ନୂଆ ବାହା ହୋଇଥିଲେ, ଭାଇ ଜୁଉଁନ୍ତିଆ ପାଇଁ ଘରକୁ ଆସିଥାନ୍ତେ, ହେଲେ ଏହା ପୂର୍ବରୁ କାହିଁକି ନେଇଗଲେ ନିଜ ଜୀବନ ! ଦେଖନ୍ତୁ କଣ କହୁଛନ୍ତି ସମାଜସେବୀ Priyanka ଙ୍କ ବାପା

ନୂଆ ନୂଆ ଅର୍ଥାତ ମାତ୍ର ୫ ମାସ ହେବ ହାତକୁ ଦି’ ହାତ ହୋଇଥିଲେ । ସୁଖର ସଂସାର ଗଢିବେ ବୋଲି କେତେ କଣ ସ୍ଵପ୍ନ ଦେଖିଥିଲେ । ହେଲେ କାହିଁକି ହଠାତ ଜୀବନ ହାରିଦେଲେ ପ୍ରିୟଙ୍କା ? ବଲାଙ୍ଗୀର ସହରର ବେଶ ଜଣାଶୁଣା ଯୁବ ସମାଜସେବୀ ହେଉଛନ୍ତି ପ୍ରିୟଙ୍କା ପଟ୍ଟନାୟକ । ହେଲେ ଆଜିର ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ପୁରା ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଛି । ପ୍ରିୟଙ୍କା ତାଙ୍କ ଶୋଇବା ଘରେ ନିଜେ ଜୀବନ ହାରିଥିବା ପରିବାର ପକ୍ଷରୁ କୁହାଯାଉଛି ।

ମାତ୍ର ୫ ମାସ ତଳେ ପ୍ରିୟଙ୍କାଙ୍କ ବିବାହ ହୋଇଥିଲା । ବଲାଙ୍ଗୀର ସହରର ଟିକିରାପଡାର ଅଜୟ ପଟ୍ଟନାୟକଙ୍କ ବଡ ଝିଅ ହୋଇଥିବା ବେଳେ ସେ ଇନ୍ଦିରାନଗରପଡାର ସୁମିତଙ୍କୁ ବିବାହ କରିଥିଲେ । ପ୍ରିୟଙ୍କାଙ୍କ ବାପା ଅଜୟ ପଟ୍ଟନାୟକ କହିଛନ୍ତି କି, ଝିଅ ପ୍ରିୟଙ୍କାର ମୃତ୍ୟୁ ସମ୍ପର୍କରେ ସେ ପ୍ରଥମେ ଜ୍ଵାଇଁ ସୁମିତଙ୍କ ଠାରୁ ହିଁ ଜାଣିଥିଲେ । ସୁମିତ ତାଙ୍କୁ ଫୋନ ଦ୍ଵାରା ଖବର ଦେଇ ତୁରନ୍ତ ଡାକ୍ତରଖାନାକୁ ଆସିବା ପାଇଁ କହିଥିଲେ ।

ତେବେ ଜ୍ଵାଇଁ ସୁମିତଙ୍କ କହିବା ଅନୁଯାୟୀ, ତାଙ୍କ ଇନ୍ଦିରାନଗରପଡା ସ୍ଥିତ ଘରେ କେହି ନଥିବା ବେଳେ ଦିନ ପ୍ରାୟ ୧୨ଟା ସମୟରେ ପ୍ରିୟଙ୍କା ମୃତ୍ୟୁବରଣ କରିଥିଲେ । ସେ ଯାଇ ଦେଖିବା ପରେ କବାଟ ଭାଙ୍ଗି ପ୍ରିୟଙ୍କାଙ୍କୁ ଉଦ୍ଧାର କରି ସାଙ୍ଗେ ସାଙ୍ଗେ ଭୀମଭୋଇ ମେଡିକାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯାହା ତାଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି ବୋଲି ପ୍ରିୟଙ୍କାଙ୍କ ବାପା ବଜାୟ ପଟ୍ଟନାୟକ କହିଛନ୍ତି । ଆଉ ସବୁଠୁ ବଡ କଥା ହେଉଛି ଭାଇ ଜିଉଁନ୍ତିଆ ପାଇଁ ଘରକୁ ଆସିଥାନ୍ତା ପ୍ରିୟଙ୍କା । ସେଥିପାଇଁ ସବୁ ଜିନିଷପତ୍ର ବି କିଣାକିଣି ସରିଥିଲା । ହେଲେ ତା’ ପୂର୍ବରୁ ପ୍ରିୟଙ୍କାଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି ଭାଇ । ଏନେଇ ମୃତ ପ୍ରିୟଙ୍କାଙ୍କ ବାପା କୌଣସି ଅଭିଯୋଗ କରି ନଥିଲେ ମଧ୍ୟ ଝିଅର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ।

ଜଣେ ସମାଜସେବୀ ଯିଏ ସମାଜକୁ ନୂଆ ଆଶାର କିରଣ ଦେଖାଉଥିଲେ ଓ ନିଜେ ମଧ୍ୟ ନିକଟରେ ଏକ ନୂଆ ଜୀବନର ଶୁଭାରମ୍ଭ କରିଥିଲେ ସେ କାହିଁକି ହଠାତ ଏମିତି ଜୀବନ ହାରିଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦେଖାଯାଉ ଆଗକୁ ତାଙ୍କ ମୃତ୍ୟୁ ପଛର ସତ୍ୟତା ସାମ୍ନାକୁ ଆସୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।