ଯେକ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ଧ୍ୟାନ କରନ୍ତୁ । ଏହାସହ ପ୍ରତ୍ଯେକ ବୁଧବାର ଦିନ ଗୋମାତା ଏବଂ ପକ୍ଷୀମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।